ପୋଲିସ ସହ ଧସ୍ତାଧସ୍ତି ବେଳେ ଯୁବ ଚାଷୀଙ୍କ ମୃତ୍ୟୁ, ଦୁଇ ଦିନ ପାଇଁ ଦିଲ୍ଲୀ ଚଲୋ ଅଭିଯାନ ସ୍ଥଗିତ

ନୂଆଦିଲ୍ଲୀ : ଚାଷୀଙ୍କ ଦିଲ୍ଲୀ ଚଲୋରେ ଦୁଇ ଦିନିଆ ବ୍ରେକ୍ । ଦୁଇ ଦିନ ପାଇଁ ଏହି ଅଭିଯାନକୁ ସ୍ଥଗିତ ରଖିଛନ୍ତି କୃଷକ ସଂଗଠନ । ଖନୌରୀ ସୀମାରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ପରେ ଦିଲ୍ଲୀ ଚଲୋରେ ଦୁଇ ଦିନିଆ ବ୍ରେକ୍ ଲାଗିଛି । ଏହି ସମୟରେ ଚାଷୀମାନେ ନୂଆ ରଣନୀତି ସହ ଆଗକୁ ବଢ଼ିବେ ବୋଲି କହିଛନ୍ତି । ଗତକାଲି ଦିଲ୍ଲୀ ଚଲୋ ଅଭିଯାନକୁ ଜୋରଦାର କରିଥିଲେ ଚାଷୀ । ଶମ୍ଭୁ ଓ ଖନୌରୀ […] The post ପୋଲିସ ସହ ଧସ୍ତାଧସ୍ତି ବେଳେ ଯୁବ ଚାଷୀଙ୍କ ମୃତ୍ୟୁ, ଦୁଇ ଦିନ ପାଇଁ ଦିଲ୍ଲୀ ଚଲୋ ଅଭିଯାନ ସ୍ଥଗିତ appeared first on KNews Odisha.

ପୋଲିସ ସହ ଧସ୍ତାଧସ୍ତି ବେଳେ ଯୁବ ଚାଷୀଙ୍କ ମୃତ୍ୟୁ, ଦୁଇ ଦିନ ପାଇଁ ଦିଲ୍ଲୀ ଚଲୋ ଅଭିଯାନ ସ୍ଥଗିତ
farmar 1

ନୂଆଦିଲ୍ଲୀ : ଚାଷୀଙ୍କ ଦିଲ୍ଲୀ ଚଲୋରେ ଦୁଇ ଦିନିଆ ବ୍ରେକ୍ । ଦୁଇ ଦିନ ପାଇଁ ଏହି ଅଭିଯାନକୁ ସ୍ଥଗିତ ରଖିଛନ୍ତି କୃଷକ ସଂଗଠନ । ଖନୌରୀ ସୀମାରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ପରେ ଦିଲ୍ଲୀ ଚଲୋରେ ଦୁଇ ଦିନିଆ ବ୍ରେକ୍ ଲାଗିଛି । ଏହି ସମୟରେ ଚାଷୀମାନେ ନୂଆ ରଣନୀତି ସହ ଆଗକୁ ବଢ଼ିବେ ବୋଲି କହିଛନ୍ତି । ଗତକାଲି ଦିଲ୍ଲୀ ଚଲୋ ଅଭିଯାନକୁ ଜୋରଦାର କରିଥିଲେ ଚାଷୀ । ଶମ୍ଭୁ ଓ ଖନୌରୀ ସୀମାରେ ତେଜିଥିଲା ଚାଷୀ ଆନ୍ଦୋଳନ । ବ୍ୟାରେକେଡ ଡେଇଁ ଆଗକୁ ବଢ଼ିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ।

ସେମାନଙ୍କୁ ଅଟକାଇବା ପାଇଁ ରବର ଗୁଳି, ଲୁହବୁହା ଗ୍ୟାସ୍ ଓ ପାଣି ମାଡ଼ ହୋଇଥିଲା । ସଂଘର୍ଷ ବେଳେ ଜଣେ ୨୧ ବର୍ଷୀୟ ଚାଷୀଙ୍କର ମୃତ୍ୟୁ ହୋଇଥିଲା ଓ କିଛି ଆହତ ହୋଇଥିଲେ । ଏହାପରେ ଦୁଇ ଦିନ ଦିଲ୍ଲୀ ଚଲୋ ଅଭିଯାନରେ ବ୍ରେକ ଲଗାଇଛନ୍ତି ଚାଷୀ ନେତା । ଗୋଟିଏପଟେ ଚାଷୀ ଆନ୍ଦୋଳନ ତେଜୁଛି । ଅନ୍ୟପଟେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପାଇଁ ଚାଷୀଙ୍କୁ ଡାକିଛନ୍ତି କେନ୍ଦ୍ର ସରକାର । ଆଗକୁ ଚାଷୀଙ୍କ ଆନ୍ଦୋଳନ କି ମୋଡ଼ ନେବ ଓ ପ୍ରସ୍ତାବିତ ଆଲୋଚନାକୁ କି ନିଷ୍କର୍ଷ ବାହାରିବ ତାଉପରେ ନଜର ରହିଛି ।

 

The post ପୋଲିସ ସହ ଧସ୍ତାଧସ୍ତି ବେଳେ ଯୁବ ଚାଷୀଙ୍କ ମୃତ୍ୟୁ, ଦୁଇ ଦିନ ପାଇଁ ଦିଲ୍ଲୀ ଚଲୋ ଅଭିଯାନ ସ୍ଥଗିତ appeared first on KNews Odisha.