ପାକିସ୍ତାନରେ ପୁଣି ତ୍ରିରଙ୍ଗାକୁ ଅପମାନ, Videoକୁ ନେଇ ହଇଚଇ

ଇସଲାମାବାଦ,୧୯।୨: ଭାରତୀୟ ଜାତୀୟ ପତାକାର ପୁଣି ଥରେ ଅପମାନ କରିଛି ପାକିସ୍ତାନ। ନିକଟରେ କରାଚୀ ଷ୍ଟାଡିୟମର ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ କରାଚୀ ଗଦ୍ଦାଫି ଷ୍ଟାଡିୟମରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରି ନ ଥିବା ସ୍ପଷ୍ଟ ଭାବରେ ନଜର ଆସିଥିଲା। ହେଲେ ଟୁର୍ନାମେଣ୍ଟର ବାକି ସମସ୍ତ ୭ ଦଳର ପତାକା ଦୃଶ୍ୟମାନ ହୋଇଥିଲା। ଏବେ ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, […] The post ପାକିସ୍ତାନରେ ପୁଣି ତ୍ରିରଙ୍ଗାକୁ ଅପମାନ, Videoକୁ ନେଇ ହଇଚଇ appeared first on Dharitri Odia News.

ପାକିସ୍ତାନରେ ପୁଣି ତ୍ରିରଙ୍ଗାକୁ ଅପମାନ, Videoକୁ ନେଇ ହଇଚଇ

ଇସଲାମାବାଦ,୧୯।୨: ଭାରତୀୟ ଜାତୀୟ ପତାକାର ପୁଣି ଥରେ ଅପମାନ କରିଛି ପାକିସ୍ତାନ। ନିକଟରେ କରାଚୀ ଷ୍ଟାଡିୟମର ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ କରାଚୀ ଗଦ୍ଦାଫି ଷ୍ଟାଡିୟମରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରି ନ ଥିବା ସ୍ପଷ୍ଟ ଭାବରେ ନଜର ଆସିଥିଲା। ହେଲେ ଟୁର୍ନାମେଣ୍ଟର ବାକି ସମସ୍ତ ୭ ଦଳର ପତାକା ଦୃଶ୍ୟମାନ ହୋଇଥିଲା। ଏବେ ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ପରେ ହଇଚଇ ସୃଷ୍ଟି ହୋଇଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଆଉ ଏକ ଭିଡିଓଟି କରାଚୀର ଗଦ୍ଦାଫି ଷ୍ଟାଡିୟମର ବୋଲି କୁହାଯାଉଛି। ଏହି ଭିଡିଓରେ, ଜଣେ ବ୍ୟକ୍ତି ଗଦ୍ଦାଫି ଷ୍ଟାଡିୟମରେ ଭାରତୀୟ ପତାକା ଉତ୍ତୋଳନ କରୁଥିବାର ଦେଖାଯାଉଛି। କିନ୍ତୁ ଏହି ବ୍ୟକ୍ତି ଭାରତୀୟ ପତାକାକୁ ଓଲଟା ଧରିଛନ୍ତି, ଯେଉଁଥିଲାଗି ପୁଣି ଥରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଭିଡିଓରେ ଭାରତ ବ୍ୟତୀତ ଅନ୍ୟ ଦେଶର ପତାକାକୁ ସଠିକ ଭାବରେ ରଖାଯାଇଥିବା ଦେଖାଯାଉଛିଛି। କିନ୍ତୁ ତ୍ରିରଙ୍ଗା ସହିତ ଏଭଳି କାର୍ଯ୍ୟ ଦେଖି ଭାରତୀୟ ପ୍ରଶଂସକମାନେ ପାକିସ୍ତାନ ସୁଧୁରିବ ନାହିଁ ବୋଲି ମତ ରଖୁଛନ୍ତି। ଏପରିକି ପିସିବି ଜାଣିଶୁଣି ଏପରି କାର୍ଯ୍ୟ କରୁଛି ବୋଲି ଅନେକେ କହୁଛନ୍ତି।

କହି ରଖୁଛୁ, ପୂର୍ବରୁ ଗଦ୍ଦାଫି ଷ୍ଟାଡିୟମରେ ଭାରତୀୟ ପତାକା ଉତ୍ତୋଳନ ନ କରିବାକୁ ନେଇ ହଙ୍ଗାମା ହୋଇଥିଲା। ସେତେବେଳେ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ସ୍ପଷ୍ଟୀକରଣ ରଖିଥିଲା। ଏହା ପଛର କାରଣ ବ୍ୟାଖ୍ୟା କରି ପାକ୍‌ ଗଣମାଧ୍ୟମ କହିଛି, ’ଆଇସିସି ପରାମର୍ଶ ଦେଇଥିଲା ଯେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ମ୍ୟାଚ୍‌ରେ କେବଳ ଚାରୋଟି ପତାକା ରହିବ। ICCର ଗୋଟିଏ, ଆୟୋଜକ ଦେଶର ଗୋଟିଏ ଏବଂ ମ୍ୟାଚ ଖେଳାଯାଉଥିବା ଅନ୍ୟ ଦୁଇଟି ଦେଶ।’ କିନ୍ତୁ PCBର ଏହି ବୟାନ ମଧ୍ୟ ହଙ୍ଗାମା ସୃଷ୍ଟି କରିଥିଲା, କାରଣ ଷ୍ଟାଡିୟମରେ ୪ ରୁ ଅଧିକ ପତାକା ଥିଲା।

ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆକୁ ପାକିସ୍ତାନ ନ ପଠାଇବାକୁ ନିଷ୍ପତ୍ତି ନେଇଥିଲା। ଯାହା ପରେ ICC ଟିମ ଇଣ୍ଡିଆର ସମସ୍ତ ମ୍ୟାଚ୍‌ ଦୁବାଇକୁ ସ୍ଥାନାନ୍ତରିତ କରିଥିଲା। ଟିମ ଇଣ୍ଡିଆ ଏହି ଟୁର୍ନାମେଣ୍ଟରେ ୨୦ ଫେବୃଆରୀରୁ ତା’ର ଅଭିଯାନ ଆରମ୍ଭ କରିବ। ତାଙ୍କର ପ୍ରଥମ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ହେବ। ଏହା ପରେ, ଭାରତୀୟ ଦଳ ୨୩ ଫେବୃଆରୀରେ ପାକିସ୍ତାନ ସହିତ ମୁକାବିଲା କରିବ, ଯାହା ପାଇଁ ପ୍ରତ୍ୟେକ କ୍ରିକେଟ ପ୍ରେମୀ ଅପେକ୍ଷା କରିଛନ୍ତି। ତା’ପରେ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ଦଳ ସହିତ ଏକ ମୁକାବିଲା କରିବ।

The post ପାକିସ୍ତାନରେ ପୁଣି ତ୍ରିରଙ୍ଗାକୁ ଅପମାନ, Videoକୁ ନେଇ ହଇଚଇ appeared first on Dharitri Odia News.