‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’
ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ଏହାଛଡ଼ା ରାହୁଲ ୪୦୦୦ କିମି ପାଦରେ ଚାଲି ଦେଶର ଲୋକଙ୍କୁ ଭେଟିଥିଲେ, ଏପରିକି ତାଙ୍କ ଜୀବନରେ କ’ଣ ସମସ୍ୟା ରହିଛି ପଚାରି ବୁଝିଥିଲେ। ଅପରପକ୍ଷେ ରାଜା ମୋଦି ମହଲରେ ରୁହନ୍ତି। ସେ କିଭଳି କୃଷକ, ମହିଳାଙ୍କ ଅସୁବିଧା ବୁଝିପାରିବେ ବୋଲି ଗୁଜରାଟର ବନାସକଣ୍ଟାରେ ଏକ ନିର୍ବାଚନୀ ସଭାରେ […] The post ‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’ appeared first on Dharitri Odia News.
ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ଏହାଛଡ଼ା ରାହୁଲ ୪୦୦୦ କିମି ପାଦରେ ଚାଲି ଦେଶର ଲୋକଙ୍କୁ ଭେଟିଥିଲେ, ଏପରିକି ତାଙ୍କ ଜୀବନରେ କ’ଣ ସମସ୍ୟା ରହିଛି ପଚାରି ବୁଝିଥିଲେ। ଅପରପକ୍ଷେ ରାଜା ମୋଦି ମହଲରେ ରୁହନ୍ତି। ସେ କିଭଳି କୃଷକ, ମହିଳାଙ୍କ ଅସୁବିଧା ବୁଝିପାରିବେ ବୋଲି ଗୁଜରାଟର ବନାସକଣ୍ଟାରେ ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି।
ପ୍ରିୟଙ୍କା କହିଛନ୍ତି, ମୋଦିଙ୍କୁ ଆଖପାଖର ଲୋକେ ଭୟ କରନ୍ତି। ତାଙ୍କୁ କେହି କିଛି ବି କୁହନ୍ତି ନାହିଁ। ଯଦି କେହି ସ୍ବର ଉତ୍ତୋଳନ କରନ୍ତି ତେବେ ସେହି ସ୍ବରକୁ ଚପାଇ ଦିଆଯାଏ। ଆଜିକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ଦେଖନ୍ତୁ। ଗୁଜରାଟ ମୋଦିଙ୍କୁ ସମ୍ମାନ, ଆତ୍ମସମ୍ମାନ ଏବଂ ଶାସନ ଭାର ଦେଇଛି, ହେଲେ ତାଙ୍କୁ କେବଳ ବଡ଼ ଲୋକଙ୍କ ସହ ଦେଖିବାକୁ ମିଳୁଛି। କେବେ ସେ ଜଣେ କୃଷକଙ୍କୁ ଭେଟିବା ଦେଖିଛନ୍ତି କି? କୃଷକମାନେ କଳା ନିୟମକୁ ନେଇ ଆନ୍ଦୋଳନ କରୁଛନ୍ତି। ଶହ ଶହ କୃଷକ ସହିଦ ହେଉଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟିବାକୁ ଯାଆନ୍ତି ନାହିଁ। ନିର୍ବାଚନ ଆସିବା ମାତ୍ରେ ଭୋଟ ନ ପାଇବା ଅନୁଭବ କରି ସେ ଆଇନ ବଦଳାଇ ଦିଅନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।
କେବଳ ଏତିକି ନୁହେଁ ଭାଜପା ନିର୍ବାଚନରେ ଜିତିଲେ ସମ୍ବିଧାନ ବଦଳାଇ ଦେବ। ଏଣୁ ସମ୍ବିଧାନକୁ ବୁଝନ୍ତୁ। ଏହା ଆପଣଙ୍କ ଜୀବନରେ କିଭଳି ପ୍ରଭାବ ପକାଇଥାଏ ବୁଝନ୍ତୁ। କାରଣ ସମ୍ବିଧାନରୁ ଆପଣଙ୍କୁ ଅଧିକାର ମିଳୁଛି। ସବୁଠାରୁ ବଡ଼ ଅଧିକାର ଭୋଟ୍ ଦେବା। ଯେତେବେଳେ ଭାଜପାର ନେତା ସମ୍ବିଧାନ ବଦଳାଇ ଦିଆଯିବ ବୋଲି କହୁଛନ୍ତି ସେତେବେଳେ ସେମାନେ ଲୋକଙ୍କଠାରୁ ସେମାନଙ୍କ ଅଧିକାର ଛଡେଇ ନେବାକୁ ଚାହୁଁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।
The post ‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’ appeared first on Dharitri Odia News.