ବିଜେପି ପ୍ରାର୍ଥୀ ନବନୀତ ରାଣାଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ମୋକଦ୍ଦମା ରୁଜୁ
ହାଇଦ୍ରାବାଦ ୧୦।୫: ମହାରାଷ୍ଟ୍ର ଅମରାବତୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ନବନୀତ ରାଣାଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମୋକଦ୍ଦମା ରୁଜୁ ହୋଇଛି। ଏହି ମାମଲା ରାଣାଙ୍କ ସେହି ବୟାନ ବିରୋଧରେ ରୁଜୁ ହୋଇଛି, ଯେଉଁଥିରେ ସେ କଂଗ୍ରେସ ସପକ୍ଷରେ ଦିଆଯାଉଥିବା ପ୍ରତ୍ୟେକ ଭୋଟ ପାକିସ୍ତାନ ଲାଗି ହେବ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ନବନୀତ ରାଣା ଏହି ବୟାନ ହାଇଦ୍ରାବାଦରେ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କ ପ୍ରଚାର କାଳରେ ଦେଇଥିଲେ। Case registered against #BJP MP and candidate from #Amravati #NavneetRana for Controversial remark in #TelanganaNavneet Rana's false statement “Voting for Congress is Voting for Pakistan” during an election campaign in Shadnagar.#LokSabhaElection2024 #LokSabhaElections2024 pic.twitter.com/BhNH2uFkFs— Surya Reddy (@jsuryareddy) May 10, 2024ମୋକଦ୍ଦମା ରୁଜୁ ହେବା ପରେ ପୋଲିସ ଏକ ବୟାନରେ ଏହି ସୂଚନା ଦେଇଛି। ପୋଲିସ କହିଛି ଯେ ନିର୍ବାଚନ କମିଶନ (ଇସି)ଙ୍କ ଅଭିଯୋଗ ଆଧାରରେ ଏହି ମକଦ୍ଦମା ରୁଜୁ ହୋଇଛି। ଏହି ମାମଲାରେ ପୋଲିସ କୌଣସି ସଂଜ୍ଞାନ ନେଇ ନାହିଁ। ପୋଲିସ ଅଧିକାରୀ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଫ୍ଲାଇଙ୍ଗସ୍କ୍ୱାର୍ଡ ଇନଚାର୍ଜ କୃଷ୍ଣ ମୋହନ ଏହି ଅଭିଯୋଗ ରୁଜୁ କରିଛନ୍ତି। ଶାଦନଗର ଥାନ
ହାଇଦ୍ରାବାଦ ୧୦।୫: ମହାରାଷ୍ଟ୍ର ଅମରାବତୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ନବନୀତ ରାଣାଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମୋକଦ୍ଦମା ରୁଜୁ ହୋଇଛି। ଏହି ମାମଲା ରାଣାଙ୍କ ସେହି ବୟାନ ବିରୋଧରେ ରୁଜୁ ହୋଇଛି, ଯେଉଁଥିରେ ସେ କଂଗ୍ରେସ ସପକ୍ଷରେ ଦିଆଯାଉଥିବା ପ୍ରତ୍ୟେକ ଭୋଟ ପାକିସ୍ତାନ ଲାଗି ହେବ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ନବନୀତ ରାଣା ଏହି ବୟାନ ହାଇଦ୍ରାବାଦରେ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କ ପ୍ରଚାର କାଳରେ ଦେଇଥିଲେ।
Case registered against #BJP MP and candidate from #Amravati #NavneetRana for Controversial remark in #Telangana
Navneet Rana's false statement “Voting for Congress is Voting for Pakistan” during an election campaign in Shadnagar.#LokSabhaElection2024 #LokSabhaElections2024 pic.twitter.com/BhNH2uFkFs— Surya Reddy (@jsuryareddy) May 10, 2024
ମୋକଦ୍ଦମା ରୁଜୁ ହେବା ପରେ ପୋଲିସ ଏକ ବୟାନରେ ଏହି ସୂଚନା ଦେଇଛି। ପୋଲିସ କହିଛି ଯେ ନିର୍ବାଚନ କମିଶନ (ଇସି)ଙ୍କ ଅଭିଯୋଗ ଆଧାରରେ ଏହି ମକଦ୍ଦମା ରୁଜୁ ହୋଇଛି। ଏହି ମାମଲାରେ ପୋଲିସ କୌଣସି ସଂଜ୍ଞାନ ନେଇ ନାହିଁ। ପୋଲିସ ଅଧିକାରୀ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଫ୍ଲାଇଙ୍ଗସ୍କ୍ୱାର୍ଡ ଇନଚାର୍ଜ କୃଷ୍ଣ ମୋହନ ଏହି ଅଭିଯୋଗ ରୁଜୁ କରିଛନ୍ତି। ଶାଦନଗର ଥାନା ଓଆଇସି ନବନୀତ ରାଣାଙ୍କ ବିରୋଧରେ ଆଇପିସିର ଧାରା ୧୮୮ରେ ମୋକଦ୍ଦମା ରୁଜୁ ହୋଇଥିବା କହିଛନ୍ତି।

ନବନୀତ ଗୁରୁବାର ହାଇଦ୍ରାବାଦରେ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ଏହି ଅବସରରେ ସେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେଯେ ଯଦି ଲୋକେ ଏଆଇଏମଆଇଏମ ଓ କଂଗ୍ରେସକୁ ଭୋଟ ଦିଅନ୍ତି ଏହାର ଅର୍ଥ ସେମାନେ ପାକିସ୍ତାନକୁ ଭୋଟ ଦେଇଛନ୍ତି। ସେମାନଙ୍କ ଭୋଟ ସିଧା ପାକିସ୍ତାନକୁ ଯିବ। ରାଣା ଏତିକିରେ ଅଟକି ନଥିଲେ ସେ ଆହୁରି କହିଥିଲେ ଯେ ଏଆଇଏମଆଇଏମ ଓ ରାହୁଲ ଗାନ୍ଧିଙ୍କ ଲାଗି ପାକିସ୍ତାନ ଯେପରି ପ୍ରେମ ଦେଖାଉଛି ସେଥିରୁ ମୋଦିଙ୍କୁ ହରାଇ ସେ ରାହୁଲଙ୍କୁ ଜିତାଇବାକୁ ଚାହୁଁଥିବା ସ୍ପଷ୍ଚ ହୋଇଯାଇଛି।