ପୋଲିସ ଏନ୍‌କାଉଣ୍ଟର, ଅପରାଧୀ ସୁଶାନ୍ତ ନାୟକଙ୍କୁ ଗୁରୁତର

ଅନୁଗୋଳ ୦୩।୦୪ : ତାଳଚେରରେ ପୋଲିସର ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକଙ୍କ ଗୋଡ଼ରେ ବାଜିଲା ଗୁଳି । ଫେରାର ମାରୁଥିବା ବେଳେ ତାଳଚେର ସ୍କଟଲ୍ୟାଣ୍ଡପୁର ସଂରକ୍ଷିତ ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅନୁଗୋଳ ମେଡିକାଲରେ ଭର୍ତ୍ତି।  ବିଭିନ୍ନ ଥାନାରେ ସୁଶାନ୍ତଙ୍କ ନାଁରେ ଏକାଧିକ ମାମଲା ରହିଛି।ଖବର ଅନୁଯାୟୀ, ଗୁରୁବାର ତାଳଚେର ଏବଂ ଅନୁଗୋଳ ସ୍ପେଶାଲ ସ୍ବାର୍ଡ ପକ୍ଷରୁ ଏକ ମିଳିତ ଚଢ଼ାଉ କରିଥିଲେ । ଏହି ସମୟରେ କୁଖ୍ୟାତ ଅପରାଧୀ ସୁଶାନ୍ତ ପୋଲିସକୁ  ଦେଖି ଘଟଣାସ୍ଥଳରୁ ଚମ୍ପଟ୍ ମାରିବାକୁ ଉଦ୍ୟମ କରିଥିଲେ । ଏପିରିକି ସ୍କଟଲ୍ୟାଣ୍ଡପୁର ସଂରକ୍ଷିତ ଜଙ୍ଗଲ ଭିତକୁ ଦୌଡ଼ି ପଳାଉଥିଲେ । ଏହି ସମୟରେ ପୋଲିସ ଗୁଳିଚାଳନା କରିଥିଲା । ଯାହାଫଳରେ ସଶାନ୍ତ ବାମ ଗୋଡ଼ରେ ଗୁଳି ବାଜିଥିଲା । ଯାହାପରେ ସୁଶାନ୍ତ ସେଠାରେ ପଡିଯାଇଥିଲା । ପରେ ସୁଶାନ୍ତଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଅନୁଗୋଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ପୋଲିସ ଏନ୍‌କାଉଣ୍ଟର, ଅପରାଧୀ ସୁଶାନ୍ତ ନାୟକଙ୍କୁ ଗୁରୁତର

ଅନୁଗୋଳ ୦୩।୦୪ : ତାଳଚେରରେ ପୋଲିସର ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକଙ୍କ ଗୋଡ଼ରେ ବାଜିଲା ଗୁଳି । ଫେରାର ମାରୁଥିବା ବେଳେ ତାଳଚେର ସ୍କଟଲ୍ୟାଣ୍ଡପୁର ସଂରକ୍ଷିତ ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅନୁଗୋଳ ମେଡିକାଲରେ ଭର୍ତ୍ତି।  ବିଭିନ୍ନ ଥାନାରେ ସୁଶାନ୍ତଙ୍କ ନାଁରେ ଏକାଧିକ ମାମଲା ରହିଛି।

ଖବର ଅନୁଯାୟୀ, ଗୁରୁବାର ତାଳଚେର ଏବଂ ଅନୁଗୋଳ ସ୍ପେଶାଲ ସ୍ବାର୍ଡ ପକ୍ଷରୁ ଏକ ମିଳିତ ଚଢ଼ାଉ କରିଥିଲେ । ଏହି ସମୟରେ କୁଖ୍ୟାତ ଅପରାଧୀ ସୁଶାନ୍ତ ପୋଲିସକୁ  ଦେଖି ଘଟଣାସ୍ଥଳରୁ ଚମ୍ପଟ୍ ମାରିବାକୁ ଉଦ୍ୟମ କରିଥିଲେ । ଏପିରିକି ସ୍କଟଲ୍ୟାଣ୍ଡପୁର ସଂରକ୍ଷିତ ଜଙ୍ଗଲ ଭିତକୁ ଦୌଡ଼ି ପଳାଉଥିଲେ । ଏହି ସମୟରେ ପୋଲିସ ଗୁଳିଚାଳନା କରିଥିଲା । ଯାହାଫଳରେ ସଶାନ୍ତ ବାମ ଗୋଡ଼ରେ ଗୁଳି ବାଜିଥିଲା । ଯାହାପରେ ସୁଶାନ୍ତ ସେଠାରେ ପଡିଯାଇଥିଲା । ପରେ ସୁଶାନ୍ତଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଅନୁଗୋଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।