ଦେଶୀ ଲୁକରେ ବିଦେଶୀ, ପାରମ୍ପରିକ ପୋଷାକରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ପରିବାର

ଚାରି ଦିନିଆ ଭାରତ ଗସ୍ତରେ ଅଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ପରିବାର । ଉପରାଷ୍ଟ୍ରପତିଙ୍କ ୩ଟି ପିଲା ଭାରତୀୟ ପାରମ୍ପରିକ ପୋଷାକ ପିନ୍ଧି ଦିଲ୍ଲୀରେ ପହଞ୍ଚିଛନ୍ତି । ଯାହା ପରେ ସେମାନଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭାରତ ଗସ୍ତରେ ଆସିଥିବା ଭାନ୍ସଙ୍କ ଆଠ ବର୍ଷ ପୁଅ ଇଭାନ୍ ଏବଂ ପାଞ୍ଚ ବର୍ଷୀୟ ପୁଅ ବିବେକ ଧଳା କୁର୍ତ୍ତା ପ୍ୟାଣ୍ଟ ସହିତ ହଳଦିଆ ଏବଂ ମାଟିଆ ରଙ୍ଗର କୁର୍ତ୍ତା […] The post ଦେଶୀ ଲୁକରେ ବିଦେଶୀ, ପାରମ୍ପରିକ ପୋଷାକରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ପରିବାର appeared first on KNews Odisha.

ଦେଶୀ ଲୁକରେ ବିଦେଶୀ, ପାରମ୍ପରିକ ପୋଷାକରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ପରିବାର

ଚାରି ଦିନିଆ ଭାରତ ଗସ୍ତରେ ଅଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ପରିବାର । ଉପରାଷ୍ଟ୍ରପତିଙ୍କ ୩ଟି ପିଲା ଭାରତୀୟ ପାରମ୍ପରିକ ପୋଷାକ ପିନ୍ଧି ଦିଲ୍ଲୀରେ ପହଞ୍ଚିଛନ୍ତି । ଯାହା ପରେ ସେମାନଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଭାରତ ଗସ୍ତରେ ଆସିଥିବା ଭାନ୍ସଙ୍କ ଆଠ ବର୍ଷ ପୁଅ ଇଭାନ୍ ଏବଂ ପାଞ୍ଚ ବର୍ଷୀୟ ପୁଅ ବିବେକ ଧଳା କୁର୍ତ୍ତା ପ୍ୟାଣ୍ଟ ସହିତ ହଳଦିଆ ଏବଂ ମାଟିଆ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ । ୨ ପୁଅଙ୍କ ସମେତ ତିନି ବର୍ଷୀୟ ଝିଅ ମୀରାବେଲ୍ ଏକ ନୀଳ ରଙ୍ଗର ଅନାରକଲି ଡ୍ରେସ ପିନ୍ଧିଥିଲେ । ଭାନ୍ସ ଧଳା ସାର୍ଟ ଏବଂ ଲାଲ ଟାଇ ସହିତ ବ୍ଲୁ ବ୍ଲେଜର ପିନ୍ଧିଥିବାବେଳେ ତାଙ୍କ ସ୍ତ୍ରୀ ଉଷା ଧଳା ବ୍ଲେଜର ସହ ଲାଲ୍ ଡ୍ରେସ୍ ପିନ୍ଧିଥିଲେ । ସୋମବାର ବିମାନରୁ ଓହ୍ଲାଇବା ମାତ୍ରେ ସେଠାରେ ଥିବା ଫଟୋଗ୍ରାଫରଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥିଲେ ସେମାନେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ଅନ୍ୟପଟେ ଜେଡି ଭାନ୍ସ ଏବଂ ତାଙ୍କ ପତ୍ନିଙ୍କ ସମେତ ୩ ପିଲା ପାଲାମ ଏୟାରପୋର୍ଟରେ ପହଞ୍ଚିବା ପରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ପରେ ପରିବାର ସହ ଅକ୍ଷରଧାମ ମନ୍ଦିରରେ ପହଞ୍ଚିଥିଲେ ଭାନ୍ସ । ୪ ଦିନିଆ ଗସ୍ତରେ ଜୟପୁର ଏବଂ ଆଗ୍ରା ମଧ୍ୟ ଗସ୍ତ କରିବେ । ଉଭୟ ନେତାଙ୍କ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି ଉପରାଷ୍ଟ୍ରପତି ଭାନ୍ସଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି । ଭାନ୍ସଙ୍କ ସହ ଅନ୍ୟ ଆମେରିକୀୟ ଅଧିକାରୀମାନେ ମଧ୍ୟ ରହିଥିବା ଜଣାଯାଇଛି ।

ସୂଚନାନୁଯାୟୀ,  ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ଫୋକସରେ ରହିବ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ସମ୍ପର୍କ ବୃଦ୍ଧି । ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଲଟା ଟାରିଫ ବିବାଦ ଭିତରେ, ମୋଦି-ଭାନ୍ସଙ୍କ ଆଲୋଚନା ଗୁରୁତ୍ବ ବହନ କରୁଛି । ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି ଉପରାଷ୍ଟ୍ରପତି ଭାନ୍ସଙ୍କ ସହ ଅନ୍ୟ ଆମେରିକୀୟ ଅଧିକାରୀଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି । ସେ ଜୟପୁରର ଐତିହାସିକ ସ୍ଥଳ ଓ ଆଗ୍ରାର ତାଜମହଲ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଜୟପୁରର ଅମେର ଫର୍ଟ ଓ କେତେକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀକୁ ଯିବେ ଭାନ୍ସ । ୨୩ରେ ଆଗ୍ରା ଯାଇ ତାଜମହଲ ଓ ଶିଳ୍ପଗ୍ରାମ ପରିଦର୍ଶନ କରିବେ । ସଂଧ୍ୟାରେ ପୁଣି ଜୟପୁର ଫେରିଯିବେ । ୨୪ରେ ଆମେରିକା ପ୍ରତ୍ୟାବର୍ତ୍ତନ କରିବେ ଜେଡି ଭାନ୍ସ ।

Also Read : ଭାରତରେ ଆମେରିକା ଉପରାଷ୍ଟ୍ରପତି, ଫୋକସରେ ରହିବ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ବୃଦ୍ଧି

 

The post ଦେଶୀ ଲୁକରେ ବିଦେଶୀ, ପାରମ୍ପରିକ ପୋଷାକରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ପରିବାର appeared first on KNews Odisha.