ବ୍ରିଜ୍‌ ନିର୍ମାଣ ବେଳେ ଅଘଟଣ : ସ୍ଲାବ ଭୁଶୁଡ଼ି ଚାଲିଗଲା ୩ ଜଣଙ୍କ ଜୀବନ, ୨ ଗୁରୁତର

କଟକ : କଟକରେ ବଡ଼ ଅଘଟଣ। କଟକର ଖାନ୍‌ନଗରସ୍ଥିତ କାଠଯୋଡ଼ି ଭିତରେ ନୂଆବ୍ରିଜ କାମ ଚାଲିଥିବା ସମୟରେ ସ୍ଲାବ୍‌ ଖସିପଡ଼ିବାରୁ ୩ ଜଣ ଜରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ୨ ଜଣ ଗୁରୁତରଙ୍କର କଟକ ବଡ଼ ମେଡିକାଲରେ ଚିକିତ୍ସା ଜାରି ରହିଛି। ୩ ମୃତକ ହେଉଛନ୍ତି ଶିବଶଙ୍କର ପଟ୍ଟନାୟକ,ସୁବାସ ଚନ୍ଦ୍ର ଭକ୍ତ ଓ ସୋମ୍ୟରଞ୍ଜନ ମଲ୍ଲିକ ରହିଛନ୍ତି। ୨ ଗୁରୁତର ବିକଳ ଜେନା ଓ ଅରୁଣ ବାରିକ ବର୍ତ୍ତମାନ କଟକ ବଡ଼ ମେଡିକାଲରେ […]

ବ୍ରିଜ୍‌ ନିର୍ମାଣ ବେଳେ ଅଘଟଣ : ସ୍ଲାବ ଭୁଶୁଡ଼ି ଚାଲିଗଲା ୩ ଜଣଙ୍କ ଜୀବନ, ୨ ଗୁରୁତର
Three Killed After Slab Of Under-Construction Bridge Collapses In Cuttack

କଟକ : କଟକରେ ବଡ଼ ଅଘଟଣ। କଟକର ଖାନ୍‌ନଗରସ୍ଥିତ କାଠଯୋଡ଼ି ଭିତରେ ନୂଆବ୍ରିଜ କାମ ଚାଲିଥିବା ସମୟରେ ସ୍ଲାବ୍‌ ଖସିପଡ଼ିବାରୁ ୩ ଜଣ ଜରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ୨ ଜଣ ଗୁରୁତରଙ୍କର କଟକ ବଡ଼ ମେଡିକାଲରେ ଚିକିତ୍ସା ଜାରି ରହିଛି। ୩ ମୃତକ ହେଉଛନ୍ତି ଶିବଶଙ୍କର ପଟ୍ଟନାୟକ,ସୁବାସ ଚନ୍ଦ୍ର ଭକ୍ତ ଓ ସୋମ୍ୟରଞ୍ଜନ ମଲ୍ଲିକ ରହିଛନ୍ତି। ୨ ଗୁରୁତର ବିକଳ ଜେନା ଓ ଅରୁଣ ବାରିକ ବର୍ତ୍ତମାନ କଟକ ବଡ଼ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ସୂଚନା ଅନୁସାରେ ଖାନନଗରରେ କାଠଯୋଡ଼ିରେ ବ୍ରିଜ୍‌ କାମ ଜାରି ରହିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଏହି କାମ ପାଇଁ ଏକ ଘରୋଇ କଂପାନିକୁ ଦାୟିତ୍ବ ଦିଆଯାଇଛି। ଅନ୍ୟ ଦିନ ଭଳି ଆଜି ମଧ୍ୟ ଏଠାରେ ନିର୍ମାଣ କାମ ଚାଲିଥିଲା। କିନ୍ତୁ ଅପରାହଣ୍‌ ସମୟରେ ଅଘଟଣ ଘଟିଥିଲା। ବ୍ରିଜ୍‌ ଉପରେ କିଛି ଶ୍ରମିକ କାମ କରୁଥିବା ବେଳେ ଅନ୍ୟମାନେ ବ୍ରିଜ୍‌ ତଳେ ଥିଲେ। ଵିମ ଉଠାଇବା ବେଳେ କ୍ରେନ୍‌ ଭାଙ୍ଗି ପଡିଥିଲା। ଯାହା ଫଳରେ ବିମ୍‌ ଗୁଡିକ ଶ୍ରମିକଙ୍କ ଉପରେ ପଡିଥିଲା। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।