Salary Hike: କର୍ମଚାରୀଙ୍କ ଲାଗିବ ଲଟେରୀ, ମିଳିବ ଡବଲ ବୋନସ

ନୂଆଦିଲ୍ଲୀ,୯।୨: କର୍ମଚାରୀଙ୍କ ପାଇଁ ଖୁସି ଖବର। ମିଳିବ ଡବଲ ବୋନସ। କେନ୍ଦ୍ର ସରକାର କର୍ମଚାରୀଙ୍କୁ ବଡ ଖୁସି ଖବର ଦେବାକୁ ଯାଉଛନ୍ତି। ଯେଉଁମାନେ ମହଙ୍ଗା ଭତ୍ତା(ଡିଏ) ଓ ୧୮ ମାସର ବକେୟା ବୃଦ୍ଧି ଘୋଷଣାକୁ ଅପେକ୍ଷା କରିଛନ୍ତି ସେମାନେ ଖୁବଶୀଘ୍ର ଖୁସି ଖବର ପାଇବାକୁ ଯାଉଛନ୍ତି। କରୋନା ସମୟରେ ୧୮ମାସ ପାଇଁ ମହଙ୍ଗା ଭତ୍ତା(ଡିଏ) ଓ aମହଙ୍ଗା ରିଲିଫ୍‌(ଡିଆର) ବକେୟା ୧୮ମାସ ପାଇଁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ […] The post Salary Hike: କର୍ମଚାରୀଙ୍କ ଲାଗିବ ଲଟେରୀ, ମିଳିବ ଡବଲ ବୋନସ appeared first on Dharitri Odia News.

Salary Hike: କର୍ମଚାରୀଙ୍କ ଲାଗିବ ଲଟେରୀ, ମିଳିବ ଡବଲ ବୋନସ

ନୂଆଦିଲ୍ଲୀ,୯।୨: କର୍ମଚାରୀଙ୍କ ପାଇଁ ଖୁସି ଖବର। ମିଳିବ ଡବଲ ବୋନସ। କେନ୍ଦ୍ର ସରକାର କର୍ମଚାରୀଙ୍କୁ ବଡ ଖୁସି ଖବର ଦେବାକୁ ଯାଉଛନ୍ତି। ଯେଉଁମାନେ ମହଙ୍ଗା ଭତ୍ତା(ଡିଏ) ଓ ୧୮ ମାସର ବକେୟା ବୃଦ୍ଧି ଘୋଷଣାକୁ ଅପେକ୍ଷା କରିଛନ୍ତି ସେମାନେ ଖୁବଶୀଘ୍ର ଖୁସି ଖବର ପାଇବାକୁ ଯାଉଛନ୍ତି। କରୋନା ସମୟରେ ୧୮ମାସ ପାଇଁ ମହଙ୍ଗା ଭତ୍ତା(ଡିଏ) ଓ aମହଙ୍ଗା ରିଲିଫ୍‌(ଡିଆର) ବକେୟା ୧୮ମାସ ପାଇଁ ସ୍ଥଗିତ ରଖାଯାଇଥିଲା।
କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି। ତେଣୁ ଏଥର କେନ୍ଦ୍ର କର୍ମଚାରୀଙ୍କ ଭତ୍ତା ୪ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ମାର୍ଚ୍ଚରେ ଏହାକୁ ଅନୁମୋଦନ କରାଯିବ। ଏପ୍ରିଲରେ ଏହି ବକେୟା ଟଙ୍କା ଦିଆଯିବ। ହୋଲି ପୂର୍ବରୁ ଡିଏ ବୃ୍‌ଦ୍ଧିକୁ ସରକାର ଅନୁମୋଦନ କଲେ କେନ୍ଦ୍ରୀୟ କର୍ମଚାରୀମାନେ ତିନି ମାସରେ ଥରେ ବକେୟା ରାଶି ପାଇପାରିବେ। ସମ୍ପ୍ରତି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଓ କେନ୍ଦ୍ର ସରକାରୀ ପେନସନଭୋଗୀଙ୍କ ପାଇଁ ମହଙ୍ଗା ରିଲିଫ ୪୨% ରୁ ୪୬% କୁ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଜୁଲାଇ ୧, ୨୦୨୩ ଠାରୁ କାର୍ଯ୍ୟକାରୀ ହେବ।

The post Salary Hike: କର୍ମଚାରୀଙ୍କ ଲାଗିବ ଲଟେରୀ, ମିଳିବ ଡବଲ ବୋନସ appeared first on Dharitri Odia News.