ବନ ବିଭାଗ ପକ୍ଷରୁ ୩ଟି କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ଏବଂ ଯନ୍ତ୍ରାଂଶ ଜବତ
ଅସ୍ତରଙ୍ଗ : ମଙ୍ଗଳବାର ପୁରୀଜିଲ୍ଲା ବନବିଭାଗ ପକ୍ଷରୁ ଅସ୍ତରଙ୍ଗ-କାକଟପୁର ରାସ୍ତାର କୁହୁଡି ଛକ ନିକଟରେ ବେଆଇନ ଭାବେ ଚାଲିଥିବା ତିନୋଟି କରତକଳ ଉପରେ ଚଢାଉ ହୋଇଛି । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଗ୍ୟାସ କଟରରେ କଟାହୋଇ ଜବତ ହେବା ସହିତ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ କରାଯାଇଛି । ବନ ବିଭାଗର ଏସିଏଫ ଭିଜିଲାନ୍ସ ସାଧନା ସ୍ୱାଇଁ,ଅସ୍ତରଙ୍ଗ ବାନାଞ୍ଚଳ ଅଧିକାରୀଣୀ ମୋନାଲିସା ମହାପାତ୍ରଙ୍କ ସହିତ ବନ ବିଭାଗର ଆଠଟି ଟିମ ଏହି ଚଢ଼ାଉରେ […]

ଅସ୍ତରଙ୍ଗ : ମଙ୍ଗଳବାର ପୁରୀଜିଲ୍ଲା ବନବିଭାଗ ପକ୍ଷରୁ ଅସ୍ତରଙ୍ଗ-କାକଟପୁର ରାସ୍ତାର କୁହୁଡି ଛକ ନିକଟରେ ବେଆଇନ ଭାବେ ଚାଲିଥିବା ତିନୋଟି କରତକଳ ଉପରେ ଚଢାଉ ହୋଇଛି । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଗ୍ୟାସ କଟରରେ କଟାହୋଇ ଜବତ ହେବା ସହିତ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ କରାଯାଇଛି । ବନ ବିଭାଗର ଏସିଏଫ ଭିଜିଲାନ୍ସ ସାଧନା ସ୍ୱାଇଁ,ଅସ୍ତରଙ୍ଗ ବାନାଞ୍ଚଳ ଅଧିକାରୀଣୀ ମୋନାଲିସା ମହାପାତ୍ରଙ୍କ ସହିତ ବନ ବିଭାଗର ଆଠଟି ଟିମ ଏହି ଚଢ଼ାଉରେ ସାମିଲ ହୋଇଥିଲେ।
ଏଠାରେ ସୂଚନା ଥାଉକି ଏହି ବେଆଇନ କରତକଳ ଏଠି ଦୀର୍ଘ ଦିନ ଧରି ଚାଲୁଥିଲେ ମଧ୍ୟ ବନ ବିଭାଗ ଲୋକ ଦେଖାଣିଆ ଚଢ଼ାଉ କରି ଅଳ୍ପ କିଛି ଯନ୍ତ୍ରାଂଶ ଜବତ କରି ଚୁପ ବସିଯାଏ । ତାପରେ କିଛି ଦିନ ଭିତରେ ପୁନର୍ବାର ସେହି ଜାଗାରେ ନୂତନ ଯନ୍ତ୍ରାଂଶ ଲଗି କାଠ ଚିରା ଆରମ୍ଭ ହୋଇଥାଏ। ଏହି ଚତୁରତା ପାଇଁ ଦାୟୀ କିଏ ? ପ୍ରତିବର୍ଷ ଏଭଳି ଚାଲିଥିଲା ବେଳେ ଦିନ କେଇଟାରେ ଏହି କରତକଳ ଗୁଡିକ ଚାଲୁଛି । ସବୁଠାରୁ ବଡକଥା ହେଲା,ଏଠାରୁ ଅଳ୍ପ କିଛି ଦୂରରେ ଚାଲିଥିବା ଏକ ନିଦ୍ଦିଷ୍ଟ କରତକଳ ଉପରେ କେବେ ଚଢ଼ାର ହେଉନାହିଁ ସତେ ଯେପରି ଏଠି କୌଣସି ଅନିୟମିତତା ନାହିଁ । ସବୁବେଳେ ଏହି କରତକଳକୁ କାହିଁକି ମାଫ୍ କରିଦିଆଯାଉଛି । ବିଶେଷ ସୂତ୍ରରୁ ଖବର ମିଳୁଛି କି ଏଠାରେ ଦିନରାତି କାଠ ଚିରା ଚାଲିଛି । ତେବେ କେବେ ବନବିଭାଗର ଏଠି ନଜର ପଡିବ ତାହା ଦେଖିବାକୁ ବାକି ରହିଲା ।