ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌, ଘଟଣାସ୍ଥଳରେ ୨ ମୃତ

ବଲାଙ୍ଗିର : ପିକଅପ ଭ୍ୟାନ ଧକ୍କାରେ ୨ ମୃତ। ବାଇକକୁ ପିକ୍ ଅପ ଭ୍ୟାନ ଧକ୍କା ଦେବା ପରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼-ବେଲପଡ଼ା ରାସ୍ତାର କପାଣି ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକ ଆରୋହୀ ବେଲପଡ଼ା ଅଭିମୁଖେ ଯାଉଥିବା ବେଳେ ସାମନା ପଟୁ ଆସୁଥିବା ଏକ ପିକଅପ ଭ୍ୟାନ ସେମାନଙ୍କୁ ବସଷ୍ଟାଣ୍ଡ ନିକଟ କପା ମିଲ ଆଗରେ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ। […] The post ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌, ଘଟଣାସ୍ଥଳରେ ୨ ମୃତ appeared first on KNews Odisha.

ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌, ଘଟଣାସ୍ଥଳରେ ୨ ମୃତ

ବଲାଙ୍ଗିର : ପିକଅପ ଭ୍ୟାନ ଧକ୍କାରେ ୨ ମୃତ। ବାଇକକୁ ପିକ୍ ଅପ ଭ୍ୟାନ ଧକ୍କା ଦେବା ପରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼-ବେଲପଡ଼ା ରାସ୍ତାର କପାଣି ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକ ଆରୋହୀ ବେଲପଡ଼ା ଅଭିମୁଖେ ଯାଉଥିବା ବେଳେ ସାମନା ପଟୁ ଆସୁଥିବା ଏକ ପିକଅପ ଭ୍ୟାନ ସେମାନଙ୍କୁ ବସଷ୍ଟାଣ୍ଡ ନିକଟ କପା ମିଲ ଆଗରେ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକ ମାନେ ବେଲପଡ଼ା ଥାନା ଡୁଙ୍ଗାରିଗୁଡ଼ା ଗାଁର ପରମେଶ୍ୱର ଧରୁଆ ଓ କ୍ଷୀରସିନ୍ଧୁ ସା। ଭ୍ୟାନଟି ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଇଛି l

The post ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌, ଘଟଣାସ୍ଥଳରେ ୨ ମୃତ appeared first on KNews Odisha.