ଲଭ୍ ଜିହାଦ ବିରୋଧରେ ମହାରାଷ୍ଟ୍ର ଆଣିବ ଆଇନ
ମୁମ୍ବାଇ,୧୭।୨: ବଳପୂର୍ବକ ଧର୍ମ ପରିବର୍ତ୍ତନ ଏବଂ ଲଭ୍ ଜିହାଦ ବିରୋଧରେ ଖୁବ୍ଶୀଘ୍ର ମହାରାଷ୍ଟ୍ର ସରକାର ଆଇନ ଆଣିବାକୁ ଯାଉଛନ୍ତି। ଏଥିପାଇଁ ରହିଥିବା ଦିଗଗୁଡ଼ିକୁ ଅଧ୍ୟୟନ କରିବା ଲାଗି ଶନିବାର ମହାରାଷ୍ଟ୍ର ସରକାର ରାଜ୍ୟ ଡିଜିପି ସଞ୍ଜୟ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ୭ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଅଳ୍ପ ସଂଖ୍ୟକ ବ୍ୟାପାର ବିଭାଗ, ସାମାଜିକ ସଶକ୍ତୀକରଣ ବିଭାଗ, ଆଇନ ଏବଂ ନ୍ୟାୟପାଳିକା ବିଭାଗ ସମେତ ଗୃହ […] The post ଲଭ୍ ଜିହାଦ ବିରୋଧରେ ମହାରାଷ୍ଟ୍ର ଆଣିବ ଆଇନ appeared first on Dharitri Odia News.
ମୁମ୍ବାଇ,୧୭।୨: ବଳପୂର୍ବକ ଧର୍ମ ପରିବର୍ତ୍ତନ ଏବଂ ଲଭ୍ ଜିହାଦ ବିରୋଧରେ ଖୁବ୍ଶୀଘ୍ର ମହାରାଷ୍ଟ୍ର ସରକାର ଆଇନ ଆଣିବାକୁ ଯାଉଛନ୍ତି। ଏଥିପାଇଁ ରହିଥିବା ଦିଗଗୁଡ଼ିକୁ ଅଧ୍ୟୟନ କରିବା ଲାଗି ଶନିବାର ମହାରାଷ୍ଟ୍ର ସରକାର ରାଜ୍ୟ ଡିଜିପି ସଞ୍ଜୟ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ୭ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଅଳ୍ପ ସଂଖ୍ୟକ ବ୍ୟାପାର ବିଭାଗ, ସାମାଜିକ ସଶକ୍ତୀକରଣ ବିଭାଗ, ଆଇନ ଏବଂ ନ୍ୟାୟପାଳିକା ବିଭାଗ ସମେତ ଗୃହ ଏବଂ ସ୍ବତନ୍ତ୍ର ସହାୟତା ବିଭାଗର ଜଣେ ଲେଖାଏ ବରିଷ୍ଠ ଅଧିକାରୀଙ୍କୁ ସାମିଲ କରାଯାଇଛି। ଏହି କମିଟି ମହାରାଷ୍ଟ୍ରର ସାମ୍ପ୍ରତିକ ସ୍ଥିତିକୁ ଅଧ୍ୟୟନ କରିବା ସହ ଲଭ୍ ଜିହାଦ ଏବଂ ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ଆଦି ଅଭିଯୋଗର ମୁକାବିଲା ଦିଗରେ ରିପୋର୍ଟ ପ୍ରଦାନ କରିବ। ତେବେ ମହାରାଷ୍ଟ୍ର ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ମହା ଅଘାଡ଼ି ମେଣ୍ଟ ସମାଲୋଚନା କରିଛି।
The post ଲଭ୍ ଜିହାଦ ବିରୋଧରେ ମହାରାଷ୍ଟ୍ର ଆଣିବ ଆଇନ appeared first on Dharitri Odia News.