କୁଳଡିହା ଅଭୟାରଣ୍ୟରେ ହାତୀର ମୃତ୍ୟୁ, ସୁରକ୍ଷା ଦେବାରେ ବନ ବିଭାଗ ବିଫଳ

ନୀଳଗିରି ୨।୧: ପୁଣି ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରେ ହାତୀର ମୃତ୍ୟୁ ହୋଇଛି । କୁଳଡିହା ଅଭୟାରଣ୍ୟ ବିଷ୍ଣୁପୁର ପାହାଡ଼ ସାରୁଚୁଆ ନିକଟରେ ଏକ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ଖବର ପାଇଥିଲା । ଡିଫଏଓ ଖୁସମନ୍ତ ସିଂହ, ରେଞ୍ଜର ପ୍ରବୀର ମୁର୍ମୁଙ୍କ ସହିତ ହାତୀଖୁଲିଆ ଫରେଷ୍ଟର, ଗାର୍ଡ ଓ ସବୁଜବାହିନୀ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ହାତୀର ପାରିପାର୍ଶ୍ଵକ ସ୍ଥିତି ଦେଖି କିଭଳି ମୃତ୍ୟୁ ହୋଇଛି ଏନେଇ ସ୍ପଷ୍ଟ ସୂଚନା ଦେଇନି ବନ ବିଭାଗ । ଗତବର୍ଷ ଗୋଟିଏ ବର୍ଷରେ ୯ଟି ହାତୀ ମୃତ୍ୟୁ ପରେ ହାତୀଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ନେଇ ଅଭିଯୋଗ ଉଠିଥିଲା । ପୁଣି ନୂଆବର୍ଷ ଆରମ୍ଭରୁ ହାତୀ ମରିବା ଖବର ଆସିବା ପରେ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଦକ୍ଷ ଅଧିକାରୀଙ୍କୁ ନିୟୋଜିତ କରିବାକୁ ଦାବି କରାଯାଇଛି । You Can Read : https://www.prameyanews7.com/58th-foundation-day-celebration-of-berhampur-university/ The post କୁଳଡିହା ଅଭୟାରଣ୍ୟରେ ହାତୀର ମୃତ୍ୟୁ, ସୁରକ୍ଷା ଦେବାରେ ବନ ବିଭାଗ ବିଫଳ appeared first on Prameya News7.

କୁଳଡିହା ଅଭୟାରଣ୍ୟରେ ହାତୀର ମୃତ୍ୟୁ, ସୁରକ୍ଷା ଦେବାରେ ବନ ବିଭାଗ ବିଫଳ

ନୀଳଗିରି ୨।୧: ପୁଣି ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରେ ହାତୀର ମୃତ୍ୟୁ ହୋଇଛି । କୁଳଡିହା ଅଭୟାରଣ୍ୟ ବିଷ୍ଣୁପୁର ପାହାଡ଼ ସାରୁଚୁଆ ନିକଟରେ ଏକ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ଖବର ପାଇଥିଲା । ଡିଫଏଓ ଖୁସମନ୍ତ ସିଂହ, ରେଞ୍ଜର ପ୍ରବୀର ମୁର୍ମୁଙ୍କ ସହିତ ହାତୀଖୁଲିଆ ଫରେଷ୍ଟର, ଗାର୍ଡ ଓ ସବୁଜବାହିନୀ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ହାତୀର ପାରିପାର୍ଶ୍ଵକ ସ୍ଥିତି ଦେଖି କିଭଳି ମୃତ୍ୟୁ ହୋଇଛି ଏନେଇ ସ୍ପଷ୍ଟ ସୂଚନା ଦେଇନି ବନ ବିଭାଗ ।

ଗତବର୍ଷ ଗୋଟିଏ ବର୍ଷରେ ୯ଟି ହାତୀ ମୃତ୍ୟୁ ପରେ ହାତୀଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ନେଇ ଅଭିଯୋଗ ଉଠିଥିଲା । ପୁଣି ନୂଆବର୍ଷ ଆରମ୍ଭରୁ ହାତୀ ମରିବା ଖବର ଆସିବା ପରେ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଦକ୍ଷ ଅଧିକାରୀଙ୍କୁ ନିୟୋଜିତ କରିବାକୁ ଦାବି କରାଯାଇଛି ।

You Can Read :

https://www.prameyanews7.com/58th-foundation-day-celebration-of-berhampur-university/

The post କୁଳଡିହା ଅଭୟାରଣ୍ୟରେ ହାତୀର ମୃତ୍ୟୁ, ସୁରକ୍ଷା ଦେବାରେ ବନ ବିଭାଗ ବିଫଳ appeared first on Prameya News7.