ରାଶିଫଳ: ସୋମବାର, ଏପ୍ରିଲ୍‍ ୭ ତାରିଖ – Daily Horoscope

ମେଷ ଆଜି କୌଣସି କାମ ଆରମ୍ଭ କଲେ ମଧ୍ୟ ତାହା ପ୍ରତିବନ୍ଧକ ମଧ୍ୟରେ ଅଟକି ଯାଇପାରେ। ଏକ ସାଧାରଣ ଘଟଣାରୁ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ଦ୍ୱନ୍ଦ୍ୱରେ ପଡିପାରନ୍ତି। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖି ଚିନ୍ତିତ ରହିବେ। ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ବୃଷ ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ସହ ସନ୍ତାନଙ୍କ ପାଇଁ ଥିବା ଦୁଶ୍ଚିନ୍ତା ଦୂର ହୋଇଯିବ। ଆଜିର ଗ୍ରହସଂଯୋଗ କର୍ମାରମ୍ଭ ପାଇଁ ଅନୁକୂଳ ରହି […] The post ରାଶିଫଳ: ସୋମବାର, ଏପ୍ରିଲ୍‍ ୭ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ସୋମବାର, ଏପ୍ରିଲ୍‍ ୭ ତାରିଖ – Daily Horoscope
ମେଷ
ଆଜି କୌଣସି କାମ ଆରମ୍ଭ କଲେ ମଧ୍ୟ ତାହା ପ୍ରତିବନ୍ଧକ ମଧ୍ୟରେ ଅଟକି ଯାଇପାରେ। ଏକ ସାଧାରଣ ଘଟଣାରୁ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ଦ୍ୱନ୍ଦ୍ୱରେ ପଡିପାରନ୍ତି। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖି ଚିନ୍ତିତ ରହିବେ। ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ।
ବୃଷ
ବୃଷ
ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ସହ ସନ୍ତାନଙ୍କ ପାଇଁ ଥିବା ଦୁଶ୍ଚିନ୍ତା ଦୂର ହୋଇଯିବ। ଆଜିର ଗ୍ରହସଂଯୋଗ କର୍ମାରମ୍ଭ ପାଇଁ ଅନୁକୂଳ ରହି ନ ପାରେ। ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ଅଫିସରେ ପ୍ରକାଶନ, ଏଜେନ୍ସିପ୍‌, ଶିଳ୍ପ, ବାଣିଜ୍ୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ।
ମିଥୁନ
ମିଥୁନ
ପଦାଧିକାରୀଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, କାର୍ଯ୍ୟସିଦ୍ଧି, ପାରିବାରିକ ସୈାଖ୍ୟ ଲାଭ କରିବେ। ଫାଇଦା ହାସଲ ପାଇଁ ବନ୍ଧୁ ଫନ୍ଦିଫିକର କରିବାକୁ ମନ ବଳାଇବେ। ସଭାସମିତି, ଆନୁଷ୍ଠାନିକ କ୍ଷେତ୍ର କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଦୋକାନ ପ୍ରଭୃତିରୁ ଲାଭବାନ ହେବେ।
କର୍କଟ
କର୍କଟ
ଆପଣଙ୍କୁ ନୂତନ ନିଯୁକ୍ତି, ଆଶା କରିଥିବା ଲୋନ୍‌, ଶତ୍ରୁତାର ସମାଧାନଜନିତ ଶୁଭଫଳ ମିଳିବ। ସ୍ଥଗିତ କାମଗୁଡିକ ସୁରୁଖୁରୁରେ ହୋଇଯିବା କାରଣରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। ରବିଙ୍କ ସୁପ୍ରଭାବରୁ ଆର୍ଥିକ ଦିଗଟି ଭଲ ରହିବା ସହ ବିଶିଷ୍ଟ ବକ୍ତିଙ୍କ ଅନୁକମ୍ପା ଲାଭ କରାଇବ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ଦେହ ଓ ମନ କମ୍‌ଜୋର ରହିବ।
ସି˚ହ
ସି˚ହ
ଆଜି ଆପଣଙ୍କୁ ଏକାଧାରରେ ଅର୍ଥପ୍ରାପ୍ତି , କାର୍ଯ୍ୟସିଦ୍ଧି, ବନ୍ଧୁମିଳନ, ନୂତନ ମୈତ୍ରୀ ଲାଭ କରାଇବ। ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ଦୂରଯାତ୍ରା କରିବାକୁ ବାଧ୍ୟ ହେବେ। ବାଣିଜ୍ୟ ଓ ପ୍ରତିଦ୍ୱନ୍ଦ୍ୱିତାରେ ଅବଶ୍ୟ ସଫଳତା ହାସଲ କରିବେ। ବନ୍ଧୁ କିମ୍ବା ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ସମସ୍ୟାର ମୁଖ୍ୟ କାରଣ ହୋଇପାରେ।
