ଖବର ପ୍ରସାରଣ ପରେ ମାନସୀଙ୍କୁ ସହାୟତାର ହାତ ବଢାଇଲା ପବନପୁତ୍ର ସେବା ସମିତି ଅନୁଷ୍ଠାନ

ଦଶପଲ୍ଲା: ଅଜଣା ରୋଗରେ ଆକ୍ରାନ୍ତ ଥିଲେ। ସେଥିପାଇଁ ବହୁ ମେଡିକାଲ୍ ବୁଲି ଶେଷରେ ଘରେ ନିରାଶ ହୋଇ ପଡ଼ି ରହିଥିଲେ ମାନସୀ ନାୟକ । ଗତ ଜୁନ ୨୭ ତାରିଖ ଦିନ କଳିଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା। ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁସାହି ଗାଁର ଶେଷଦେବ ନାୟକଙ୍କ ସ୍ତ୍ରୀ ମାନସୀ ନାୟକ ଅଜଣା ରୋଗରେ ଆକ୍ରାନ୍ତ । ଏ ଖବରକୁ ଦେଖି ଦଶପଲ୍ଲାର ଅଗ୍ରଣୀ ଅନୁଷ୍ଠାନ ପବନପୁତ୍ର ସେବା ସମିତି ମାନସୀଙ୍କୁ ସହାୟତା […] The post ଖବର ପ୍ରସାରଣ ପରେ ମାନସୀଙ୍କୁ ସହାୟତାର ହାତ ବଢାଇଲା ପବନପୁତ୍ର ସେବା ସମିତି ଅନୁଷ୍ଠାନ appeared first on KNews Odisha.

ଖବର ପ୍ରସାରଣ ପରେ ମାନସୀଙ୍କୁ ସହାୟତାର ହାତ ବଢାଇଲା ପବନପୁତ୍ର ସେବା ସମିତି ଅନୁଷ୍ଠାନ
daspalla

ଦଶପଲ୍ଲା: ଅଜଣା ରୋଗରେ ଆକ୍ରାନ୍ତ ଥିଲେ। ସେଥିପାଇଁ ବହୁ ମେଡିକାଲ୍ ବୁଲି ଶେଷରେ ଘରେ ନିରାଶ ହୋଇ ପଡ଼ି ରହିଥିଲେ ମାନସୀ ନାୟକ । ଗତ ଜୁନ ୨୭ ତାରିଖ ଦିନ କଳିଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା। ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁସାହି ଗାଁର ଶେଷଦେବ ନାୟକଙ୍କ ସ୍ତ୍ରୀ ମାନସୀ ନାୟକ ଅଜଣା ରୋଗରେ ଆକ୍ରାନ୍ତ ।

ଏ ଖବରକୁ ଦେଖି ଦଶପଲ୍ଲାର ଅଗ୍ରଣୀ ଅନୁଷ୍ଠାନ ପବନପୁତ୍ର ସେବା ସମିତି ମାନସୀଙ୍କୁ ସହାୟତା ର ହାତ ବଢ଼ାଇବା ପାଇଁ ଆଗକୁ ଆଗେଇ ଆସି ଆଜି ମାନସୀଙ୍କୁ ମେଡିକାଲ୍ ପଠାଇଛନ୍ତି । ପୂର୍ବରୁ ଅନେକ ସହାୟତା ମୂଳକ କାର୍ଯ୍ୟକାରୀ ପବନପୁତ୍ର ସେବା ସମିତି ଦଶପଲ୍ଲାରେ ଏକ ଚର୍ଚ୍ଚିତ ଅନୁଷ୍ଠାନରେ ପରିଗଣିତ ହୋଇ ପାରିଛନ୍ତି । କଳିଙ୍ଗ ଟିଭି ସହ ଅନ୍ୟାନ୍ୟ ଗଣମାଧ୍ୟମରେ ମାନସୀଙ୍କ ଖବର ପ୍ରକାଶିତ ହେବା ପରେ ଏହି ଖବରକୁ ଦେଖି ତୁରନ୍ତ ଜାମୁ ସାହିରେ ମାନସୀଙ୍କ ପାଖରେ ପହଞ୍ଚିଥିଲେ । ସେଠାରେ ତାଙ୍କ ସମସ୍ତ ସମସ୍ୟା ବୁଝି ତାଙ୍କୁ ଆର୍ଥିକ ସହାୟତା ସହିତ ତୁରନ୍ତ ମେଡିକାଲ୍ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇ ଆସିଥିଲେ ।

ଆଜି ନିଜର ପ୍ରତିଶ୍ରୁତିକୁ ରକ୍ଷାକରି ପବନସୁତ ସେବା ସମିତିର ସଦସ୍ୟ ମାନେ ମାନସୀଙ୍କ ପାଖରେ ପହଞ୍ଚି ତାଙ୍କୁ ଆମ୍ବୁଲାନ୍ସ ସହାୟତାରେ ମେଡିକାଲ୍ କୁ ପଠାଇଛନ୍ତି ଏହି ସେବା ଅନୁଷ୍ଠାନ । ଦଶପଲ୍ଲାରେ ଏହି ଅନୁଷ୍ଠାନ କୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରିବା ସହିତ କଳିଙ୍ଗ ଟିଭି କୁ ମଧ୍ୟ ଧନ୍ୟବାଦ୍ ଦେଇଛନ୍ତି ଜନସାଧାରଣ ।

The post ଖବର ପ୍ରସାରଣ ପରେ ମାନସୀଙ୍କୁ ସହାୟତାର ହାତ ବଢାଇଲା ପବନପୁତ୍ର ସେବା ସମିତି ଅନୁଷ୍ଠାନ appeared first on KNews Odisha.