ଭାରତର ଟପ୍ ୫ଟି ଶସ୍ତା ବାଇକ୍, କମ୍ ଦାମରେ ଦେଇଥାଏ ଦମଦାର୍ ମାଇଲେଜ୍

ଲୋକମାନେ ବାଇକ୍ କିଣିବା ପୁର୍ବରୁ ଏହାର ମାଇଲେଜ୍ ବିଷୟରେ ଜାଣିବାକୁ ଚାହାଁନ୍ତି । ଲୋକମାନେ ପ୍ରାୟତଃ ଏପରି ଏକ ବାଇକ୍ କିଣିବାକୁ ଚାହାଁନ୍ତି ଯାହା ଅଧିକ ମାଇଲେଜ୍ ଦେଉଥିବ ଏବଂ ମୂଲ୍ୟ ମଧ୍ୟ କମ୍ ଥିବ । ଭାରତୀୟ ବଜାରରେ ସବୁଠାରୁ ଶସ୍ତା କୋଟରସାଇକେଲଗୁଡିକ ମଧ୍ୟ ଉନ୍ନତ ପରଫରମାନ୍ସ ପ୍ରଦାନ କରିବା ପାଇଁ ଜଣାଶୁଣା । ଏହି ବାଇକଗୁଡିକ ଅନେକ ମହଙ୍ଗା ମୋଟରସାଇକେଲ୍ ଅପେକ୍ଷା ଅଧିକ ମାଇଲେଜ୍ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ମୋଟରସାଇକେଲଗୁଡିକର […] The post ଭାରତର ଟପ୍ ୫ଟି ଶସ୍ତା ବାଇକ୍, କମ୍ ଦାମରେ ଦେଇଥାଏ ଦମଦାର୍ ମାଇଲେଜ୍ appeared first on KNews Odisha.

ଭାରତର ଟପ୍ ୫ଟି ଶସ୍ତା ବାଇକ୍, କମ୍ ଦାମରେ ଦେଇଥାଏ ଦମଦାର୍ ମାଇଲେଜ୍
bikes

ଲୋକମାନେ ବାଇକ୍ କିଣିବା ପୁର୍ବରୁ ଏହାର ମାଇଲେଜ୍ ବିଷୟରେ ଜାଣିବାକୁ ଚାହାଁନ୍ତି । ଲୋକମାନେ ପ୍ରାୟତଃ ଏପରି ଏକ ବାଇକ୍ କିଣିବାକୁ ଚାହାଁନ୍ତି ଯାହା ଅଧିକ ମାଇଲେଜ୍ ଦେଉଥିବ ଏବଂ ମୂଲ୍ୟ ମଧ୍ୟ କମ୍ ଥିବ । ଭାରତୀୟ ବଜାରରେ ସବୁଠାରୁ ଶସ୍ତା କୋଟରସାଇକେଲଗୁଡିକ ମଧ୍ୟ ଉନ୍ନତ ପରଫରମାନ୍ସ ପ୍ରଦାନ କରିବା ପାଇଁ ଜଣାଶୁଣା । ଏହି ବାଇକଗୁଡିକ ଅନେକ ମହଙ୍ଗା ମୋଟରସାଇକେଲ୍ ଅପେକ୍ଷା ଅଧିକ ମାଇଲେଜ୍ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ମୋଟରସାଇକେଲଗୁଡିକର ନାମ ।

Hero HF 100 :

Hero HF 100 ହେଉଛି ଭାରତର ସବୁଠାରୁ ଶସ୍ତା ମୋଟରସାଇକେଲ୍ । ଏହି ବାଇକରେ ଏୟାର-କୁଲ୍ଡ, ୪-ଷ୍ଟ୍ରୋକ୍, ସିଙ୍ଗଲ-ସିଲିଣ୍ଡର, OHC ଇଞ୍ଜିନ୍ ଲଗାଯାଇଛି । ବାଇକରେ ଲାଗିଥିବା ଏହି ଇଞ୍ଜିନ୍ ୮,୦୦୦ rpm ରେ ୫.୯ kW ର ପାୱାର ମିଳିଥାଏ ଏବଂ ୬,୦୦୦ rpm ରେ ୮.୦୫ Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହି ମୋଟରସାଇକେଲ୍ ୭୦ kmpl ର ମାଇଲେଜ୍ ଦେବାକୁ ଦାବି କରିଥାଏ । Hero HF 100 ର ଏକ୍ସ-ସୋରୁମ୍ ପ୍ରାଇସ୍ ୫୯,୦୧୮ ଟଙ୍କାରୁ ଆରମ୍ଭ ହେଉଛି ।

TVS Sport :

