ଚମ୍ପୁଆ ବନ୍ଦ, ସୀମାନ୍ତରେ ଉତ୍ତେଜନା
ଚମ୍ପୁଆ/କେନ୍ଦୁଝର,୩।୧୧(ମହେଶ୍ୱର ଦାସ/ ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ଓ ଝାଡ଼ଖଣ୍ଡ ମଧ୍ୟରେ ଲାଇଫ୍ଲାଇନ ସାଜିଥିବା ବୈତରଣୀ କୂଳରେ ଅବସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରର ଶିବଲିଙ୍ଗକଶୁକ୍ରବାର ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି। ଘଟଣାକୁ ନେଇ ରାତିଠାରୁ ଝାଡ଼ଖଣ୍ଡ ଅଞ୍ଚଳ ଜୟନ୍ତିଗଡ଼ଠାରେ ଉତ୍ତେଜନା ଲାଗି ରହିଛି।ହିନ୍ଦୁବାଦୀମାନେ ଘଟଣାକୁ ଦୃଢ଼ ବିରୋଧକରି ପ୍ରତିବାଦ କରୁଛନ୍ତି। ଏହାର ପ୍ରଭାବ ଚମ୍ପୁଆରେ ପଡ଼ିଛି। ଲୋକେ ଶନିବାର ଚମ୍ପୁଆ ବନ୍ଦ କରିବା ସହ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ, ଚମ୍ପୁଆ ନିକଟବର୍ତ୍ତୀ […] The post ଚମ୍ପୁଆ ବନ୍ଦ, ସୀମାନ୍ତରେ ଉତ୍ତେଜନା appeared first on Dharitri Odia News.
ଚମ୍ପୁଆ/କେନ୍ଦୁଝର,୩।୧୧(ମହେଶ୍ୱର ଦାସ/ ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ଓ ଝାଡ଼ଖଣ୍ଡ ମଧ୍ୟରେ ଲାଇଫ୍ଲାଇନ ସାଜିଥିବା ବୈତରଣୀ କୂଳରେ ଅବସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରର ଶିବଲିଙ୍ଗକଶୁକ୍ରବାର ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି। ଘଟଣାକୁ ନେଇ ରାତିଠାରୁ ଝାଡ଼ଖଣ୍ଡ ଅଞ୍ଚଳ ଜୟନ୍ତିଗଡ଼ଠାରେ ଉତ୍ତେଜନା ଲାଗି ରହିଛି।ହିନ୍ଦୁବାଦୀମାନେ ଘଟଣାକୁ ଦୃଢ଼ ବିରୋଧକରି ପ୍ରତିବାଦ କରୁଛନ୍ତି। ଏହାର ପ୍ରଭାବ ଚମ୍ପୁଆରେ ପଡ଼ିଛି। ଲୋକେ ଶନିବାର ଚମ୍ପୁଆ ବନ୍ଦ କରିବା ସହ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ସୂଚନା ଅନୁଯାୟୀ, ଚମ୍ପୁଆ ନିକଟବର୍ତ୍ତୀ କଙ୍ଗିରା ମୁହାଣଠାରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରରେ ମୟୂରଭଞ୍ଜ, ଝାଡ଼ଖଣ୍ଡ ଓ ଚମ୍ପୁଆ ଅଞ୍ଚଳର ଲୋକମାନେ ପୂଜାର୍ଚ୍ଚନା କରିଆସୁଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଜୟନ୍ତିଗଡ଼ ଅଞ୍ଚଳର ଶ୍ରଦ୍ଧାଳୁ କାଳୀପୂଜା ଅବସରରେ ଦୀପ ପ୍ରଦାନ କରିବାକୁ ଯାଇଥିଲେ। ପ୍ରାଚୀନ ଶିବଲିଙ୍ଗଟି ଭଗ୍ନ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଖବର ପ୍ରଚାରହେବା ପରେ ହିନ୍ଦୁବାଦୀମାନେ ଝାଡ଼ଖଣ୍ଡର ଜୟନ୍ତିଗଡ଼ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ଖଣିଜ ପରିବହନ କରୁଥିବା ଯାନବାହନ ଚଳାଚଳକୁ ସ୍ବାଭାବିକ କରାଯାଇଥିଲା। ଶନିବାର ମଧ୍ୟ ଜୟନ୍ତିଗଡ଼ଠାରେ ରାସ୍ତାରୋକୋ କରାଯାଇଥିବା ବେଳେ ଚମ୍ପୁଆରେ ସମରୂପ ଟାୟାର ଜାଳି ରାସ୍ତାରୋକୋ କରାଯାଇଥିଲା। ବ୍ୟବସାୟୀ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦକରିି ଚମ୍ପୁଆ ବନ୍ଦ କରାଯାଇଥିଲା। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସମ୍ବେଦନଶୀଳ ଘଟଣାକୁ ନେଇ ପୋଲିସ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ କରାଯିବା ସହ ସମସ୍ତ ଛକରେ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି। ଭାରପ୍ରାପ୍ତ ଆଇଆଇସି ଦେବକୀ ନାଏକଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ରାସ୍ତା ଅବରୋଧ ସ୍ଥାନରେ ଫୋର୍ସ ସଜାଗ ରହିଛନ୍ତି। କେନ୍ଦୁଝର ଏସ୍ପି ନୀତିନ କୁଶଲକର ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଉଭୟ ରାଜ୍ୟ ପୋଲିସ ସଜାଗ ରହିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭକରି ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
The post ଚମ୍ପୁଆ ବନ୍ଦ, ସୀମାନ୍ତରେ ଉତ୍ତେଜନା appeared first on Dharitri Odia News.