ଓଜନ ହ୍ରାସ କରେ ଭେଣ୍ଡି

ଭେଣ୍ଡି ଏମିତି ଏକ ପରିବା ଯାହା ଅଧିକାଂଶ ଲୋକଙ୍କୁ ପସନ୍ଦ ଆସିଥାଏ। ଭେଣ୍ଡିରେ କାର୍ବୋହାଇଡ୍ରେଟ୍‌, ଭିଟାମିନ୍‌ ଓ ପ୍ରୋଟିନ୍‌ ରହିଥାଏ। ଏଥିରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, କ୍ୟାଲୋରିର ମାତ୍ରା ମଧ୍ୟ ଅଧିକ ରହିଥାଏ। ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଭେଣ୍ଡି ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ। ରକ୍ତରେ ଶର୍କରା ସ୍ତର କମିଯାଏ। କିନ୍ତୁ କିଛି ଲୋକ ଭେଣ୍ଡିଠାରୁ ଦୂରେଇ ରହିବା ଉଚିତ। ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, କିଛି ଲୋକ କେବେ ବି ଖାଇବା ଉଚିତ ନୁହେଁ। ଏହା […] The post ଓଜନ ହ୍ରାସ କରେ ଭେଣ୍ଡି appeared first on Dharitri Odia News.

ଓଜନ ହ୍ରାସ କରେ ଭେଣ୍ଡି

ଭେଣ୍ଡି ଏମିତି ଏକ ପରିବା ଯାହା ଅଧିକାଂଶ ଲୋକଙ୍କୁ ପସନ୍ଦ ଆସିଥାଏ। ଭେଣ୍ଡିରେ କାର୍ବୋହାଇଡ୍ରେଟ୍‌, ଭିଟାମିନ୍‌ ଓ ପ୍ରୋଟିନ୍‌ ରହିଥାଏ। ଏଥିରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, କ୍ୟାଲୋରିର ମାତ୍ରା ମଧ୍ୟ ଅଧିକ ରହିଥାଏ। ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଭେଣ୍ଡି ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ। ରକ୍ତରେ ଶର୍କରା ସ୍ତର କମିଯାଏ। କିନ୍ତୁ କିଛି ଲୋକ ଭେଣ୍ଡିଠାରୁ ଦୂରେଇ ରହିବା ଉଚିତ।

ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, କିଛି ଲୋକ କେବେ ବି ଖାଇବା ଉଚିତ ନୁହେଁ। ଏହା ବିଷଠାରୁ ବି ଅଧିକ ବିପଜ୍ଜନକ ହୋଇପାରେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସମସ୍ତ ପ୍ରକାର ପନିପରିବା, ଫଳ ଏବଂ ମାଂସରେ ପୋଷକ ତତ୍ତ୍ୱ ରହିଥାଏ। ଭେଣ୍ଡି ଖାଇଲେ ଶର୍କରା ସ୍ତର କମିଯାଏ। ତେଣୁ ସୁଗାର ବା ଡାଇବେଟିସ୍‌ ଥିବା ଲୋକ ଏହାଠାରୁ ଦୂରେଇ ରହିବା ଉଚିତ।

ମେଦବହୁଳତା ବର୍ତ୍ତମାନ ସମୟରେ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଭେଣ୍ଡି ଏଥିରୁ ମୁକ୍ତି ଦେଇଥାଏ। ଏହାକୁ ପାଣିରେ ଭିଜାଇ ପିଇବା ଫଳରେ ଉକ୍ତ ସମସ୍ୟା ଦୂର ହୋଇଥାଏ। ଭେଣ୍ଡି ଖାଇବା ଫଳରେ ଶରୀରରେ ଖାଦ୍ୟ ପାଚନ କ୍ରିୟା ମଜଭୁତ ଓ ପାଚନତନ୍ତ୍ର ଠିକ୍‌ ଭାବେ କାର୍ଯ୍ୟ କରିଥାଏ।  ଫାଇବର ମାତ୍ରା ଅଧିକ ଥିବାରୁ ପେଟ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଖି ପାଇଁ ଉପକାରୀ ହୋଇଥିବା ବେଳେ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣବତ୍ତା କ୍ଲୋରାହାଇଟ୍‌ ତ୍ୱଚାକୁ ସୁନ୍ଦର କରିଥାଏ।

The post ଓଜନ ହ୍ରାସ କରେ ଭେଣ୍ଡି appeared first on Dharitri Odia News.