Chanakya Niti: ଏହି ୫ କଥାକୁ କେବେ ବି କାହା ଆଗରେ ପ୍ରକାଶ କରନ୍ତିନି ପୁରୁଷ
ଆଚାର୍ଯ୍ୟ ଚାଣକ୍ୟ ବ୍ୟକ୍ତିଙ୍କୁ ସୁଖମୟ ଏବଂ ଧୈର୍ଯ୍ୟପୂର୍ଣ୍ଣ ଜୀବନ ବିତାଇବା ପାଇଁ କିଛି କଥା କହିଛନ୍ତି। ଚାଣକ୍ୟଙ୍କ ନିଜର ଗ୍ରନ୍ଥ ଚାଣକ୍ୟ ନୀତିରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ ନୀତିରେ ଜୀବନର ସଫଳତା, ଉଚିତ-ଅନୁଚିତ, ନୈତିକ-ଅନୈତିକ, ଧର୍ମ-ଅଧର୍ମ ସମ୍ପର୍କରେ ସ୍ପଷ୍ଟ ଭାବରେ ଲେଖାଯାଇଛି। ଯାହାକୁ ଆପଣାଇ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିପାରିବେ। ସେହିପରି ଆଚାର୍ଯ୍ୟ ପୁରୁଷଙ୍କ ସମ୍ପର୍କରେ ଏକ କଥା କହିଛନ୍ତି, ପୁରୁଷମାନେ ଏହି ୫ କଥାକୁ କାହା ଆଗରେ ପ୍ରକାଶ କରିବାକୁ […] The post Chanakya Niti: ଏହି ୫ କଥାକୁ କେବେ ବି କାହା ଆଗରେ ପ୍ରକାଶ କରନ୍ତିନି ପୁରୁଷ appeared first on Dharitri Odia News.
ଆଚାର୍ଯ୍ୟ ଚାଣକ୍ୟ ବ୍ୟକ୍ତିଙ୍କୁ ସୁଖମୟ ଏବଂ ଧୈର୍ଯ୍ୟପୂର୍ଣ୍ଣ ଜୀବନ ବିତାଇବା ପାଇଁ କିଛି କଥା କହିଛନ୍ତି। ଚାଣକ୍ୟଙ୍କ ନିଜର ଗ୍ରନ୍ଥ ଚାଣକ୍ୟ ନୀତିରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ ନୀତିରେ ଜୀବନର ସଫଳତା, ଉଚିତ-ଅନୁଚିତ, ନୈତିକ-ଅନୈତିକ, ଧର୍ମ-ଅଧର୍ମ ସମ୍ପର୍କରେ ସ୍ପଷ୍ଟ ଭାବରେ ଲେଖାଯାଇଛି। ଯାହାକୁ ଆପଣାଇ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିପାରିବେ। ସେହିପରି ଆଚାର୍ଯ୍ୟ ପୁରୁଷଙ୍କ ସମ୍ପର୍କରେ ଏକ କଥା କହିଛନ୍ତି, ପୁରୁଷମାନେ ଏହି ୫ କଥାକୁ କାହା ଆଗରେ ପ୍ରକାଶ କରିବାକୁ ଚାହାନ୍ତି ନାହିଁ। ତେବେ ଜାଣନ୍ତୁ ଏ ସମ୍ପର୍କରେ…
ଚାଣକ୍ୟ କହିଛନ୍ତି, ବୁଝିବା ଶୁଝିବା ଲୋକ କେବେ ବି ନିଜର ମନ କଥା କାହା ଆଗରେ ପ୍ରକାଶ କରନ୍ତି ନାହିଁ। ନିଜକୁ ଯେତେ କଷ୍ଟ ହେଲେ ମଧ୍ୟ ମନରେ ଲୁଚେଇ ରଖିଥାନ୍ତି। କାରଣ ଲୋକେ ଏ ସମ୍ପର୍କରେ ଜାଣିଲେ ମଜା ଉଡ଼ାଇଥାନ୍ତି। ଏପରି ସ୍ଥିତିରେ ପୁରୁଷଟିଏ ନିଜର ମୁକାବିଲା ନିଜ ହିସାବରେ କରିବା ଉଚିତ।
ଜଣେ ବୁଦ୍ଧିମାନ ବ୍ୟକ୍ତି ଚାହାନ୍ତି ନିଜର ଧନ ଦ୍ୱାରା ହେଉଥିବା କଷ୍ଟ ମାନସିକ ଦୁଃଖ ଦେଇଥାଏ। ତେଣୁ କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ଘରର ଦୋଷ ଦୁର୍ବଳତା କୌଣସି ଲୋକ ଆଗରେ ପ୍ରକାଶ କରିବା ଉଚିତ୍ ନୁହେଁ।
ଚାଣକ୍ୟଙ୍କ ଅନୁସାରେ କିଛି କଥା ଗୁପ୍ତ ରଖନ୍ତୁ, କାହା ଆଗରେ ବି ପ୍ରକାଶ କରନ୍ତୁ ନାହିଁ। କେହି ଆପଣଙ୍କୁ ଠକିଥିଲେ ମଧ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ଲୋକେ ପ୍ରଶ୍ନ ଉଠାନ୍ତି। ସହଜରେ ଲୋକେ ଆପଣଙ୍କୁ ମୁର୍ଖ ଭାବି ନିଅନ୍ତି।
ସେହିପରି କାହାଠାରୁ ଅପମାନ ପାଇଥିଲେ ମଧ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। କାରଣ ଆପଣ ଉପହସିତ ହେବେ। ଲୋକେ ଆପଣଙ୍କୁ ଥଟ୍ଟା ପରିହାସ କରିବାକୁ ପଛାଇବେ ନାହିଁ। ତେଣୁ ଚାଣକ୍ୟଙ୍କ ଏହି କଥାକୁ ମନେ ରଖି କାର୍ଯ୍ୟ କଲେ ଜୀବନ ସୁଖମୟ ହେବ।
The post Chanakya Niti: ଏହି ୫ କଥାକୁ କେବେ ବି କାହା ଆଗରେ ପ୍ରକାଶ କରନ୍ତିନି ପୁରୁଷ appeared first on Dharitri Odia News.