ଆତଙ୍କବାଦୀ ଗୁଳିରେ ସେନା କ୍ୟାପ୍ଟେନ୍ ଶହୀଦ୍
ଶ୍ରୀନଗର,୧୪।୮: ଜମ୍ମୁ କଶ୍ମୀରର ଡୋଡା ଜିଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାରେ ଜଣେ ଭାରତୀୟ ସେନା କ୍ୟାପ୍ଟେନ୍ ଶହୀଦ୍ ହୋଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଡୋଡାରେ ଅପରେଶନ ଅସର ଚାଲିଛି, ଯେଉଁଥିରେ ୪୮ ରାଷ୍ଟ୍ରିୟ ରାଇଫଲ୍ସର କ୍ୟାପଟେନ ଆତଙ୍କବାଦୀଙ୍କ ସହ ଲଢୁଥିଲେ। ହ୍ବାଇଟ ନାଇଟ କର୍ପସ କହିଛି, ପ୍ରବଳ ଗୁଳି ବିନିମୟ ମଧ୍ୟରେ ଆତଙ୍କବାଦୀଙ୍କ ସନ୍ଧାନ ଚାଲିଛି। ଅପରେଶନ ସମୟରେ ଅସ୍ତ୍ରଶସ୍ତ୍ର ଭଣ୍ଡାର ଜବତ କରାଯାଇଛି। ସୂଚନାନୁସାରେ, କିଛି ଆତଙ୍କବାଦୀ ଜମ୍ମୁର ଉଦାମପୁର ଜିଲାର ପାଟନିତୋପ ସୀମାନ୍ତ […] The post ଆତଙ୍କବାଦୀ ଗୁଳିରେ ସେନା କ୍ୟାପ୍ଟେନ୍ ଶହୀଦ୍ appeared first on Dharitri Odia News.
ଶ୍ରୀନଗର,୧୪।୮: ଜମ୍ମୁ କଶ୍ମୀରର ଡୋଡା ଜିଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାରେ ଜଣେ ଭାରତୀୟ ସେନା କ୍ୟାପ୍ଟେନ୍ ଶହୀଦ୍ ହୋଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଡୋଡାରେ ଅପରେଶନ ଅସର ଚାଲିଛି, ଯେଉଁଥିରେ ୪୮ ରାଷ୍ଟ୍ରିୟ ରାଇଫଲ୍ସର କ୍ୟାପଟେନ ଆତଙ୍କବାଦୀଙ୍କ ସହ ଲଢୁଥିଲେ। ହ୍ବାଇଟ ନାଇଟ କର୍ପସ କହିଛି, ପ୍ରବଳ ଗୁଳି ବିନିମୟ ମଧ୍ୟରେ ଆତଙ୍କବାଦୀଙ୍କ ସନ୍ଧାନ ଚାଲିଛି। ଅପରେଶନ ସମୟରେ ଅସ୍ତ୍ରଶସ୍ତ୍ର ଭଣ୍ଡାର ଜବତ କରାଯାଇଛି।
ସୂଚନାନୁସାରେ, କିଛି ଆତଙ୍କବାଦୀ ଜମ୍ମୁର ଉଦାମପୁର ଜିଲାର ପାଟନିତୋପ ସୀମାନ୍ତ ଜଙ୍ଗଲରେ ଏବଂ ଡୋଡା ଜିଲାର ଅସରରେ ଲୁଚି ରହିଥିବା ସୂଚନା ମିଳିଥିଲା। ପରେ ସର୍ଚ୍ଚ ଅପରେଶନ କରାଯାଇଥିଲା।
ଗତ କିଛି ସପ୍ତାହ ମଧ୍ୟରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଘଟଣା ବୃଦ୍ଧି ପାଇଛି। ,ହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବୈଠକ କରିଛନ୍ତି। ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଏହା ବ୍ୟତୀତ ଡିଜିଏମଓ ଏବଂ ସୁରକ୍ଷା ଏଜେନ୍ସିର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଭାଗ ନେଇଛନ୍ତି। ଏହି ବୈଠକରେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା।
The post ଆତଙ୍କବାଦୀ ଗୁଳିରେ ସେନା କ୍ୟାପ୍ଟେନ୍ ଶହୀଦ୍ appeared first on Dharitri Odia News.