ବ୍ୟାପୁଛି ଜଣ୍ଡିସ୍: ୨ ଦିନରେ ୧୧ ଚିହ୍ନଟ
କଟକ,୮ା୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ସଦର ଥାନା ଅଧୀନ ରାଜେନ୍ଦ୍ର ନଗର ଅଞ୍ଚଳରେ ଜଣ୍ଡିସ୍ ବ୍ୟାପିବାରେ ଲାଗିଛି। ଗତ ୨ ଦିନରେ ୪୭ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବାବେଳେ ସେଥିମଧ୍ୟରୁ ୧୧ ଜଣ ଜଣ୍ଡିସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ଏଥିପାଇଁ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ବିତ କରାଯାଉଛି। ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ରବିବାରଠାରୁ ଉକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଜିଲା ମୁଖ୍ୟ […] The post ବ୍ୟାପୁଛି ଜଣ୍ଡିସ୍: ୨ ଦିନରେ ୧୧ ଚିହ୍ନଟ appeared first on Dharitri Odia News.
କଟକ,୮ା୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ସଦର ଥାନା ଅଧୀନ ରାଜେନ୍ଦ୍ର ନଗର ଅଞ୍ଚଳରେ ଜଣ୍ଡିସ୍ ବ୍ୟାପିବାରେ ଲାଗିଛି। ଗତ ୨ ଦିନରେ ୪୭ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବାବେଳେ ସେଥିମଧ୍ୟରୁ ୧୧ ଜଣ ଜଣ୍ଡିସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ଏଥିପାଇଁ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ବିତ କରାଯାଉଛି। ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ରବିବାରଠାରୁ ଉକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମକରନ୍ଦ ବେଉରାଙ୍କ ନିର୍ଦ୍ଦେଶକ୍ରମେ ରବିବାର ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ରାଜେନ୍ଦ୍ର ନଗର ଅଞ୍ଚଳରେ ପହଞ୍ଚି ଘର ଘର ବୁଲି ପାନୀୟ ଜଳ, ରକ୍ତ ନମୁନା ସଂଗ୍ରହ କରିଛନ୍ତି। ଏଥିସହ ଜିଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଲୋକନାଥ ପାତ୍ରଙ୍କ ନେତୃତ୍ୱରେ ବିଶେଷଜ୍ଞ ଟିମ୍ ସ୍ଥିତି ଅନୁଧ୍ୟାନ କରିଛି। ପ୍ରାୟ ୫ ଜଣଙ୍କ ଘରୁ ପାନୀୟ ଜଳ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ ଆର୍ଏମ୍ଆର୍ସିକୁ ପଠାଯାଇଛି। ରାଜେନ୍ଦ୍ର ନଗର ଅଞ୍ଚଳରେ ନୂଆବଜାର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ବାସ୍ଥ୍ୟସେବା ଶିବିର କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଦୂଷିତ ପାଣିକୁ ଠିକ୍ କରି ଯୋଗାଇବା ନିମନ୍ତେ ୱାଟ୍କୋକୁ ଉକ୍ତ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଲକ୍ଷଣ ଥିବା ବ୍ୟକ୍ତିଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି।
The post ବ୍ୟାପୁଛି ଜଣ୍ଡିସ୍: ୨ ଦିନରେ ୧୧ ଚିହ୍ନଟ appeared first on Dharitri Odia News.