ବ୍ରେକ୍ଅପ ପରେ ବଦଳି ଯାଇଛନ୍ତି ଅନନ୍ୟା, କହିଲେ-ନିଜ ଇଚ୍ଛାରେ ପ୍ରେମିକ ବାଛିବି

ମୁମ୍ଵାଇ ୦୮।୧୨; ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜ ପ୍ରେମ ଜୀବନକୁ  ନେଇ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାରେ  ରହନ୍ତି । ହେଲେ ଏବେ ତାଙ୍କର କେହି ପ୍ରେମିକ  ନାହାନ୍ତି । ଇଶାନ ଖଟ୍ଟରଙ୍କ ସହିତ ତାଙ୍କ  ପ୍ରେମର ବେଶ୍‌  ଜମିଥିଲା । ଉଭୟଙ୍କ  ଫ୍ୟାନ୍ସ  ଭାବିଥିଲେ ଏମାନେ  ବୋଧହୁଏ ବଲିଉଡର  ପରବର୍ତ୍ତୀ ଯୋଡ଼ି  ହେବେ । କିନ୍ତୁ ନା  ସେମିତି କିଛି ହେଲା  ନାହିଁ । ପରସ୍ପର ମଧ୍ୟରେ  ବୁଝାମଣାର ଅଭାବରୁ  ସଂପର୍କ   ଆଗକୁ ଆଗେଇଲା ନାହିଁ । ଏହାପରେ ଅନନ୍ୟାଙ୍କ   ଜୀବନକୁ ଆସିଲେ ଆଦିତ୍ୟ ରୟ କପୁର ।  ଆଦିତ୍ୟଙ୍କ ସହିତ ବେଶ୍‌ କିଛିଦିନ ଭଲରେ  ରୋମାନ୍ସ  ପରେ ତାଙ୍କୁ ବି ବିଦା କରିଦେଲେ  ଅନନ୍ୟା । ନିର୍ଦ୍ଦିଷ୍ଟ କାରଣ ଜଣା ପଡ଼ିନଥିଲେ ବି ଚର୍ଚ୍ଚା ହେଲା ଅନନ୍ୟାଙ୍କ ଜୀବନଶୈଳୀ ଆଦିତ୍ୟଙ୍କୁ  ପସନ୍ଦ ନୁହେଁ । ଆଦିତ୍ୟ କାଳେ ଅନନ୍ୟାଙ୍କୁ  ସବୁକଥାରେ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ।  ଏକଥା ଅନନ୍ୟାଙ୍କୁ ଭଲ ଲାଗିନଥିଲା । ବାସ୍‌  ଦୁହିଁଙ୍କ ବାଟ ଅଲଗା ହୋଇଗଲା । ଏବେ  ଅନନ୍ୟା ନିଷ୍ପତ୍ତି ନେଇଛନ୍ତି ଅତୀତର ସଂପର୍କରୁ  ସେ ଅନେକ କଥା ଶିଖିଛନ୍ତି । ନିଜର ଇଚ୍ଛା- ଅନିଚ୍ଛାକୁ ଗୁରୁତ୍ୱ ନ ଦେଇ ସେ ପ୍ରେମିକଙ୍କ   ଇଚ୍ଛାକୁ ପ୍ରାଥମିକତା ଦେଇଛନ୍ତି । କିନ୍ତୁ ଏବେ ଠାରୁ   ସେ ଏମିତି ଭୁଲ୍‌ କରିବେ ନାହିଁ ।  ନିଜ ସର୍ତ୍ତରେ ବଞ୍ଚିବେ ।  ଯିଏ ତାଙ୍କ ଇଚ୍ଛା ଅନିଚ୍ଛାକୁ  ସମ୍ମାନ ଦେବ, ତାଙ୍କୁ ନିଜ ନିୟନ୍ତ୍ରଣ

