ଡୋନାଲ୍ଡ ଟ୍ରମ୍ପ୍ଙ୍କ ଅଫିସରେ କେମିତି ମିଳେ ଚାକିରି, କ’ଣ ଆପଣ ବି କରିପାରିବେ ଆବେଦନ
ଓ୍ବାଶିଂଟନ୍,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଐତିହାସିକ ବିଜୟ ହାସଲ କରିଛନ୍ତି। ବର୍ତ୍ତମାନ ସେ ହ୍ବାଇଟ ହାଉସରୁ ସରକାର ଚଳାଇବେ। ସୁପରପାଓ୍ବାରଙ୍କ କାର୍ଯ୍ୟାଳୟ ଭାବେ ପରିଚିତ ହ୍ବାଇଟ ହାଉସ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଥାଏ। ତେବେ ଆପଣ ହ୍ବାଇଟ ହାଉସରେ କାମ କରିବାକୁ ଚାହୁଁଥିଲେ ଏଥିପାଇଁ କିପରି ସୁଯୋଗ ମିଳିବ। ଜାଣନ୍ତୁ… ହ୍ବାଇଟ ହାଉସରେ ଅଧିକାଂଶ ନିଯୁକ୍ତି ରାଷ୍ଟ୍ରପତିଙ୍କ କୋର୍ ଟିମ୍ ଦ୍ୱାରା କରାଯାଇଥାଏ। ଯଦି ଆପଣା ଏଠାରେ କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ […] The post ଡୋନାଲ୍ଡ ଟ୍ରମ୍ପ୍ଙ୍କ ଅଫିସରେ କେମିତି ମିଳେ ଚାକିରି, କ’ଣ ଆପଣ ବି କରିପାରିବେ ଆବେଦନ appeared first on Dharitri Odia News.
ଓ୍ବାଶିଂଟନ୍,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଐତିହାସିକ ବିଜୟ ହାସଲ କରିଛନ୍ତି। ବର୍ତ୍ତମାନ ସେ ହ୍ବାଇଟ ହାଉସରୁ ସରକାର ଚଳାଇବେ। ସୁପରପାଓ୍ବାରଙ୍କ କାର୍ଯ୍ୟାଳୟ ଭାବେ ପରିଚିତ ହ୍ବାଇଟ ହାଉସ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଥାଏ। ତେବେ ଆପଣ ହ୍ବାଇଟ ହାଉସରେ କାମ କରିବାକୁ ଚାହୁଁଥିଲେ ଏଥିପାଇଁ କିପରି ସୁଯୋଗ ମିଳିବ। ଜାଣନ୍ତୁ…
ହ୍ବାଇଟ ହାଉସରେ ଅଧିକାଂଶ ନିଯୁକ୍ତି ରାଷ୍ଟ୍ରପତିଙ୍କ କୋର୍ ଟିମ୍ ଦ୍ୱାରା କରାଯାଇଥାଏ। ଯଦି ଆପଣା ଏଠାରେ କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ହାଉସର ଅଫିସିଆଲ କ୍ୟାରିୟର ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ ପଡିବ।
କହିରଖୁଛୁ, ଆପଣ ହ୍ବାଇଟ ହାଉସର ଅଫିସିଆଲ ୱେବସାଇଟକୁ ଯିବା ମାତ୍ରେ ସେଠାରେ ଯୋଗ ଦେବାର ବିକଳ୍ପ ପାଇବେ। ଏହାପରେ ଡୋନାଲ୍ଡ ଟ୍ରମ୍ପ ଆଡମିନିଷ୍ଟ୍ରେସନରେ ଯୋଗଦେବା ପାଇଁ ଲିଙ୍କ ଆପଣଙ୍କ ଓ୍ବିଣ୍ଡରେ ଖୋଲିବ। ଆପଣଙ୍କୁ ଏହି ଲିଙ୍କରେ ସମ୍ପୂର୍ଣ୍ଣ ସୂଚନା ପୂରଣ କରିବାକୁ ପଡିବ।
ଚାକିରି ପାଇବା ପୂର୍ବରୁ ଆପଣଙ୍କ ଅପରାଧିକ ଇତିହାସ, ଆର୍ଥିକ ସ୍ଥିତି ଏବଂ ବୃତ୍ତିଗତ ବୃତ୍ତି ମଧ୍ୟ ପରୀକ୍ଷା କରାଯାଏ। ଏଥସହିତ ପ୍ରାର୍ଥୀଙ୍କ ରାଜନୈତିକ ଦୃଷ୍ଟିକୋଣ, ତାଙ୍କର ବୃତ୍ତିଗତ ସମ୍ପର୍କ ଏବଂ ସୁରକ୍ଷା ସମ୍ବନ୍ଧୀୟ ବିଷୟଗୁଡ଼ିକ ମଧ୍ୟ ପରୀକ୍ଷା କରାଯାଏ।
The post ଡୋନାଲ୍ଡ ଟ୍ରମ୍ପ୍ଙ୍କ ଅଫିସରେ କେମିତି ମିଳେ ଚାକିରି, କ’ଣ ଆପଣ ବି କରିପାରିବେ ଆବେଦନ appeared first on Dharitri Odia News.