କିଡନୀ ଏବଂ ସିକ୍ଲିନ ରୋଗରେ ପୀଡ଼ିତ ୬ ବର୍ଷର ପୁଅ,ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନୂଆଗଡ : ବୟସ ମାତ୍ର ୬ ବର୍ଷ l ଆଖିରେ ଭରିଛି ଅନେକ ସ୍ବପ୍ନ, ବଡ଼ ହୋଇ ପୋଲିସ ଚାକିରି କରିବ, ପରିବାରକୁ ପୋଷିବ। ସମାନ ସ୍ବପ୍ନ ମଧ୍ୟ ଦେଖିଛନ୍ତି ପରିବାର ଲୋକ। ହେଲେ ଦଇବ ଦାଉ ସାଧିଲା । ୪ ବର୍ଷ ବୟସରେ ଆଖି, ପେଟ, ପାପୁଲି, ପାଦ ଆଦି ଫୁଲିଲା। ଯେଉଁ ବୟସରେ ହସି ଖେଳି ପାଠ ପଢ଼ିବା କଥା ସେଇ ବୟସରେ କିଡନୀ ଏବଂ ସିକ୍ଲିନ ରୋଗରେ ଆକ୍ରାନ୍ତ l ଗରିବ ଲୋକଙ୍କ […] The post କିଡନୀ ଏବଂ ସିକ୍ଲିନ ରୋଗରେ ପୀଡ଼ିତ ୬ ବର୍ଷର ପୁଅ,ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ appeared first on KNews Odisha.

କିଡନୀ ଏବଂ ସିକ୍ଲିନ ରୋଗରେ ପୀଡ଼ିତ ୬ ବର୍ଷର ପୁଅ,ଚିକିତ୍ସା ପାଇଁ  ଅର୍ଥ ସାଜିଛି ବାଧକ

ନୂଆଗଡ : ବୟସ ମାତ୍ର ୬ ବର୍ଷ l ଆଖିରେ ଭରିଛି ଅନେକ ସ୍ବପ୍ନ, ବଡ଼ ହୋଇ ପୋଲିସ ଚାକିରି କରିବ, ପରିବାରକୁ ପୋଷିବ। ସମାନ ସ୍ବପ୍ନ ମଧ୍ୟ ଦେଖିଛନ୍ତି ପରିବାର ଲୋକ। ହେଲେ ଦଇବ ଦାଉ ସାଧିଲା । ୪ ବର୍ଷ ବୟସରେ ଆଖି, ପେଟ, ପାପୁଲି, ପାଦ ଆଦି ଫୁଲିଲା। ଯେଉଁ ବୟସରେ ହସି ଖେଳି ପାଠ ପଢ଼ିବା କଥା ସେଇ ବୟସରେ କିଡନୀ ଏବଂ ସିକ୍ଲିନ ରୋଗରେ ଆକ୍ରାନ୍ତ l ଗରିବ ଲୋକଙ୍କ ଉପରେ ବଡ଼ ରୋଗର ଛାଟ । ଆମେ କହୁଛୁ ଗଜପତି ଜିଲ୍ଲା ନୂଆଗଡ ବ୍ଲକ କେ. ଝାଲର୍ସିଂ ଗାଁ ର ଆଶିଷ ମିଶାଲଙ୍କ ୬ବର୍ଷର ପୁଅ ଆଶିର୍ବାଦ ମିଶାଲଙ୍କ କଥା । ମେଡିକାଲରୁ ମେଡିକାଲ ବୁଲି ବୁଲି ହାରାଶ ହୋଇଗଲେଣି ପରିବାର। ଘରର ଗୋଟିଏ ମାତ୍ର ପୁଅର ରୋଗ ଚିହ୍ନଟ ପରେ ଘର ଲୋକ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ।

ପରିବାରରେ ରୁହନ୍ତି ଆଶିର୍ବାଦଙ୍କ ସମେତ ଦୁଇ ଭଉଣୀ (ବଡ଼ ଭଉଣୀ ନମ୍ରତା, ସାନ ଭଉଣୀ ସୁବ୍ରତା), ଜେଜେ ବାପା ଏବଂ ମା ଶାନ୍ତିଲତା ମିଶାଲ୍। ମୋଟ ୫ ଜଣ ପରିବାର ସଦସ୍ୟ । ଦାରିଦ୍ର୍ୟତାକୁ ଅତି ନିକଟରୁ ଦେଖିଛନ୍ତି ଏଇ ପରିବାର। ବାପା ଆଶିଷ ମିଶାଲ୍ ଦାଦନ ଖଟିବାକୁ ମୁମ୍ବାଇ ଯାଇଛନ୍ତି। ପରିବାରର ବୋଝ ବୁଢ଼ା ବାପା ଉପରେ, ସେ ଯାହା ଆଣନ୍ତି ସେତିକିରେ ଚାଲେ ତେଲ ଲୁଣ ର ସଂସାର। ସରକାରୀ ସହାୟତା କହିଲେ କେବଳ ମାସକୁ ୨୫କେଜି ଚାଉଳ ଓ ବୁଢ଼ା ବାପାଙ୍କୁ ଭତା । ଯାହା ଆଜିକା ଯୁଗରେ ଚଳିବା କଷ୍ଟକର। ଘର ଚଳିବା ପାଇଁ ବେଳେ ବେଳେ କିଛି ଟଙ୍କା ପଠାଇଥାନ୍ତି ବାପା ଆଶିଷ। ଘରର ଭଲ ମନ୍ଦ କଥା କିଛି ବୁଝୁନଥିବl କଥା କହୁଛନ୍ତି ପରିବାର ଲୋକେ। ତେବେ ପଡୋଶୀଙ୍କଠୁ ଧାର ଉଦ୍ଧାର କରି ପିଲାକୁ ଚିକିତ୍ସା କରି ଥକି ଗଲେଣି। Bsky କାର୍ଡର ସବୁତକ ଟଙ୍କା ସରିଗଲାଣି। ଯଦି ସରକାର ପୁଅକୁ ଉନ୍ନତ ଚିକିତ୍ସା କରାନ୍ତେ ଏଇ ପରିବାର ମୁହଁରେ ଟିକିଏ ହସ ଫୁଟି ପାରନ୍ତା ।

The post କିଡନୀ ଏବଂ ସିକ୍ଲିନ ରୋଗରେ ପୀଡ଼ିତ ୬ ବର୍ଷର ପୁଅ,ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ appeared first on KNews Odisha.