ବ୍ରେକ୍ଅପ ପରେ ବଦଳି ଯାଇଛନ୍ତି ଅନନ୍ୟା, କହିଲେ-ନିଜ ଇଚ୍ଛାରେ ପ୍ରେମିକ ବାଛିବି

ମୁମ୍ଵାଇ ୦୮।୧୨; ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜ ପ୍ରେମ ଜୀବନକୁ  ନେଇ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାରେ  ରହନ୍ତି । ହେଲେ ଏବେ ତାଙ୍କର କେହି ପ୍ରେମିକ  ନାହାନ୍ତି । ଇଶାନ ଖଟ୍ଟରଙ୍କ ସହିତ ତାଙ୍କ  ପ୍ରେମର ବେଶ୍‌  ଜମିଥିଲା । ଉଭୟଙ୍କ  ଫ୍ୟାନ୍ସ  ଭାବିଥିଲେ ଏମାନେ  ବୋଧହୁଏ ବଲିଉଡର  ପରବର୍ତ୍ତୀ ଯୋଡ଼ି  ହେବେ । କିନ୍ତୁ ନା  ସେମିତି କିଛି ହେଲା  ନାହିଁ । ପରସ୍ପର ମଧ୍ୟରେ  ବୁଝାମଣାର ଅଭାବରୁ  ସଂପର୍କ   ଆଗକୁ ଆଗେଇଲା ନାହିଁ । ଏହାପରେ ଅନନ୍ୟାଙ୍କ   ଜୀବନକୁ ଆସିଲେ ଆଦିତ୍ୟ ରୟ କପୁର ।  

ଆଦିତ୍ୟଙ୍କ ସହିତ ବେଶ୍‌ କିଛିଦିନ ଭଲରେ  ରୋମାନ୍ସ  ପରେ ତାଙ୍କୁ ବି ବିଦା କରିଦେଲେ  ଅନନ୍ୟା । ନିର୍ଦ୍ଦିଷ୍ଟ କାରଣ ଜଣା ପଡ଼ିନଥିଲେ ବି ଚର୍ଚ୍ଚା ହେଲା ଅନନ୍ୟାଙ୍କ ଜୀବନଶୈଳୀ ଆଦିତ୍ୟଙ୍କୁ  ପସନ୍ଦ ନୁହେଁ । ଆଦିତ୍ୟ କାଳେ ଅନନ୍ୟାଙ୍କୁ  ସବୁକଥାରେ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ।  ଏକଥା ଅନନ୍ୟାଙ୍କୁ ଭଲ ଲାଗିନଥିଲା । ବାସ୍‌  ଦୁହିଁଙ୍କ ବାଟ ଅଲଗା ହୋଇଗଲା । ଏବେ  ଅନନ୍ୟା ନିଷ୍ପତ୍ତି ନେଇଛନ୍ତି ଅତୀତର ସଂପର୍କରୁ  ସେ ଅନେକ କଥା ଶିଖିଛନ୍ତି । ନିଜର ଇଚ୍ଛା- ଅନିଚ୍ଛାକୁ ଗୁରୁତ୍ୱ ନ ଦେଇ ସେ ପ୍ରେମିକଙ୍କ   ଇଚ୍ଛାକୁ ପ୍ରାଥମିକତା ଦେଇଛନ୍ତି । 

କିନ୍ତୁ ଏବେ ଠାରୁ   ସେ ଏମିତି ଭୁଲ୍‌ କରିବେ ନାହିଁ ।  ନିଜ ସର୍ତ୍ତରେ ବଞ୍ଚିବେ ।  ଯିଏ ତାଙ୍କ ଇଚ୍ଛା ଅନିଚ୍ଛାକୁ  ସମ୍ମାନ ଦେବ, ତାଙ୍କୁ ନିଜ ନିୟନ୍ତ୍ରଣରେ ରଖିବାକୁ  ଚେଷ୍ଟା କରୁନଥିବ,  ତାଙ୍କ ସ୍ୱାଧୀନତାରେ  ହସ୍ତକ୍ଷେପ କରୁନଥିବ  ଏବଂ ଯିଏ ତାଙ୍କୁ  ହୃଦୟରୁ ଭଲପାଉଥିବ ସେଭଳି ଲୋକ ହିଁ   ତାଙ୍କର ପ୍ରେମିକ  ହୋଇପାରିବେ । ସେ  ଯେମିତି, ତାଙ୍କୁ ସେମିତି  ଭାବରେ ଗ୍ରହଣ କରୁଥିବା  ବ୍ୟକ୍ତି ହିଁ ତାଙ୍କର ପ୍ରେମିକ  ହୋଇପାରିବେ । ସେ ଏବେଠାରୁ  ନିଜ ଇଚ୍ଛାରେ ହିଁ ପ୍ରେମିକ  ବାଛିବେ । ପ୍ରେମିକଙ୍କ ସ୍ୱଭାବ  ତାଙ୍କୁ ଆକୃଷ୍ଟ କଲେ ହିଁ ସେ  ସେହି ସଂପର୍କର ନାଁ ଦେବେ ।