ଆଇସିୟୁରେ ଥିବା ଖବରକୁ ନିଜେ ଖଣ୍ଡନ କଲେ ରତନ ଟାଟା, କହିଲେ ଭୁଲ ଖବର ଦିଅନ୍ତୁ ନାହିଁ

ମୁମ୍ବାଇ,୭।୧୦: ଟାଟା ଗ୍ରୁପ ଭେଟେରାନ ରତନ ଟାଟାଙ୍କର ସ୍ବାସ୍ଥ୍ୟ ଖରାପ ହେବାର ଖବର ଆସିଥିଲା। ହେଲେ ଏବେ ସେ ନିଜେ ଏହି ଖବରକୁ ଅସ୍ବୀକାର କରିଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ଦାବିକୁ ଗୁଜବ ବୋଲି ସେ କହିଛନ୍ତି। ଆଇସିୟୁରେ ଭର୍ତ୍ତି ହେବାର ଦାବିକୁ ଖଣ୍ଡନ କରି ରତନ ଟାଟା ନିଜେ କହିଛନ୍ତି, ‘ମୋର ସ୍ବାସ୍ଥ୍ୟକୁ ନେଇ ନିକଟରେ ଗୁଜବ ପ୍ରଚାରିତ ହୋଇଛି। ମୁଁ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଏହି ଖବରଗୁଡିକ ଭିତ୍ତିହୀନ। ମୋର […] The post ଆଇସିୟୁରେ ଥିବା ଖବରକୁ ନିଜେ ଖଣ୍ଡନ କଲେ ରତନ ଟାଟା, କହିଲେ ଭୁଲ ଖବର ଦିଅନ୍ତୁ ନାହିଁ appeared first on Dharitri Odia News.

ଆଇସିୟୁରେ ଥିବା ଖବରକୁ ନିଜେ ଖଣ୍ଡନ କଲେ ରତନ ଟାଟା, କହିଲେ ଭୁଲ ଖବର ଦିଅନ୍ତୁ ନାହିଁ

ମୁମ୍ବାଇ,୭।୧୦: ଟାଟା ଗ୍ରୁପ ଭେଟେରାନ ରତନ ଟାଟାଙ୍କର ସ୍ବାସ୍ଥ୍ୟ ଖରାପ ହେବାର ଖବର ଆସିଥିଲା। ହେଲେ ଏବେ ସେ ନିଜେ ଏହି ଖବରକୁ ଅସ୍ବୀକାର କରିଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ଦାବିକୁ ଗୁଜବ ବୋଲି ସେ କହିଛନ୍ତି। ଆଇସିୟୁରେ ଭର୍ତ୍ତି ହେବାର ଦାବିକୁ ଖଣ୍ଡନ କରି ରତନ ଟାଟା ନିଜେ କହିଛନ୍ତି, ‘ମୋର ସ୍ବାସ୍ଥ୍ୟକୁ ନେଇ ନିକଟରେ ଗୁଜବ ପ୍ରଚାରିତ ହୋଇଛି। ମୁଁ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଏହି ଖବରଗୁଡିକ ଭିତ୍ତିହୀନ। ମୋର ବୟସ ଏବଂ ସ୍ବାସ୍ଥ୍ୟ ହେତୁ ମୁଁ ବର୍ତ୍ତମାନ ଆବଶ୍ୟକ ଚିକିତ୍ସା ଯାଞ୍ଚ କରୁଛି। ଚିନ୍ତା କରିବାର କିଛି ନାହିଁ । ମୁଁ ଭଲ ଅଛି। ଆପଣଙ୍କୁ ଅନୁରୋଧ କରୁଛି ଯେ ଜନସାଧାରଣ ଏବଂ ଗଣମାଧ୍ୟମ ଭୁଲ ତଥ୍ୟରୁ ଦୂରେଇ ରୁହନ୍ତୁ।

ସୂଚନାଯୋଗ୍ୟ, ପୂର୍ବରୁ ଖବର ଆସିଥିଲା ଯେ ରତନ ଟାଟାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦାବି କରାଯାଇଥିଲା ଯେ ତାଙ୍କ ରକ୍ତଚାପ ହଠାତ୍‌ ଯଥେଷ୍ଟ ହ୍ରାସ ପାଇଥିଲା, ପରେ ତାଙ୍କୁ ଡାକ୍ତରଖାନା ନିଆଯାଇ ଆଇସିୟୁରେ ରଖାଯାଇଥିଲା। ତେବେ କିଛି ସମୟ ପରେ ରତନ ଟାଟା ନିଜେ ଏହି ଗୁଜବକୁ ଭିତ୍ତିହୀନ ବୋଲି କହିଥିଲେ।

The post ଆଇସିୟୁରେ ଥିବା ଖବରକୁ ନିଜେ ଖଣ୍ଡନ କଲେ ରତନ ଟାଟା, କହିଲେ ଭୁଲ ଖବର ଦିଅନ୍ତୁ ନାହିଁ appeared first on Dharitri Odia News.