ବଢିଲା ବାତ୍ୟା ଭୟ, ୨୫ ସନ୍ଧ୍ୟାରେ ଓଡ଼ିଶାରେ ହୋଇପାରେ ମାଡ: ଜିଏଫ୍ଏସ୍
ଭୁବନେଶ୍ୱର ୨୦/୦୫: ୧୨୦ କିମି ବେଗରେ ବହିପାରେ ପବନ । ତା ସାଙ୍ଗକୁ ପ୍ରବଳ ବର୍ଷା । ତୃତୀୟ ପର୍ଯ୍ୟାୟ ଭୋଟ ଦିନ ମାଡ଼ ହେବ ଓଡ଼ିଶା ଉପକୂଳରେ । ୨୫ ତାରିଖ ସଂଧ୍ୟା ୮ଟା କିମ୍ବା ୯ଟା ବେଳେ ପାରାଦୀପରୁ ବାଲେଶ୍ୱର ମଧ୍ୟରେ ସ୍ଥଳ ଭାଗରେ ପ୍ରବେଶ କରିବ । ଏମିତ ପୂର୍ବାନୁମାନ ଆଙ୍କିଲେଣି ଏକାଧିକ ପାଣିପାଗ ମଡେଲ୍ । ବଢ଼ିଲା ବାତ୍ୟା ଭୟ । ୨୫ ତାରିଖରେ ଉପକୂଳ ଓଡ଼ିଶାରେ ଭୋଟ । କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଲୋକସଭା ସହ ୪୨ ବିଧାନସଭା ପାଇଁ ହେବ ମତଦାନ । ସେଦିନ ପାଇଁ ବର୍ଷା, ପବନ ଭୟ । କିନ୍ତୁ ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ପୂର୍ବାନୁମାନ ଦେଇ ନାହିଁ ଏ ଯାଏ ।ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଅବପାତ ରୂପ ନେବ । ଅନେକ ପାଣିପାଗ ମଡେଲ ଆକଳନ କଲେଣିଳ, ଏହା ଅଧିକ ଘନୀଭୂତ ହୋଇ ତୀବ୍ର ଅବପାତ ଓ ପରେ ବାତ୍ୟାରେ ପରିଣତ ହେବ । ଏହାକୁ ନେଇ ବାତ୍ୟା ଭୟ ବଢ଼ିଛି । କିଛି ମଡେଲ ଅତି ଭୀଷଣ ବାତ୍ୟାର ପୂର୍ବାନୁମାନ କଲେଣି । କିନ୍ତୁ ଦୁଇ ଦିନ ପରେ ପୂରା ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞ କହୁଛନ୍ତି ।ଜିଏଫଏସ୍ ମଡେଲର ଆକଳନ କହୁଛି, ୨୫ ତାରିଖ ସନ୍ଧ୍ୟା ୮ଟା ବେଳକୁ ଭୀଷଣ ରୂପ ନେଇ ଧାମରା ପାଖାପାଖି ମାଡ଼ ହୋଇପାରେ ବାତ୍ୟା । ତା ପୂର୍ବରୁ ସକାଳୁ ଆରମ୍ଭ ହୋଇଯିବ ପୂରା ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା । ଇସିଏମଡବ୍ଲ୍ୟୁ ବି ଦର୍ଶାଉଛି, ବାତ୍ୟା ରୂପ
ଭୁବନେଶ୍ୱର ୨୦/୦୫: ୧୨୦ କିମି ବେଗରେ ବହିପାରେ ପବନ । ତା ସାଙ୍ଗକୁ ପ୍ରବଳ ବର୍ଷା । ତୃତୀୟ ପର୍ଯ୍ୟାୟ ଭୋଟ ଦିନ ମାଡ଼ ହେବ ଓଡ଼ିଶା ଉପକୂଳରେ । ୨୫ ତାରିଖ ସଂଧ୍ୟା ୮ଟା କିମ୍ବା ୯ଟା ବେଳେ ପାରାଦୀପରୁ ବାଲେଶ୍ୱର ମଧ୍ୟରେ ସ୍ଥଳ ଭାଗରେ ପ୍ରବେଶ କରିବ । ଏମିତ ପୂର୍ବାନୁମାନ ଆଙ୍କିଲେଣି ଏକାଧିକ ପାଣିପାଗ ମଡେଲ୍ । ବଢ଼ିଲା ବାତ୍ୟା ଭୟ ।
୨୫ ତାରିଖରେ ଉପକୂଳ ଓଡ଼ିଶାରେ ଭୋଟ । କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଲୋକସଭା ସହ ୪୨ ବିଧାନସଭା ପାଇଁ ହେବ ମତଦାନ । ସେଦିନ ପାଇଁ ବର୍ଷା, ପବନ ଭୟ । କିନ୍ତୁ ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ପୂର୍ବାନୁମାନ ଦେଇ ନାହିଁ ଏ ଯାଏ ।
ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଅବପାତ ରୂପ ନେବ । ଅନେକ ପାଣିପାଗ ମଡେଲ ଆକଳନ କଲେଣିଳ, ଏହା ଅଧିକ ଘନୀଭୂତ ହୋଇ ତୀବ୍ର ଅବପାତ ଓ ପରେ ବାତ୍ୟାରେ ପରିଣତ ହେବ । ଏହାକୁ ନେଇ ବାତ୍ୟା ଭୟ ବଢ଼ିଛି । କିଛି ମଡେଲ ଅତି ଭୀଷଣ ବାତ୍ୟାର ପୂର୍ବାନୁମାନ କଲେଣି । କିନ୍ତୁ ଦୁଇ ଦିନ ପରେ ପୂରା ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞ କହୁଛନ୍ତି ।
ଜିଏଫଏସ୍ ମଡେଲର ଆକଳନ କହୁଛି, ୨୫ ତାରିଖ ସନ୍ଧ୍ୟା ୮ଟା ବେଳକୁ ଭୀଷଣ ରୂପ ନେଇ ଧାମରା ପାଖାପାଖି ମାଡ଼ ହୋଇପାରେ ବାତ୍ୟା । ତା ପୂର୍ବରୁ ସକାଳୁ ଆରମ୍ଭ ହୋଇଯିବ ପୂରା ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା । ଇସିଏମଡବ୍ଲ୍ୟୁ ବି ଦର୍ଶାଉଛି, ବାତ୍ୟା ରୂପ ନେଇ ପାରେ ଲଘୁଚାପ ।
କିନ୍ତୁ ପବନର ବେଗ ୮୦ରୁ ୯୦ କିଲୋମିଟର ଭିତରେ ରହିପାରେ । ୨୫ ତାରିଖ ରାତି ପ୍ରାୟ ୯ ବେଳକୁ ଧାମରା ପାଖାପାଖି ସ୍ଥଳଭାଗ ଛୁଇଁପାରେ । ଆକସେସ୍ ମଡେଲ ଭିନ୍ନ ଆକଳନ କରିଛି । ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବଳୁଆ ହେବ । ଏହା ଅବପାତ ଓ ପରେ ତୀବ୍ର ଅବପାତ ଆଡ଼କୁ ଯିବ । ପରେ ବାତ୍ୟା ଓ ଅତି ଭୀଷଣ ବାତ୍ୟାର ରୂପ ନେବ । କିନ୍ତୁ ଏହା ଆନ୍ଧ୍ରପ୍ରଦେଶରେ ମାଡ଼ ହେବ ।
କଳିଙ୍ଗପଟନମ୍ ପାଖରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଏହି ମଡେଲ ପୂର୍ବାନୁମାନ ଦେଇଛି । ତେବେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ବାତ୍ୟା ନେଇ କୌଣସି ପୂର୍ବାନୁମାନ ଦେଇନି । ପାଣିପାଗ ବିଭାଗ କହିଛି, ୨୨ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।
ଆରମ୍ଭରୁ ଏହା ଉତ୍ତର-ପୂର୍ବ ଦିଗରେ ଆଗକୁ ବଢ଼ିବ, ପରେ ଉତ୍ତର ପଶ୍ଚିମ ଅର୍ଥାତ ଓଡ଼ିଶା ମୁହାଁ ହୋଇପାରେ । ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହେବ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ବାତ୍ୟା ହେବାକୁ ପାଗ ଅନୁକୂଳ ଅଛି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।
ଘୂର୍ଣ୍ଣିବଳୟ ୨୨ରେ ଲଘୁଚାପ ଓ ୨୩ରେ ଅବପାତ ରୂପ ନେବ । ୨୪ରେ ଅଧିକ ବଳ ଜୁଟାଇ ଗଭୀର ଅବପାତରେ ପରିଣତ ହେବ । ପ୍ରଥମେ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ । ୨୩ ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୫ରେ ଏହା ଉପକୂଳ ଛୁଇଁପାରେ ।