ପୁରୀରେ ଆଇପିଏଲ୍‌ ଟ୍ରଫି; ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କଲେ ସେବାୟତ

ପୁରୀ: ଶ୍ରୀମନ୍ଦିରରେ ଆଇପିଏଲ ଟ୍ରଫି । ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି । ସେବାୟତଙ୍କ ପକ୍ଷରୁ ପୂଜାର୍ଚ୍ଚନା ଆଇପିଏଲ୍‌ ଟ୍ରଫିକୁ ପୂଜାର୍ଚ୍ଚନା କରାଯାଇଛି । ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଏହି ଟ୍ରଫିକୁ ପୂଜାର୍ଚ୍ଚନା କରାଯାଉଛି । ଏହି ଟ୍ରଫିକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା । କୋଲକତା ନାଇଟ ରାଇଡର୍ସ ପ୍ରାଞ୍ଚାଇଜ୍‌ର ସଦସ୍ୟ ମାନେ […]

ପୁରୀରେ ଆଇପିଏଲ୍‌ ଟ୍ରଫି; ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କଲେ ସେବାୟତ
ipl-trophy worshiped in puri shree mandira

ପୁରୀ: ଶ୍ରୀମନ୍ଦିରରେ ଆଇପିଏଲ ଟ୍ରଫି । ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି । ସେବାୟତଙ୍କ ପକ୍ଷରୁ ପୂଜାର୍ଚ୍ଚନା ଆଇପିଏଲ୍‌ ଟ୍ରଫିକୁ ପୂଜାର୍ଚ୍ଚନା କରାଯାଇଛି । ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଏହି ଟ୍ରଫିକୁ ପୂଜାର୍ଚ୍ଚନା କରାଯାଉଛି ।

ଏହି ଟ୍ରଫିକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା । କୋଲକତା ନାଇଟ ରାଇଡର୍ସ ପ୍ରାଞ୍ଚାଇଜ୍‌ର ସଦସ୍ୟ ମାନେ ଏହି ଟ୍ରଫି ଆଜି ଶ୍ରୀମନ୍ଦିରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି। ତେବେ ଗତବର୍ଷ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଟ୍ରଫି ହାତେଇଥିବା ବେଳେ ଚଳିତ ଆଇପିଏଲ ଟ୍ରଫି ପୁନର୍ବାର କିଭଳି ନିଜ କବଜାରେ ରଖିବ ସେନେଇ ସଦସ୍ୟ ମାନେ ଆଶାବାଦୀ ଅଛନ୍ତି । ଅନ୍ୟପଟେ ଆଇପିଏଲ୍ ଟ୍ରଫି ଦେଖି ସେବାୟତ ମାନେ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି ।