ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍: ଟିକେଟ ମୂଲ୍ୟ ଧାର୍ଯ୍ୟ କଲା ଓସିଏ
କଟକ: ଆସନ୍ତା ଫେବୃଆରୀ ୯ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ପରିପ୍ରେକ୍ଷୀରେ ରବିବାର ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ଦାମ୍ ଧାର୍ଯ୍ୟ ହୋଇଛି। ଷ୍ଟାଡିୟମର ୧ ନମ୍ବର, ୩ ନମ୍ବର, ୬ ନମ୍ବର ଗ୍ୟାଲେରୀ ଟିକେଟ ମୂଲ୍ୟ ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ୨ ଏବଂ ୪ନଂ ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ୟ ୧ ହଜାର ଟଙ୍କା ରହିଥିବା ବେଳେ ୫ ନମ୍ବର ଗ୍ୟାଲେରୀ ପାଇଁ ୧୫ […]

କଟକ: ଆସନ୍ତା ଫେବୃଆରୀ ୯ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ପରିପ୍ରେକ୍ଷୀରେ ରବିବାର ଦିନିକିଆ ମ୍ୟାଚ୍ ପାଇଁ ଟିକେଟ ଦାମ୍ ଧାର୍ଯ୍ୟ ହୋଇଛି। ଷ୍ଟାଡିୟମର ୧ ନମ୍ବର, ୩ ନମ୍ବର, ୬ ନମ୍ବର ଗ୍ୟାଲେରୀ ଟିକେଟ ମୂଲ୍ୟ ୧୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି।
ସେହିପରି ୨ ଏବଂ ୪ନଂ ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ୟ ୧ ହଜାର ଟଙ୍କା ରହିଥିବା ବେଳେ ୫ ନମ୍ବର ଗ୍ୟାଲେରୀ ପାଇଁ ୧୫ ଶହ ଟଙ୍କା ରହିଛି। ୭ ନମ୍ବର ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ୟ ୮ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଏପରିକି ଏସି୍ ବକ୍ସ ୯ ହଜାର ଟଙ୍କା ରହିଥିବା ବେଳେ କର୍ପୋରେଟ ବକ୍ସ ୨୦ ହଜାର, ନ୍ୟୁ- ପାଭିଲିଅନର ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ବାରବାଟୀ ଷ୍ଟାଡିୟମର ସିଟ୍ କ୍ଷମତା ୪୪ ହଜାର ୫୨୪ ରହିଛି। ଆଜିର ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କ ସହ ଓସିଏ କର୍ମକର୍ତ୍ତା ଯୋଗ ଦେଇଥିଲେ।