ଏୟାରପୋର୍ଟ ନେଇ କେନିଆ ସହ ଚୁକ୍ତି ହୋଇ ନାହିଁ, ଡିଲ୍ ରଦ୍ଦ ପରେ ଆଦାନୀ ଗ୍ରୁପର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆମେରିକାରେ ଆଦାନୀ ଗ୍ରୁପ ବିରୋଧରେ ଅଭିଯୋଗ ଲାଗିବା ପରେ କେନିଆ କମ୍ପାନୀ ସହିତ ଦୁଇଟି ଚୁକ୍ତି ରଦ୍ଦ କରିଥିଲା। ଗୋଟିଏ ହେଲା ପ୍ରମୁଖ ବିମାନ ବନ୍ଦର ପରିଚାଳନା ଡିଲ୍, ଅନ୍ୟଟି ବିଜୁଳି ଟ୍ରାନ୍ସମିଶନ ଲାଇନ୍ ନିର୍ମାଣ ଓ ୩୦ ବର୍ଷ ଧରି ପରିଚାଳନାର ଡିଲ୍। ଏହି ଦୁଇଟି ଡିଲ୍ କ୍ୟାନ୍‌ସଲ ହେବା ପରେ ଏହାକୁ ନେଇ ନାନା ଆଲୋଚନା ଜାରି ରହିଛି। ଘଟଣାକୁ ନେଇ ଆଦାନୀ ଗ୍ରୁପ ପକ୍ଷରୁ ବୟାନ ଆସିଛି। କେନିଆ ପ୍ରମୁଖ ବିମାନ ବନ୍ଦର ପରିଚାଳନା ପାଇଁ କମ୍ପାନୀ କୌଣସି ଚୁକ୍ତି କରି ନଥିଲା ବୋଲି ଆଦାନୀ ଗ୍ରୁପ କହିଛି। ସେହିପରି କେନିଆରେ ୩୦ ବର୍ଷ ପର୍ଯ୍ୟନ୍ତ ବିଜୁଳି ଟ୍ରାନ୍ସମିଶନ ଲାଇନ ନିର୍ମାଣ ଓ ଏହାର ସଂଚାଳନକୁ ନେଇ ହୋଇଥିବା ଚୁକ୍ତିକୁ ରଦ୍ଦକୁ ନେଇ ମଧ୍ୟ କମ୍ପାନୀ ବୟାନ ଦେଇଛି। ଆଦାନୀ ଗ୍ରୁପ କହିଛି ଏହି ପ୍ରକଳ୍ପ ସେବି ନିୟମ ଅଧୀନରେ ଆସୁ ନଥିଲା। ଏଣୁ ଏହା ରଦ୍ଦ ହେବାରେ ଖୁଲାସା କରିବାର କୌଣସି ଆବଶ୍ୟକତା ନଥିଲା ବୋଲି କମ୍ପାନୀ କହିଛି।କେନିଆ ରାଷ୍ଟ୍ରପତି ୱିଲିୟମ ରୁଟୋ ଆଦାନୀ ଗ୍ରୁପ ସହିତ କରିଥିବା ଦୁଇଟି ଚୁକ୍ତି ରଦ୍ଦ କରିବା ନେଇ ଖବର ଆସିବା ପରେ ଏନେଇ ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜ ଆଦାନୀକୁ ନୋଟିସ୍ କରି ମାମଲାରେ ସ୍ପଷ୍ଟୀକରଣ ଦେବାକୁ କହିଥିଲା। ଯାହାର ଜବାବରେ ଆଦାନୀ ଗ୍ରୁପ ଏହାର ଖୁଲାସା କରିଛି। ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଷ୍ଟକ୍ ଏକ୍ସଚେଞ୍ଜ୍ ଫାଇଲିଂରେ କହିଛି ଯେ ବିମାନବନ୍ଦରର ନବୀକରଣ

ଏୟାରପୋର୍ଟ ନେଇ କେନିଆ ସହ ଚୁକ୍ତି ହୋଇ ନାହିଁ, ଡିଲ୍ ରଦ୍ଦ ପରେ ଆଦାନୀ ଗ୍ରୁପର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆମେରିକାରେ ଆଦାନୀ ଗ୍ରୁପ ବିରୋଧରେ ଅଭିଯୋଗ ଲାଗିବା ପରେ କେନିଆ କମ୍ପାନୀ ସହିତ ଦୁଇଟି ଚୁକ୍ତି ରଦ୍ଦ କରିଥିଲା। ଗୋଟିଏ ହେଲା ପ୍ରମୁଖ ବିମାନ ବନ୍ଦର ପରିଚାଳନା ଡିଲ୍, ଅନ୍ୟଟି ବିଜୁଳି ଟ୍ରାନ୍ସମିଶନ ଲାଇନ୍ ନିର୍ମାଣ ଓ ୩୦ ବର୍ଷ ଧରି ପରିଚାଳନାର ଡିଲ୍। ଏହି ଦୁଇଟି ଡିଲ୍ କ୍ୟାନ୍‌ସଲ ହେବା ପରେ ଏହାକୁ ନେଇ ନାନା ଆଲୋଚନା ଜାରି ରହିଛି। 

