ଡୋମିନିକନ୍ ରିପବ୍ଲିକରେ ମ୍ୟୁଜିକ୍ କନ୍‌ସର୍ଟ ବେଳେ ବଡ଼ ଦୁର୍ଘଟଣା, ଛାତ ଭୁଶୁଡ଼ି ୭୦ ରୁ ଅଧିକ ମୃତ

ନୂଆଦିଲ୍ଲୀ: ଡୋମିନିକନ୍ ରିପବ୍ଲିକର ରାଜଧାନୀ ସେଣ୍ଟୋ ଡୋମିଙ୍ଗୋରେ ମଙ୍ଗଳବାର ବଡ଼ ଦୁର୍ଘଟଣା ଘଟିଛି । ଏକ ନାଇଟ୍ କ୍ଲବର ଛାତ ଭୁଶୁଡ଼ିବା ଯୋଗୁ ଜଣେ ନାମୀଦାମୀ କଣ୍ଠଶିଳ୍ପୀଙ୍କ ସମେତ ୭୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଏକାଧିକ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ସ୍ଥାନୀୟ ସମୟ ଅନୁସାରେ ରାତି ୨ଟାରେ ଘଟିଛି । ଦୁର୍ଘଟଣା ବେଳେ ଲୋକପ୍ରିୟ ଗାୟକ ରୁବି ପେରେଜଙ୍କ କନସର୍ଟ ଚାଲିଥିଲା । ଆହତଙ୍କୁ ଆମ୍ୱୁଲାନ୍ସ ଯୋଗେ ବିଭିନ୍ନ ହସ୍ପିଟାଲକୁ ପଠାଯାଇଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।ରିପୋର୍ଟ ଅନୁସାରେ, ନାଇଟ୍ କ୍ଲବରେ ଛାତ ଭୁଶୁଡ଼ିବା ବେଳେ ସେଠାରେ ୭୦୦ରୁ ୧୦୦୦ ଲୋକ ଉପସ୍ଥିତ ଥିଲେ । ଏମର୍ଜେନ୍ସି ଅପରେସନ୍ ସେଣ୍ଟର ନିର୍ଦ୍ଦେଶକ ଜୁଆନ୍ ମେନୁଅଲ୍ ମେଣ୍ଡେଜ କହିଛନ୍ତି, 'ଏବେ ବି ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ଥାଇପାରନ୍ତି ଓ ଜୀବିତ ମଧ୍ୟ ଥାଇପାରନ୍ତି । ଆମେ ଶେଷ ବ୍ୟକ୍ତିଙ୍କୁ ଖୋଜିବା ଯାଏ କାମ ଜାରି ରଖିବୁ ।' ସେପଟେ ଆହତଙ୍କ ମଧ୍ୟରେ ଗାୟକ ରୁବି ପେରେଜ ମଧ୍ୟ ସାମିଲ ଅଛନ୍ତି । ତେବେ ତାଙ୍କ ଅବସ୍ଥା ସ୍ଥିର ରହିଛି । ରାଷ୍ଟ୍ରପତି ଲୁଇସ୍ ଅବିନାଦର ଘଟଣାସ୍ଥଳ ଗସ୍ତ କରିଛନ୍ତି । ସେ ଏହାକୁ ବଡ଼ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ।ସେଣ୍ଟୋ ଡୋମିଙ୍ଗୋ ମେୟର କ୍ୟାରୋଲିନା ମେଜିୟା ଦୁର୍ଘଟଣା ଉପରେ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ସହରର ବିପର୍ଯ୍ୟୟ ପରିଚାଳନା ଟିମ୍ ସକ୍ରିୟ ଅଛି । ତେବ

ଡୋମିନିକନ୍ ରିପବ୍ଲିକରେ ମ୍ୟୁଜିକ୍ କନ୍‌ସର୍ଟ ବେଳେ ବଡ଼ ଦୁର୍ଘଟଣା, ଛାତ ଭୁଶୁଡ଼ି ୭୦ ରୁ ଅଧିକ ମୃତ

