କାହିଁକି ଆକାଉଣ୍ଟକୁ ଆସିନି ସୁଭଦ୍ରା ଟଙ୍କା, କ’ଣ କଲେ ଆସିବ ଉପମୁଖ୍ୟମନ୍ତ୍ରୀ ଦେଲେ ପୂରା ସୂଚନା…
ଭୁବନେଶ୍ୱର,୯ା୧୧: ପୂର୍ବଥର ଯେଉଁ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିନାହିଁ, କାହିଁକି ଆସିନାହିଁ କ’ଣ କଲେ ଆକାଉଣ୍ଟକୁ ଟଙ୍କା ଆସିବ ସେ ସମ୍ପର୍କରେ ସବିଶେଷ କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଏଯାବତ୍ ୨ ଲକ୍ଷ ୬୭ ହଜାର ‘ସୁଭଦ୍ରା’ ଆବେଦନ ରିଜେକ୍ଟ ହୋଇଛି। ବିଭିନ୍ନ ତ୍ରୁଟି କାରଣରୁ ଆବେଦନପତ୍ର ରିଜେକ୍ଟ ହୋଇଛି। ତେବେ ରିଜେକ୍ଟ ତାଲିକା ଜିଲାପାଳଙ୍କ ଜରିଆରେ ବ୍ଲକକୁ ପଠାଯାଇଛି। ଆଧାର କାର୍ଡ, ବ୍ୟାଙ୍କ ତ୍ରୁଟି ସଂଶୋଧନ କଲେ ୩ୟ ପର୍ଯ୍ୟାୟ […] The post କାହିଁକି ଆକାଉଣ୍ଟକୁ ଆସିନି ସୁଭଦ୍ରା ଟଙ୍କା, କ’ଣ କଲେ ଆସିବ ଉପମୁଖ୍ୟମନ୍ତ୍ରୀ ଦେଲେ ପୂରା ସୂଚନା… appeared first on Dharitri Odia News.
ଭୁବନେଶ୍ୱର,୯ା୧୧: ପୂର୍ବଥର ଯେଉଁ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିନାହିଁ, କାହିଁକି ଆସିନାହିଁ କ’ଣ କଲେ ଆକାଉଣ୍ଟକୁ ଟଙ୍କା ଆସିବ ସେ ସମ୍ପର୍କରେ ସବିଶେଷ କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଏଯାବତ୍ ୨ ଲକ୍ଷ ୬୭ ହଜାର ‘ସୁଭଦ୍ରା’ ଆବେଦନ ରିଜେକ୍ଟ ହୋଇଛି। ବିଭିନ୍ନ ତ୍ରୁଟି କାରଣରୁ ଆବେଦନପତ୍ର ରିଜେକ୍ଟ ହୋଇଛି। ତେବେ ରିଜେକ୍ଟ ତାଲିକା ଜିଲାପାଳଙ୍କ ଜରିଆରେ ବ୍ଲକକୁ ପଠାଯାଇଛି। ଆଧାର କାର୍ଡ, ବ୍ୟାଙ୍କ ତ୍ରୁଟି ସଂଶୋଧନ କଲେ ୩ୟ ପର୍ଯ୍ୟାୟ ଟଙ୍କା ମିଳିବ। ଯଦି ସଂଶୋଧନ କରିବାରେ ବିଳମ୍ବ ହୁଏ ତେବେ ୪ର୍ଥ ପର୍ଯ୍ୟାୟରେ ମଧ୍ୟ ଆକାଉଣ୍ଟକୁ ଟଙ୍କା ଦିଆଯିବ। ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ହେବେ ନାହିଁ ।
ଆସନ୍ତା ୨୪ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଆସିବ। ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦ ଲକ୍ଷରୁ ଅଧିକ ହିତାଧିକାରୀ ଏହାଦ୍ୱାରା ଉପକୃତ ହେବେ। ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ।
ଏ ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହେବାକୁ ୧ କୋଟି ୨୦ ହଜାରରୁ ଅଧିକ ମହିଳା ହିତାଧିକାରୀ ପଞ୍ଜୀକରଣ କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନାରେ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ଼ ଉପଲବ୍ଧି ହେବ ବୋଲି ପ୍ରଭାତୀ କହିଛନ୍ତି। ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ସମସ୍ତ ଖବର ପାଇଁ ପ୍ରସ୍ତୁତ ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କରନ୍ତୁ କିମ୍ବା ଟୋଲ ଫ୍ରି ନମ୍ବର(୧୪୬୭୮)କୁ କଲ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ସୂଚନା ଦେଇଛନ୍ତି।
The post କାହିଁକି ଆକାଉଣ୍ଟକୁ ଆସିନି ସୁଭଦ୍ରା ଟଙ୍କା, କ’ଣ କଲେ ଆସିବ ଉପମୁଖ୍ୟମନ୍ତ୍ରୀ ଦେଲେ ପୂରା ସୂଚନା… appeared first on Dharitri Odia News.