କାହା ଭାଗରେ ଭୁବନେଶ୍ୱର! ଆଜି ନବୀନ ନିବାସରେ ଭୁବନେଶ୍ୱର ପାଇଁ ଟିକେଟ୍‌ କସରତ

ଭୁବନେଶ୍ୱର,୨୧।୩: କାହା ଭାଗରେ ଛିଡିବ ସୁନା କଳସ। କାହାକୁ ମିଳିବ ଟିକେଟ୍‌। ବିଜେଡି ଭାଜପା ମେଣ୍ଟ ଛିଡୁ ନ ଥିବାବେଳେ ଟିକେଟ୍‌ ପାଇଁ ଏବେ ବିଜେଡି ଓ ଭାଜପା ମଧ୍ୟରେ କସରତ ଚାଲିଛି। କାହା ଭାଗରେ ପଡିବ ଭୁବନେଶ୍ୱର ଏନେଇ ଦୁଇଦଳ ମଧ୍ୟରେ ଟଣାଓଟରା ଚାଲିଛି। ତେବେ ଏନେଇ ଅଜି ନବୀନ ନିବାସରେ ପୁଣି ବୈଠକ ବସିବାକୁ ଯାଉଛି। ଭୁବନେଶ୍ୱର, କନ୍ଧମାଳ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକରେ ଆଲୋଚନା ହେବ। ବୈଠକରେ ଭୁବନେଶ୍ୱର ପର୍ଯ୍ୟବେକ୍ଷକ […] The post କାହା ଭାଗରେ ଭୁବନେଶ୍ୱର! ଆଜି ନବୀନ ନିବାସରେ ଭୁବନେଶ୍ୱର ପାଇଁ ଟିକେଟ୍‌ କସରତ appeared first on Dharitri Odia News.

କାହା ଭାଗରେ ଭୁବନେଶ୍ୱର! ଆଜି ନବୀନ ନିବାସରେ ଭୁବନେଶ୍ୱର ପାଇଁ ଟିକେଟ୍‌ କସରତ

ଭୁବନେଶ୍ୱର,୨୧।୩: କାହା ଭାଗରେ ଛିଡିବ ସୁନା କଳସ। କାହାକୁ ମିଳିବ ଟିକେଟ୍‌। ବିଜେଡି ଭାଜପା ମେଣ୍ଟ ଛିଡୁ ନ ଥିବାବେଳେ ଟିକେଟ୍‌ ପାଇଁ ଏବେ ବିଜେଡି ଓ ଭାଜପା ମଧ୍ୟରେ କସରତ ଚାଲିଛି। କାହା ଭାଗରେ ପଡିବ ଭୁବନେଶ୍ୱର ଏନେଇ ଦୁଇଦଳ ମଧ୍ୟରେ ଟଣାଓଟରା ଚାଲିଛି। ତେବେ ଏନେଇ ଅଜି ନବୀନ ନିବାସରେ ପୁଣି ବୈଠକ ବସିବାକୁ ଯାଉଛି। ଭୁବନେଶ୍ୱର, କନ୍ଧମାଳ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକରେ ଆଲୋଚନା ହେବ। ବୈଠକରେ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଓ ଗଞ୍ଜାମର ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ ସାମିଲ ରହିବେ।

ବୈଠକରେ ଭୁବନେଶ୍ୱର, ବ୍ରହ୍ମପୁର ଓ କନ୍ଧମାଳ ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ରର ନେତାଙ୍କୁ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ପାଇଁ ବିଜେଡିରେ ଅନେକ
ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଭାଜପା ହାତରେ ରହିଛି। ଚଳିତ ନିର୍ବାଚନରେ ଏହି ସଂସଦୀୟ କ୍ଷେତ୍ର କିପରି ବିଜେଡି ଖାତାକୁ ଯିବ ସେନେଇ ମଧ୍ୟ ଆଜିର ବୈଠକରେ ଅଙ୍କକଷା ଯିବ ବୋଲି ସୂଚନା ରହିଛି।

The post କାହା ଭାଗରେ ଭୁବନେଶ୍ୱର! ଆଜି ନବୀନ ନିବାସରେ ଭୁବନେଶ୍ୱର ପାଇଁ ଟିକେଟ୍‌ କସରତ appeared first on Dharitri Odia News.