ନୂଆଦିଲ୍ଲୀ: ଡୋମିନିକନ୍ ରିପବ୍ଲିକର ରାଜଧାନୀ ସେଣ୍ଟୋ ଡୋମିଙ୍ଗୋରେ ମଙ୍ଗଳବାର ବଡ଼ ଦୁର୍ଘଟଣା ଘଟିଛି । ଏକ ନାଇଟ୍ କ୍ଲବର ଛାତ ଭୁଶୁଡ଼ିବା ଯୋଗୁ ଜଣେ ନାମୀଦାମୀ କଣ୍ଠଶିଳ୍ପୀଙ୍କ ସମେତ ୭୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଏକାଧିକ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ସ୍ଥାନୀୟ ସମୟ ଅନୁସାରେ ରାତି ୨ଟାରେ ଘଟିଛି । ଦୁର୍ଘଟଣା ବେଳେ ଲୋକପ୍ରିୟ ଗାୟକ ରୁବି ପେରେଜଙ୍କ କନସର୍ଟ ଚାଲିଥିଲା । ଆହତଙ୍କୁ ଆମ୍ୱୁଲାନ୍ସ ଯୋଗେ ବିଭିନ୍ନ ହସ୍ପିଟାଲକୁ ପଠାଯାଇଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ନାଇଟ୍ କ୍ଲବରେ ଛାତ ଭୁଶୁଡ଼ିବା ବେଳେ ସେଠାରେ ୭୦୦ରୁ ୧୦୦୦ ଲୋକ ଉପସ୍ଥିତ ଥିଲେ । ଏମର୍ଜେନ୍ସି ଅପରେସନ୍ ସେଣ୍ଟର ନିର୍ଦ୍ଦେଶକ ଜୁଆନ୍ ମେନୁଅଲ୍ ମେଣ୍ଡେଜ କହିଛନ୍ତି, 'ଏବେ ବି ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ଥାଇପାରନ୍ତି ଓ ଜୀବିତ ମଧ୍ୟ ଥାଇପାରନ୍ତି । ଆମେ ଶେଷ ବ୍ୟକ୍ତିଙ୍କୁ ଖୋଜିବା ଯାଏ କାମ ଜାରି ରଖିବୁ ।' ସେପଟେ ଆହତଙ୍କ ମଧ୍ୟରେ ଗାୟକ ରୁବି ପେରେଜ ମଧ୍ୟ ସାମିଲ ଅଛନ୍ତି । ତେବେ ତାଙ୍କ ଅବସ୍ଥା ସ୍ଥିର ରହିଛି । ରାଷ୍ଟ୍ରପତି ଲୁଇସ୍ ଅବିନାଦର ଘଟଣାସ୍ଥଳ ଗସ୍ତ କରିଛନ୍ତି । ସେ ଏହାକୁ ବଡ଼ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ।

ସେଣ୍ଟୋ ଡୋମିଙ୍ଗୋ ମେୟର କ୍ୟାରୋଲିନା ମେଜିୟା ଦୁର୍ଘଟଣା ଉପରେ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ସହରର ବିପର୍ଯ୍ୟୟ ପରିଚାଳନା ଟିମ୍ ସକ୍ରିୟ ଅଛି । ତେବେ ଛାତ ଭୁଶୁଡ଼ିବା କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଅଧିକାରୀମାନେ କାରଣ ଖୋଜିବା ପାଇଁ ଯାଞ୍ଚ ଆରମ୍ଭ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଜେଟ୍ ସେଟ୍ କ୍ଲବ୍ ଏକ ଲୋକପ୍ରିୟ ନାଇଟ୍ କ୍ଲବ୍ ଏବଂ ଏଠାରେ ଅଧିକାଂଶ ସମୟରେ ଲୋକଙ୍କ ଭିଡ଼ ଜମିଥାଏ । ଏହି ଦୁର୍ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।