ବୋପାନ୍ନା ନମ୍ବର ଓ୍ବାନ୍‌

ମେଲବୋର୍ନ,୨୫ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଥିବା ଭାରତର ରୋହନ ବୋପାନ୍ନା ବିଶ୍ୱର ନମ୍ବର ଓ୍ବାନ ଖେଳାଳି ହେବାର ଗୌରବ ହାସଲ କରିଛନ୍ତି। ଏହା ସହ ସେ ୪୩ ବର୍ଷରେ ବିଶ୍ୱର ବୟସ୍କ ଖେଳାଳି ଭାବରେ ଏକ ନମ୍ବର ଖେଳାଳି ହେବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ମାଥ୍ୟୁ ଏବ୍‌ଡେନଙ୍କୁ ସାଥୀ କରି ଖେଳିଥିବା ବୋପାନ୍ନା ୬-୪, ୭-୬(୫) ସେଟ୍‌ରେ ଷଷ୍ଠ ସିଡ୍‌ ଖେଳାଳି ଆର୍ଜେଣ୍ଟିନାର ମାକ୍ସିମୋ ଗୋଞ୍ଜାଲେଜ୍‌ ଓ ଆନ୍ଦ୍ରେସ ମୋଲଟେନିଙ୍କୁ ପରାସ୍ତ କରିଥିଲେ। ଏହି […] The post ବୋପାନ୍ନା ନମ୍ବର ଓ୍ବାନ୍‌ appeared first on Dharitri Odia News.

ବୋପାନ୍ନା ନମ୍ବର ଓ୍ବାନ୍‌

ମେଲବୋର୍ନ,୨୫ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଥିବା ଭାରତର ରୋହନ ବୋପାନ୍ନା ବିଶ୍ୱର ନମ୍ବର ଓ୍ବାନ ଖେଳାଳି ହେବାର ଗୌରବ ହାସଲ କରିଛନ୍ତି। ଏହା ସହ ସେ ୪୩ ବର୍ଷରେ ବିଶ୍ୱର ବୟସ୍କ ଖେଳାଳି ଭାବରେ ଏକ ନମ୍ବର ଖେଳାଳି ହେବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ମାଥ୍ୟୁ ଏବ୍‌ଡେନଙ୍କୁ ସାଥୀ କରି ଖେଳିଥିବା ବୋପାନ୍ନା ୬-୪, ୭-୬(୫) ସେଟ୍‌ରେ ଷଷ୍ଠ ସିଡ୍‌ ଖେଳାଳି ଆର୍ଜେଣ୍ଟିନାର ମାକ୍ସିମୋ ଗୋଞ୍ଜାଲେଜ୍‌ ଓ ଆନ୍ଦ୍ରେସ ମୋଲଟେନିଙ୍କୁ ପରାସ୍ତ କରିଥିଲେ। ଏହି ଟୁର୍ନାମେଣ୍ଟକୁ ବିଶ୍ୱ ମାନ୍ୟତାର ୩ ନମ୍ବର ଖେଳାଳି ଭାବେ ପ୍ରବେଶ କରିଥିଲେ ବୋପାନ୍ନା-ଏବ୍‌ଡେନ। ଚଳିତ ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍‌ର ମାନ୍ୟତା ପାଇଥିବା ବୋପାନ୍ନା-ଏବ୍‌ଡେନ ଯୋଡି ବୁଧବାରର ମ୍ୟାଚ୍‌କୁ ୧ ଘଣ୍ଟା ୪୬ ମିନିଟ ସମୟ ନେଇ ବିଜୟୀ ହୋଇଥିଲେ। ଭାରତ-ଅଷ୍ଟ୍ରେଲୀୟ ଯୋଡି ସେମିଫାଇନାଲରେ ଅଣସିଡେଡ ଟୋମାସ ମାକହାକ ଓ ଝିଝେନ୍‌ ଝାଙ୍ଗଙ୍କୁ ଭେଟିବେ। ପୂର୍ବରୁ ଆମେରିକାର ରାଜୀବ ରାମ ୩୮ ବର୍ଷ ବୟସରେ ବିଶ୍ୱର ବୟସ୍କ ଖେଳାଳି ଭାବରେ ଏକ ନମ୍ବର ସ୍ଥାନ ଅଳଙ୍କୃତ କରିଥିଲେ। ଚତୁର୍ଥ ଭାରତୀୟ ଭାବରେ ବୋପାନ୍ନା ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଲିଆଣ୍ଡର ପେସ୍‌, ମହେଶ ଭୂପତି ଓ ସାନିଆ ମିର୍ଜାଙ୍କ ପରେ ସେ ଏଭଳି କୃତିତ୍ୱ ହାସଲ କରିଛନ୍ତି।

The post ବୋପାନ୍ନା ନମ୍ବର ଓ୍ବାନ୍‌ appeared first on Dharitri Odia News.