TVS Sport ରେ ୧୦୯.୭ cc, ସିଙ୍ଗଲ୍ ସିଲିଣ୍ଡର, ୪-ଷ୍ଟ୍ରୋକ୍ ଇଞ୍ଚିନ୍ ଲାଗିଛି । ଏହି ଇଞ୍ଚନ୍ ୬,୩୫୦ rpm ରେ ୬.୦୩ kW ର ପାୱାର ଏବଂ ୪,୫୦୦ rpm ରେ ୮.୭ Nm ର ଟର୍କ ମିଳିଥାଏ । ଏହି ବାଇକ୍ ୯୦ kmph ର ଟପ୍-ସ୍ପିଡ୍ ଦେଇଥାଏ । TVS Sport ର ମାଇଲେଜ୍ ୮୦ kmpl ରହିଛି । TVS ର ଏହି ମୋଟରସାଇକେଲର ଏକ୍ସ-ସୋରୁମ୍ ପ୍ରାଇସ୍ ୫୯,୮୮୧ ଟଙ୍କାରୁ ଆରମ୍ଭ ହେଉଛି ।

Hero HF Deluxe :

Hero HF Deluxe ମଧ୍ୟ ଏକ ଶସ୍ତା ବାଇକ୍ । ଏହି ମୋଟରସାଇକେଲରେ ୯୭.୨ cc, ସିଙ୍ଗଲ୍-ସିଲିଣ୍ଡର, ୪-ଷ୍ଟ୍ରୋକ୍ ଇଞ୍ଚିନ୍ ଲାଗିଛି । ବାଇକରେ ଥିବା ଇଞ୍ଜିନ୍ ୫.୯ kW ର ପାୱାର୍ ଏବଂ ୮.୦୫ Nm ର ଟର୍କ ମିଳିଥାଏ । ଏହି ମୋଟରସାଇକେଲରେ ଆଡଭାନ୍ସଡ୍ ପ୍ରୋଗ୍ରାମଡ୍ ଫ୍ୟୁଏଲ୍ ଇଞ୍ଜିନ୍ ସିଷ୍ଟମ ସହିତ ଲେସ୍ ହୋଇଛି । Hero ର ଏହି ବାଇକ୍ ୭୫ kmpl ର ମାଇଲେଜ୍ ଦେଇଥାଏ । Hero HF Deluxe ର ଏକ୍ସ-ସୋରୁମ୍ ପ୍ରାଇସ୍ ୫୯,୯୯୮ ଟଙ୍କାରୁ ଆରମ୍ଭ ହେଉଛି ।

Honda Shine 100 :

Honda Shine 100 ମଧ୍ୟ ଭଲ ମାଇଲେଜ୍ ଦେବାର ଜଣାଶୁଣା । ଏହି ମୋଟରସାଇକେଲରେ ୪-ଷ୍ଟ୍ରୋକ୍, SI ଇଞ୍ଜିନ୍ ଲାଗିଛି, ଯେଉଁଥିରେ ୭,୫୦୦ rpm ରେ ୫.୪୩ kW ର ପାୱାର ମିଳିଥାଏ ଏବଂ ୫,୦୦୦ rpm ରେ ୮.୦୫ Nm ର ଟର୍କ ମିଳିଥାଏ । ଏହି ମୋଟରସାଇକେଲ୍ ୬୫ kmpl ର ମାଇଲେଜ୍ ଦେଇଥାଏ । Honda Shine 100 ର ଏକ୍ସ-ସୋରୁମ୍ ପ୍ରାଇସ୍ ୬୬,୯୦୦ ଟଙ୍କା ରହିଛି ।

TVS Radeon :

TVS Radeon ରେ ୧୦୯.୭ cc, ୪-ଷ୍ଟ୍ରୋକ୍, BS-VI ଇଞ୍ଜିନ୍ ଲାଗିଛି । ଏହି ଇଞ୍ଜିନ୍ ୭,୩୫୦ rpm ରେ ୬.୦୩ kW ର ପାୱାର ମିଳିଥାଏ ଏବଂ ୪,୫୦୦ rpm ରେ ୮.୭ Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହି ମୋଟରସାଇକେଲ୍ ଏକ ଲିଟର ପେଟ୍ରୋଲରେ ୬୩ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଦାବି କରୁଛି । TVS Radeon ର ଏକ୍ସ-ସୋରୁମ୍ ପ୍ରାଇସ୍ ୭୦,୭୨୦ ଟଙ୍କା ରହିଛି ।

The post ଭାରତର ଟପ୍ ୫ଟି ଶସ୍ତା ବାଇକ୍, କମ୍ ଦାମରେ ଦେଇଥାଏ ଦମଦାର୍ ମାଇଲେଜ୍ appeared first on KNews Odisha.