ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍

ନୟାଗଡ଼, ୩।୧: ନୟାଗଡ଼ ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ଟ୍ୟାଗ ମାନ୍ୟତା। କଣ୍ଟିଲୋ ଅଞ୍ଚଳରେ ଏହି ସ୍ୱତନ୍ତ୍ର କଣ୍ଟେଇମୁଣ୍ଡି ବାଇଗଣ ହୋଇଥାଏ। ଜିଲାରେ ଫଳୁଥିବା ଏହି ସ୍ୱତନ୍ତ୍ର କିସମର ବାଇଗଣକୁ ଜିଆଇ ଟ୍ୟାଗ ଦେବା ପାଇଁ ଜିଲା ପ୍ରଶାସନ ଆବେଦନ କରିଥିଲା। ଖଣ୍ଡପଡା ବ୍ଳକର କଣ୍ଟିଲୋ ମହାନଦୀ କୂଳେ କୂଳେ କଣ୍ଟେଇମୁଣ୍ଡି ବାଇଗଣ କାହିଁ କେଉଁ କାଳରୁ ଚାଷ ହୋଇ ଆସୁଛି। ଏହା ସ୍ବାଦିଷ୍ଟ ଥିବାରୁ […] The post ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ appeared first on Dharitri Odia News.

ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍

ନୟାଗଡ଼, ୩।୧: ନୟାଗଡ଼ ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ଟ୍ୟାଗ ମାନ୍ୟତା। କଣ୍ଟିଲୋ ଅଞ୍ଚଳରେ ଏହି ସ୍ୱତନ୍ତ୍ର କଣ୍ଟେଇମୁଣ୍ଡି ବାଇଗଣ ହୋଇଥାଏ। ଜିଲାରେ ଫଳୁଥିବା ଏହି ସ୍ୱତନ୍ତ୍ର କିସମର ବାଇଗଣକୁ ଜିଆଇ ଟ୍ୟାଗ ଦେବା ପାଇଁ ଜିଲା ପ୍ରଶାସନ ଆବେଦନ କରିଥିଲା।

ଖଣ୍ଡପଡା ବ୍ଳକର କଣ୍ଟିଲୋ ମହାନଦୀ କୂଳେ କୂଳେ କଣ୍ଟେଇମୁଣ୍ଡି ବାଇଗଣ କାହିଁ କେଉଁ କାଳରୁ ଚାଷ ହୋଇ ଆସୁଛି। ଏହା ସ୍ବାଦିଷ୍ଟ ଥିବାରୁ ବିକ୍ରି ବଢ଼ି ଚାଲିଛି। ପରେ ବଡବାଣପୁର, ପଦ୍ମାବତୀ ଓ ଏହାର ଆଖପାଖ ଅଞ୍ଚଳ ସମେତ ନୟାଗଡ ଜିଲାର ବିଭିନ୍ନ ଗଁାରେ ଏହି ଚାଷ ବଢ଼ିଛି। ଏନେଇ ନୟାଗଡ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅନିଲ କୁମାର ସ୍ବାଇଁ କୁହନ୍ତି କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ ବର୍ଷ ତଳେ ପ୍ରୟାସ ଆରମ୍ଭ ହୋଇଥିଲା।

ଏନେଇ ତତ୍‌ କାଳୀନ ଜିଲାପାଳ ପୋମା ଟୁଡୁଙ୍କ ସହ ଆଲୋଚନା କରାଯାଇଥିଲା। ଜିଲାପାଳଙ୍କ ସବୁଜ ସଙ୍କେତ ମିଳିବା ପରେ ଏକ ବୈଠକ କରାଯାଇ ଏଥିରେ ସହମତି ପ୍ରକାଶ ପାଇଥିଲା। ଏପରିକି ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ପ୍ରସ୍ତୁତ କରାଯାଇ ଓଡିଶା ୟୁନିଭରସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)କୁ ଦିଆଯାଇଥିଲା। ଓୟୁଏଟି ପକ୍ଷରୁ ଆବଶ୍ୟକ କାଗଜାତ ଜିଆଇ ଟ୍ୟାଗ କାର୍ଯ୍ୟାଳୟ ଚେନ୍ନାଇକୁ ପଠାଇଥିଲେ।

 

The post ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍ appeared first on Dharitri Odia News.