ଭାଜପାର ବଡ଼ ବିଜୟ: ଏଏପି-କଂଗ୍ରେସକୁ ଝଟ୍‌କା

ଚଣ୍ଡିଗଡ,୩୦।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଏଏପି-କଂଗ୍ରେସ ମିଳିତ ମେଣ୍ଟକୁ ଏକ ବଡ଼ ଝଟ୍‌କା ଲାଗିଛି। ଏହି ନିର୍ବାଚନରେ ଭାଜପା ପ୍ରାର୍ଥୀ ମନୋଜ କୁମାର ସୋନକର ବିଜୟୀ ହୋଇଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଆସିଥିବା ଏହି ଫଳାଫଳକୁ ଇଣ୍ଡିଆ ସହଯୋଗୀ ଦଳ ପାଇଁ ଏକ ଝଟକା ବୋଲି ବିବେଚନା କରାଯାଉଛି। ମନୋଜ କୁମାରଙ୍କୁ ୧୬ଟି ଭୋଟ ମିଳିଥିଲା। ଏଠାରେ ଏଏପି ପ୍ରାର୍ଥୀ କୂଳଦୀପ କୁମାର ୧୨ ଭୋଟ ପାଇଛନ୍ତି। ୮ଟି ଭୋଟ ବାତିଲ ହୋଇଛି। ମେୟର ନିର୍ବାଚନକୁ ଦୃଷ୍ଟିରେ […] The post ଭାଜପାର ବଡ଼ ବିଜୟ: ଏଏପି-କଂଗ୍ରେସକୁ ଝଟ୍‌କା appeared first on Dharitri Odia News.

ଭାଜପାର ବଡ଼ ବିଜୟ: ଏଏପି-କଂଗ୍ରେସକୁ ଝଟ୍‌କା

ଚଣ୍ଡିଗଡ,୩୦।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଏଏପି-କଂଗ୍ରେସ ମିଳିତ ମେଣ୍ଟକୁ ଏକ ବଡ଼ ଝଟ୍‌କା ଲାଗିଛି। ଏହି ନିର୍ବାଚନରେ ଭାଜପା ପ୍ରାର୍ଥୀ ମନୋଜ କୁମାର ସୋନକର ବିଜୟୀ ହୋଇଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଆସିଥିବା ଏହି ଫଳାଫଳକୁ ଇଣ୍ଡିଆ ସହଯୋଗୀ ଦଳ ପାଇଁ ଏକ ଝଟକା ବୋଲି ବିବେଚନା କରାଯାଉଛି। ମନୋଜ କୁମାରଙ୍କୁ ୧୬ଟି ଭୋଟ ମିଳିଥିଲା। ଏଠାରେ ଏଏପି ପ୍ରାର୍ଥୀ କୂଳଦୀପ କୁମାର ୧୨ ଭୋଟ ପାଇଛନ୍ତି। ୮ଟି ଭୋଟ ବାତିଲ ହୋଇଛି।
ମେୟର ନିର୍ବାଚନକୁ ଦୃଷ୍ଟିରେ ରଖି ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ଏକ ମିଳିତ ମଞ୍ଚ ଗଠନ କରିଥିଲେ। ଚୁକ୍ତିନାମା ଅନୁଯାୟୀ, ଏଏପି ମେୟର ପଦ ପାଇଁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଡେପୁଟି ମେୟର ଏବଂ ସିନିୟର ମେୟର ପଦ ପାଇଁ ପ୍ରାର୍ଥୀ କରିଥିଲା।

The post ଭାଜପାର ବଡ଼ ବିଜୟ: ଏଏପି-କଂଗ୍ରେସକୁ ଝଟ୍‌କା appeared first on Dharitri Odia News.