କନ୍ୟା
ଆଜି କର୍ମକ୍ଷେତ୍ରରେ କୈାଣସି ବିବାଦୀୟ ସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଆର୍ଥିକ ସ୍ଥିତି ପୂର୍ବ ପରି ରହିବ ଏବଂ କୈାଣସି ପରିବର୍ତ୍ତନର ଲକ୍ଷଣ ଦେଖି ପାରିବେ ନାହିଁ। ଆଗାମୀ ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମ ପାଇଁ ବ୍ୟସ୍ତତା ଅନୁଭବ କରିବେ। ପିଲାମାନଙ୍କ ଉଚ୍ଚ ଶିକ୍ଷା ସକାଶେ ପରିବାରରେ ଆଲୋଚନା କରିପାରନ୍ତି।
ତୁଳା
ତୁଳା
ମୁହଁ ସାମ୍ନାରେ ପ୍ରଶଂସା କରି ପରୋକ୍ଷରେ ସମାଲୋଚନା କରୁଥିବା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ। କାମ ହାସଲ କରି ଯେତିକି ଖୁସି ହେବେ, ପରିବାରରେ ଅଶାନ୍ତିର ବାତାବରଣରୁ ସେତିକି ଦୁଃଖୀ ହେବେ। ଶୁକ୍ରଙ୍କ ପ୍ରଭାବରେ ସାହିତ ଚର୍ଚ୍ଚା, କଳା, ସାହିତ୍ୟ, ଗବେଷଣା କାର୍ଯ୍ୟରେ ପ୍ରଶଂସିତ ହେବେ ।
ବିଛା
ବିଛା
ଲଘୁକ୍ରୋଧରୁ ଆପଣଙ୍କ କଠୋର ବ୍ୟବହାର କୈାଣସି ବନ୍ଧୁଙ୍କ ମନକୁ ଆଘାତ ଦେଇପାରେ। ଆଜିର କର୍ମକ୍ଷେତ୍ରରେ ବହୁତ ଝଗଡା ମଧ୍ୟ ଦେଇ କାମଗୁଡିକ ସମ୍ପନ୍ନ ହେବ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଜନିତ କ୍ଷୋଭ ପ୍ରକାଶ କରିପାରନ୍ତି। ପରିବାରରେ ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ଜୀବନଚର୍ଯ୍ୟା ସ୍ବାଭାବିକ ରହିପାରେ।
ଧନୁ
ଧନୁ
ପାରିବାରିକ ଜୀବନରେ ଉନ୍ନତି ସାଙ୍ଗକୁ ସମସ୍ୟାର ସମାଧାନ କରିବେ। ସାଂଗଠନିକ କ୍ଷେତ୍ର, ପ୍ରଶାସନିକ ଆଲୋଚନା, ସଙ୍ଗୀତର ଆସରରେ ସମୟ କଟାଇବେ। ଅତୀତ ଘଟଣାକୁ କେନ୍ଦ୍ର୍ରକରି ନିଜ ଲୋକଙ୍କ ଉପରେ ପୂର୍ଣ୍ଣଭରସା କରିପାରିବେ ନାହିଁ। ବନ୍ଧୁଙ୍କ ଜରିଆରେ ହଜି ଯାଇଥିବା ଜିନିଷର ଖୋଜଖବର ପାଇପାରନ୍ତି।
ମକର
ମକର
ଆପଣଙ୍କ ପ୍ରତ୍ୟୁପତ୍ନ୍ନମତିତା କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ। କୈାଣସି କାର୍ଯ୍ୟ ହାସଲ ସକାଶେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ପରୋକ୍ଷ ଶତ୍ରୁତା କରୁଥିବା ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ବନ୍ଧୁଙ୍କ ସାହାଯ୍ୟରୁ ଅଭାବ ଦୂର ହେବ ଏବଂ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରିପାରିବେ।
କୁମ୍ଭ
କୁମ୍ଭ
ଆଜିର କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗକରି କାମହାସଲ କରିବେ। ଶିଳ୍ପ, ବାଣିଜ୍ୟ, ସଭାସମିତି, ପରିବହନ, ପ୍ରଶାସନିକ କ୍ଷେତ୍ରରେ ସୁଫଳ ପାଇବେ। ଆଶା କରୁଥିବା ସରକାରୀ ସ୍ତରରୁ ଆକସ୍ମିକ ଭାବରେ ଶୁଭ ଖବର ପାଇ ଖୁସି ହେବେ। ଘରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମୀନମୀନ

ଆପଣଙ୍କ କଥା ଯେମିତି, କାମ ଠିକ୍‌ ସେହିପରି ଯୋଗୁ ପ୍ରଶଂସିତ ହେବେ। କଥାର ମଧୁରତା ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ନିଜର କରିନେବାରେ ସାହାଯ୍ୟ କରିବ। ଘରର ବରାଦ ମୁତାବକ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଜମିଜମା, ଯାନବାହନ, ଧାତୁ, ଅଳଙ୍କାର ବ୍ୟସାୟରେ ଲାଭବାନ୍‌ ହେବେ।

The post ରାଶିଫଳ: ସୋମବାର, ଏପ୍ରିଲ୍‍ ୭ ତାରିଖ – Daily Horoscope appeared first on Dharitri Odia News.