ପୁଅ ଜନ୍ମ କରି ଭୁଲ୍ କଲି, ଖାଇବାକୁ ଦେଉନି ମାଡ଼ ମାରୁଛି

ସାଲେପୁର: ଏମିତି ପୁଅ । ଅନ୍ତ ଫାଡ଼ି ଜନ୍ମ କରିଥିଲି ହେଲେ ସେ ଆଜି ମୋତେ ମାଡ଼ ମାରୁଛି । ଖାଇବାକୁ ଦେଉନି । ଘରେ ପୁରାଇ ଦେଉନି । ବାପାକୁ ହାଣିବାକୁ ଗୋଡ଼ାଉଛି । ଘରେ ତାଲା ପକାଇ ଦେଇଛନ୍ତି ପୁଅ ବୋହୂ । କାହାକୁ କହିବି ଏ ଦୁଃଖ । ଏ ପୁଅ ଉପରୁ ମୋର ସବୁ ଆଶା ଉଠିଯାଇଛି । ପୁଅ ବୋହୂ ମିଶିକି ମାରୁଛନ୍ତି । ଆଜି କି କାଲି ନୁହେଁ […] The post ପୁଅ ଜନ୍ମ କରି ଭୁଲ୍ କଲି, ଖାଇବାକୁ ଦେଉନି ମାଡ଼ ମାରୁଛି appeared first on KNews Odisha.

ପୁଅ ଜନ୍ମ କରି ଭୁଲ୍ କଲି, ଖାଇବାକୁ ଦେଉନି ମାଡ଼ ମାରୁଛି

ସାଲେପୁର: ଏମିତି ପୁଅ । ଅନ୍ତ ଫାଡ଼ି ଜନ୍ମ କରିଥିଲି ହେଲେ ସେ ଆଜି ମୋତେ ମାଡ଼ ମାରୁଛି । ଖାଇବାକୁ ଦେଉନି । ଘରେ ପୁରାଇ ଦେଉନି । ବାପାକୁ ହାଣିବାକୁ ଗୋଡ଼ାଉଛି । ଘରେ ତାଲା ପକାଇ ଦେଇଛନ୍ତି ପୁଅ ବୋହୂ । କାହାକୁ କହିବି ଏ ଦୁଃଖ । ଏ ପୁଅ ଉପରୁ ମୋର ସବୁ ଆଶା ଉଠିଯାଇଛି । ପୁଅ ବୋହୂ ମିଶିକି ମାରୁଛନ୍ତି । ଆଜି କି କାଲି ନୁହେଁ ୫ ବର୍ଷ ହେବ ବାଡ଼େଇ ଆସୁଛି । ୩ ବର୍ଷ ହେଲାଣି ସହି ଆସୁଥିଲି । କେତେ ସହିବି । ଆମେ ବାପା ମା ଦୁଇଜଣ ପୁଅକୁ ଡରିକି ବାପ ଘରେ ଯାଇ ରହୁଥିଲୁ । ହେଲେ କେତେ ଦିନ ନିଜ ଘର ଛାଡ଼ି ଏମିତି ବାପ ଘରେ ରହିବୁ । ଆଜି ସେଥିପାଇଁ ପୁଅ ନାଁ ରେ ଅଭିଯୋଗ କରିବା ପାଇଁ ଥାନାକୁ ଆସିଛି । ଆମେ ବାପା ମା’ ଦୁଇ ଜଣ ନ୍ୟାୟ ଚାହୁଁଛୁ ।

ହଁ ଆଜ୍ଞା, ଘରେ ଛୋଟ ମୋଟ ଝଗଡ଼ା ତ ଲାଗି ରୁହେ । କିନ୍ତୁ ଏହି ଝଗଡ଼ାରେ ବାପା ମା’ ପ୍ରତି କିଏ ବା ଏତେ ନିଷ୍ଠୁର ହୋଇପାରେ । ଯେଉଁ ମା’ ୧୦ ମାସ ଗର୍ଭରେ ଧରି ଜନ୍ମ କରିଛି ସେହି ମା’କୁ ପୁଅ କେମିତି ବାଡ଼େଇ ପାରୁଛି । ପୁଅ ବୋହୁଙ୍କ ଏହି ଅକଥନୀୟ ଅତ୍ୟାଚାର ରେ ଅତିଷ୍ଠ ହୋଇପଡ଼ିଛନ୍ତି ବୃଦ୍ଧ ପିତା ମାତା । ଆଉ କିଛି ଉପାୟ ନପାଇ ଶେଷରେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଘର ଭିତରକୁ ପୁଅ ପୁରାଇ ନଦେବାରୁ ବୃଦ୍ଧ ପିତା ମାତା ନିଜ ଘରେ ନରହି ଅନ୍ୟଘରେ ଏବେ ଆଶ୍ରୟ ନେଇ ଛନ୍ତି । ଏଭଳି ଏକ ଅଭିଯୋଗ ସାଲେପୁର ଥାନା ରେ ହୋଇଛି ।

ବୃଦ୍ଧ ପିତା ମାତା ହେଉଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ୍ ବାରିଗୋଲ ପଞ୍ଚାୟତ ସୁନଖଣ୍ଡି ଗାଁର ରେଣୁବାଳା ମହାରଣା ଓ ହେମନ୍ତ ମହାରଣା । ହେମନ୍ତ ମହାରଣାଙ୍କ ପୁଅ କିଛି ଦିନ ହେବ ବାପା ମା’ଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ପୁଅ, ବୋହୂ ପଦ୍ମଲୋଚନ ମହାରଣା, ସମୁତୁଣି ମିଶି ମାଡ ଗାଳି ଗୁଲଜ କରିବା ସହ ଘରେ ପୁରାଇ ଦେଉ ନାହାଁନ୍ତି । ଭୟଭୀତ ହୋଇ ଏବେ ଅନ୍ୟ ଜଣକ ଘରେ ଆଶ୍ରୟ ନେଉଛନ୍ତି ରେଣୁବାଳା ଏବଂ ହେମନ୍ତ ।

The post ପୁଅ ଜନ୍ମ କରି ଭୁଲ୍ କଲି, ଖାଇବାକୁ ଦେଉନି ମାଡ଼ ମାରୁଛି appeared first on KNews Odisha.