ଘଟଣାକୁ ନେଇ ଆଦାନୀ ଗ୍ରୁପ ପକ୍ଷରୁ ବୟାନ ଆସିଛି। କେନିଆ ପ୍ରମୁଖ ବିମାନ ବନ୍ଦର ପରିଚାଳନା ପାଇଁ କମ୍ପାନୀ କୌଣସି ଚୁକ୍ତି କରି ନଥିଲା ବୋଲି ଆଦାନୀ ଗ୍ରୁପ କହିଛି। ସେହିପରି କେନିଆରେ ୩୦ ବର୍ଷ ପର୍ଯ୍ୟନ୍ତ ବିଜୁଳି ଟ୍ରାନ୍ସମିଶନ ଲାଇନ ନିର୍ମାଣ ଓ ଏହାର ସଂଚାଳନକୁ ନେଇ ହୋଇଥିବା ଚୁକ୍ତିକୁ ରଦ୍ଦକୁ ନେଇ ମଧ୍ୟ କମ୍ପାନୀ ବୟାନ ଦେଇଛି। ଆଦାନୀ ଗ୍ରୁପ କହିଛି ଏହି ପ୍ରକଳ୍ପ ସେବି ନିୟମ ଅଧୀନରେ ଆସୁ ନଥିଲା। ଏଣୁ ଏହା ରଦ୍ଦ ହେବାରେ ଖୁଲାସା କରିବାର କୌଣସି ଆବଶ୍ୟକତା ନଥିଲା ବୋଲି କମ୍ପାନୀ କହିଛି।

କେନିଆ ରାଷ୍ଟ୍ରପତି ୱିଲିୟମ ରୁଟୋ ଆଦାନୀ ଗ୍ରୁପ ସହିତ କରିଥିବା ଦୁଇଟି ଚୁକ୍ତି ରଦ୍ଦ କରିବା ନେଇ ଖବର ଆସିବା ପରେ ଏନେଇ ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜ ଆଦାନୀକୁ ନୋଟିସ୍ କରି ମାମଲାରେ ସ୍ପଷ୍ଟୀକରଣ ଦେବାକୁ କହିଥିଲା। ଯାହାର ଜବାବରେ ଆଦାନୀ ଗ୍ରୁପ ଏହାର ଖୁଲାସା କରିଛି। 

ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଷ୍ଟକ୍ ଏକ୍ସଚେଞ୍ଜ୍ ଫାଇଲିଂରେ କହିଛି ଯେ ବିମାନବନ୍ଦରର ନବୀକରଣ, ଆଧୁନିକୀକରଣ ଏବଂ ପରିଚାଳନା ଲକ୍ଷ୍ୟରେ ଚଳିତ ବର୍ଷ ଅଗଷ୍ଟରେ କେନିଆରେ ଏକ ଷ୍ଟେପ୍ ଡାଉନ୍ ସହାୟକ କମ୍ପାନୀ ପ୍ରତିଷ୍ଠା କରାଯାଇଥିଲା। ତେବେ ଆଜି ପର୍ଯ୍ୟନ୍ତ ନା କମ୍ପାନୀ କିମ୍ବା ଏହାର ସହାୟକ କମ୍ପାନୀମାନେ କେନିଆର କୌଣସି ବିମାନବନ୍ଦର ପ୍ରକଳ୍ପ ହାସଲ କରି ନାହାଁନ୍ତି କିମ୍ବା କେନିଆର କୌଣସି ବାଧ୍ୟତାମୂଳକ କିମ୍ବା ଚୁକ୍ତିନାମା ହୋଇ ନାହିଁ।।

ସୂଚନା ଥାଉକି ନିକଟରେ କେନିଆ ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଦେଶବାସୀଙ୍କୁ ସମ୍ବୋଧନ କରି ଭାରତୀୟ କମ୍ପାନୀ ଆଦାନୀ ଗ୍ରୁପ୍ ସହିତ ସମସ୍ତ ପ୍ରସ୍ତାବିତ ଚୁକ୍ତିନାମା ବାତିଲ କରିବାକୁ ଘୋଷଣା କରିଥିଲେ। ଏହି ଚୁକ୍ତିନାମାଗୁଡିକରେ ବିଦ୍ୟୁତ୍ ପରିବହନ ଏବଂ ବିମାନବନ୍ଦର ବିସ୍ତାର ଭଳି ବଡ ପ୍ରକଳ୍ପ ରହିଥିଲା। କେନିଆ ସରକାର ଆଦାନୀ ଗ୍ରୁପ୍ ସହିତ ପ୍ରସ୍ତାବିତ ୭୦୦ ମିଲିୟନ୍ ଡଲାରର ବିଦ୍ୟୁତ୍ ପରିବହନ ଚୁକ୍ତି ବାତିଲ୍ କରିଛନ୍ତି। ଏହି ଚୁକ୍ତି ଦେଶରେ ବିଦ୍ୟୁତ ପରିବହନ ପାଇଁ ଭିତ୍ତିଭୂମି ସୃଷ୍ଟି କରିବା ବିଷୟରେ ଥିଲା। ଏଥିସହ, ଆନ୍ତର୍ଜାତୀୟ ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ଆଦାନୀ ଗ୍ରୁପ୍‌ର ୧.୮ ବିଲିୟନ ଡଲାରର ପ୍ରସ୍ତାବକୁ ମଧ୍ୟ ବାତିଲ କରାଯାଇଛି ବୋଲି କେନିଆ ସରକାର କହିଥିଲେ।