ଝାଡ଼ଖଣ୍ଡରେ ବିମାନ ନିଖୋଜ, ପାଇଲଟ୍ଙ୍କ ସହ ଥିଲେ…
ରାଞ୍ଚି, ୨୧।୦୮: ଝାଡ଼ଖଣ୍ଡରେ ମଙ୍ଗଳବାର ନିିଖୋଜ ହୋଇଯାଇଥିବା ଏକ ବିମାନର ପତ୍ତା ମିଳିପାରିନାହିଁ । ସରାୟକେଲା-ଖରସାୱାଁ ଜିଲାର ଏକ ବିମାନ ଉଡ଼ାଣ କେନ୍ଦ୍ରରୁ ଉଡ଼ାଣ ଭରିବା ପରେ ବିମାନଟି ନିଖୋଜ ହୋଇଯାଇଥିଲା । ଏହାକୁ ଖୋଜିବାକୁ ଟିମ୍ ନିୟୋଜିତ ଅଛନ୍ତି । ଝାଡ଼ଖଣ୍ଡର ଚଣ୍ଡିଲ ସବ-ଡିଭିଜନାଲ ପୋଲିସ ଅଧିକାରୀ (ଏସଡିପିଓ) ସୁନୀଲ କୁମାର ରାଜୱାର କହିଛନ୍ତି ଯେ ନିଖୋଜ ବିମାନକୁ ଖୋଜିବା ପାଇଁ ଅପରେସନ ମଙ୍ଗଳବାର ମଧ୍ୟରାତ୍ର ପର୍ଯ୍ୟନ୍ତ କରାଯାଇଥିଲା। ଏସଡିପିଓ କହିଛନ୍ତି ଯେ ରାଞ୍ଚିରୁ NDRF […] The post ଝାଡ଼ଖଣ୍ଡରେ ବିମାନ ନିଖୋଜ, ପାଇଲଟ୍ଙ୍କ ସହ ଥିଲେ… appeared first on Dharitri Odia News.
ରାଞ୍ଚି, ୨୧।୦୮: ଝାଡ଼ଖଣ୍ଡରେ ମଙ୍ଗଳବାର ନିିଖୋଜ ହୋଇଯାଇଥିବା ଏକ ବିମାନର ପତ୍ତା ମିଳିପାରିନାହିଁ । ସରାୟକେଲା-ଖରସାୱାଁ ଜିଲାର ଏକ ବିମାନ ଉଡ଼ାଣ କେନ୍ଦ୍ରରୁ ଉଡ଼ାଣ ଭରିବା ପରେ ବିମାନଟି ନିଖୋଜ ହୋଇଯାଇଥିଲା । ଏହାକୁ ଖୋଜିବାକୁ ଟିମ୍ ନିୟୋଜିତ ଅଛନ୍ତି ।
ଝାଡ଼ଖଣ୍ଡର ଚଣ୍ଡିଲ ସବ-ଡିଭିଜନାଲ ପୋଲିସ ଅଧିକାରୀ (ଏସଡିପିଓ) ସୁନୀଲ କୁମାର ରାଜୱାର କହିଛନ୍ତି ଯେ ନିଖୋଜ ବିମାନକୁ ଖୋଜିବା ପାଇଁ ଅପରେସନ ମଙ୍ଗଳବାର ମଧ୍ୟରାତ୍ର ପର୍ଯ୍ୟନ୍ତ କରାଯାଇଥିଲା। ଏସଡିପିଓ କହିଛନ୍ତି ଯେ ରାଞ୍ଚିରୁ NDRF ଦଳ ଆଜି ସର୍ଚ୍ଚ ଅପରେସନରେ ଯୋଗଦେବେ। ସରାୟକେଲା-ଖରସାୱା ପୋଲିସ ଅଧୀକ୍ଷକ ମୁକେଶ କୁମାର ଲୁନାୟତ କହିଛନ୍ତି ଯେ ଜଳଭଣ୍ଡାରରେ ବିମାନର ଧ୍ୱଂସାବଶେଷ ଦେଖି ଥିବା ସ୍ଥାନୀୟ ଲୋକ ଦାବି କରିବା ପରେ ଚଣ୍ଡିଲ ଡ୍ୟାମରେ ବ୍ୟାପକ ସର୍ଚ୍ଚ ଅପରେସନ ଚାଲିଛି।
ଏହାପୂର୍ବରୁ ପୂର୍ବ ସିଂହଭୂମ ଜିଲ୍ଲାର ଡେପୁଟି କମିଶନର ଅନନ୍ୟା ମିତ୍ତଲ କହିଛନ୍ତି ଯେ ସୋନାରି ବିମାନବନ୍ଦରରେ ଏୟାର ଟ୍ରାଫିକ ନିୟନ୍ତ୍ରଣ ସରାୟକେଲା-ଖରସାୱା ଜିଲ୍ଲାର ଚଣ୍ଡିଲ ସବ ଡିଭିଜନ ଅନ୍ତର୍ଗତ ନିମଡିହରେ ’ଆଲକେମିଷ୍ଟ ଆଭିଏସନ କମ୍ପାନୀ’ ବିମାନର ଶେଷ ସ୍ଥାନ ପାଇଛି। ସେ କହିଛନ୍ତି ଯେ ପୂର୍ବ ସିଂହଭୂମ ଏବଂ ସରାୟକେଲା-ଖରସାୱା ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ଜଙ୍ଗଲ ବିଭାଗ ଦଳ ବିମାନ ଖୋଜୁଛନ୍ତି।
ସେ କହିଛନ୍ତି ଯେ ନିମଡିହ ନିକଟବର୍ତ୍ତୀ ଅଞ୍ଚଳ ବ୍ୟତୀତ ପଶ୍ଚିମବଙ୍ଗର ପୁରୁଲିଆ ଜିଲାରେ ମଧ୍ୟ ସର୍ଚ୍ଚ ଅପରେସନ ଚାଲିଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବିମାନଟି ’ସେସନା ୧୫୨’ ଥିଲା ଏବଂ ଏହା ଫ୍ଲାଇଟ ଟ୍ରେନିଂ ଇନଷ୍ଟିଚ୍ୟୁଟ ’ଆଲକେମିଷ୍ଟ ଆଭିଏସନ’ର ଥିଲା ବୋଲି କୁହାଯାଉଛି। ବିମାନଟି ମଙ୍ଗଳବାର ଦିନ ପ୍ରାୟ୧୧ଟା ସମୟରେ ଜାମସେଦପୁରର ସୋନାରୀ ବିମାନ ବନ୍ଦରରୁ ପାଇଲଟ ଏବଂ ଟ୍ରେନ ନେଇ ବିମାନରେ ଯାତ୍ରା କରିଥିଲା।
The post ଝାଡ଼ଖଣ୍ଡରେ ବିମାନ ନିଖୋଜ, ପାଇଲଟ୍ଙ୍କ ସହ ଥିଲେ… appeared first on Dharitri Odia News.