ଘରୁ ରାତିରେ ସୁନା ଅଳଙ୍କାର ଚୋରି କରି ଖସି ଯାଇଥିଲେ ୨ ନାବାଳକ, ସକାଳୁ ପୋଲିସ ଜିମା ଦେଲେ ଗ୍ରାମବାସୀ
ଧର୍ମଶାଳା,୨୧ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ଚୋରି କରି ନେଇ ଚାଲି ଯାଇଥିବା ପରେ ଭୋର୍ ସମୟରେ ସ୍ଥାନୀୟ ଅଞ୍ଚଳରୁ ଚୋରି କରିଥିବା ଦୁଇ ନାବାଳକଙ୍କୁ ଧରି ପଚରାଉଚରା ପରେ ସେ ମାନିଥିବା ବେଳେ ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି। ମିଳିଥିବା ସୂଚନାନୁସାରେ, ଏହି ଘରଟି ନଦୀବନ୍ଧ ପାର୍ଶ୍ୱରେ ହୋଇଥିବା ବେଳେ ଏହାର ପାଖରେ ବିଶେଷ ଘର ନାହିଁ। ଭୋର୍ […] The post ଘରୁ ରାତିରେ ସୁନା ଅଳଙ୍କାର ଚୋରି କରି ଖସି ଯାଇଥିଲେ ୨ ନାବାଳକ, ସକାଳୁ ପୋଲିସ ଜିମା ଦେଲେ ଗ୍ରାମବାସୀ appeared first on Dharitri Odia News.
ଧର୍ମଶାଳା,୨୧ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ଚୋରି କରି ନେଇ ଚାଲି ଯାଇଥିବା ପରେ ଭୋର୍ ସମୟରେ ସ୍ଥାନୀୟ ଅଞ୍ଚଳରୁ ଚୋରି କରିଥିବା ଦୁଇ ନାବାଳକଙ୍କୁ ଧରି ପଚରାଉଚରା ପରେ ସେ ମାନିଥିବା ବେଳେ ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି।
ମିଳିଥିବା ସୂଚନାନୁସାରେ, ଏହି ଘରଟି ନଦୀବନ୍ଧ ପାର୍ଶ୍ୱରେ ହୋଇଥିବା ବେଳେ ଏହାର ପାଖରେ ବିଶେଷ ଘର ନାହିଁ। ଭୋର୍ ସମୟରେ ଘରୁ ଚୋରି ହୋଇଥିବା ଜାଣି ପରିବାର ଲୋକେ ଘର ପଛପଟ ରାସ୍ତା ଦେଇ ଚୋରି କରି ଯାଇଥିବା ସନ୍ଦେହ ପରେ ପରିବାର ଲୋକେ ଓ ଗ୍ରାମବାସୀ ମିଳିତ ଭାବେ ଦୁଇ ନାବାଳକଙ୍କୁ କାବୁ କରିଥିଲେ। ସୁନା ଅଳଙ୍କାର ସହ ଟଙ୍କା ଚୋରି ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଏହି ଦୁଇ ନାବାଳକଙ୍କ ସହ ଅନ୍ୟ ଦୁର୍ବୃତ୍ତ ସାମିଲ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି।
The post ଘରୁ ରାତିରେ ସୁନା ଅଳଙ୍କାର ଚୋରି କରି ଖସି ଯାଇଥିଲେ ୨ ନାବାଳକ, ସକାଳୁ ପୋଲିସ ଜିମା ଦେଲେ ଗ୍ରାମବାସୀ appeared first on Dharitri Odia News.