ରାଜଧାନୀ ଉପକଣ୍ଠରେ ପ୍ରତିଷ୍ଠାହେବ ୨ ଅବକାରୀ ଥାନା, ସାବାଡ଼ ହେବେ ନିଶା ମାଫିଆ

ଭୁବନେଶ୍ବର : ରାଜଧାନୀରେ ଲୋକ ସଂଖ୍ୟା ବଢ଼଼ିବା ସହ ଚୋରା ମଦ କାରବାର ମଧ୍ୟ ବଢ଼ୁଛି। ବିଶେଷକରି ବସ୍ତି ଏବଂ ରାଜଧାନୀ ଉପକଣ୍ଠରେ ଚୋରା ମଦ କାରବାର ବଢ଼ୁଛି। ଭୁବନେଶ୍ୱରରେ ଗୋଟିଏ ଅବକାରୀ ଥାନା ଥିବାରୁ ଏହାକୁ ସମ୍ଭାଳିବା କଷ୍ଟକର ହୋଇପଡୁଛି। ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ରାଜଧାନୀ ଉପକଣ୍ଠରେ ଦୁଇଟି ଥାନା ପ୍ରତିଷ୍ଠା କରାଯିବ। ବାଲିଅନ୍ତାରେ ଗୋଟିଏ ଅବକାରୀ ଥାନା ହେବାକୁ ଥିବା ବେଳେ ଚନ୍ଦକା ଅଞ୍ଚଳରେ ଅନ୍ୟ ଗୋଟିଏ ଥାନା ପ୍ରତିଷ୍ଠା ହେବ। ବାଲିଅନ୍ତାରେ ହେବାକୁ […]

ରାଜଧାନୀ ଉପକଣ୍ଠରେ ପ୍ରତିଷ୍ଠାହେବ ୨ ଅବକାରୀ ଥାନା, ସାବାଡ଼ ହେବେ ନିଶା ମାଫିଆ
2 excise police stations will be established in the suburbs of the capital

ଭୁବନେଶ୍ବର : ରାଜଧାନୀରେ ଲୋକ ସଂଖ୍ୟା ବଢ଼଼ିବା ସହ ଚୋରା ମଦ କାରବାର ମଧ୍ୟ ବଢ଼ୁଛି। ବିଶେଷକରି ବସ୍ତି ଏବଂ ରାଜଧାନୀ ଉପକଣ୍ଠରେ ଚୋରା ମଦ କାରବାର ବଢ଼ୁଛି। ଭୁବନେଶ୍ୱରରେ ଗୋଟିଏ ଅବକାରୀ ଥାନା ଥିବାରୁ ଏହାକୁ ସମ୍ଭାଳିବା କଷ୍ଟକର ହୋଇପଡୁଛି। ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ରାଜଧାନୀ ଉପକଣ୍ଠରେ ଦୁଇଟି ଥାନା ପ୍ରତିଷ୍ଠା କରାଯିବ। ବାଲିଅନ୍ତାରେ ଗୋଟିଏ ଅବକାରୀ ଥାନା ହେବାକୁ ଥିବା ବେଳେ ଚନ୍ଦକା ଅଞ୍ଚଳରେ ଅନ୍ୟ ଗୋଟିଏ ଥାନା ପ୍ରତିଷ୍ଠା ହେବ। ବାଲିଅନ୍ତାରେ ହେବାକୁ ଥିବା ଅବକାରୀ ଥାନା ଅଧୀନରେ ବାଲିପାଟଣା, ବାଲିଅନ୍ତା, ଫୁଲନଖରା ଏବଂ ପାହାଳ ଆଦି ଅଞ୍ଚଳ ରହିଥିଲେ। ଏଥିରେ ଜଣେ ଇନ୍ସପେକ୍ଟର, ୪ଜଣ ଏସ୍‌‌ଆଇ ଏବଂ ୧୦ ଜଣ କନଷ୍ଟବଳ ରହିବେ ବୋଲି ଜଣାପଡ଼ିଛି।

ସେହିପରି ଚନ୍ଦକାରେ ହେବାକୁ ଥିବା ଅବକାରୀ ଥାନା ଅଧିକାରୀ ଚନ୍ଦକା, ଅନ୍ଧାରୁଆ, ବାରଙ୍ଗ, ମଳିପଡ଼ା, ଭରତପୁର, ମେଣ୍ଢାଶାଳ, କୁକୁଡ଼ାମୁଣ୍ଡି ଆଦି ଗ୍ରାମ ରହିବ। ଭରତପୁର ବସ୍ତି ଏବଂ ଏହାର ଆଖପାଖ ଅଞ୍ଚଳରେ ହେଉଥିବା ମଦ କାରବାର ରୋକିବା ପାଇଁ ଏହି ଥାନା ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି। ଏଠାରେ ମଧ୍ୟ ଜଣେ ଇନ୍ସପେକ୍ଟର, ୪ଏସ୍‌‌ଆଇ ଏବଂ ୮ଜଣ କନ୍‌‌ଷ୍ଟେବଳ ରହିବେ। ଏହି ଥାନାକୁ ନିରୀକ୍ଷଣ ଏବଂ ତଦାରଖ କରିବା ପାଇଁ ଜଣେ ଉଚ୍ଚ ଅଧିକାରୀଙ୍କୁ ରଖାଯିବ।

ସେମାନେ ସବୁ ମଦ ଦୋକାନ, ବାର, ହୋଟେଲ ଏବଂ ଡ୍ୟାନ୍ସ କ୍ଲବ୍‌‌ ଉପରେ ନଜର ରଖିବେ। ଅନେକ ସମୟରେ ପିତାପଲ୍ଲୀ ଦେଇ ଅନେକ ଗଞ୍ଜେଇ ଗାଡ଼ି ପାସ୍‌‌ କରୁଛି। ଅବକାରୀ ଥାନା ହେବା ପରେ ଏହାକୁ ଧରିବାରେ ସଫଳ ହେବ। ରାଜଧାନୀରେ ଏବେ ୨୩୦ରୁ ଅଧିକ ମଦ ଦୋକାନ ରହିଛି। ସେମାନେ ରାତି ସାଢ଼େ ୧୦ଟା ପରେ ବନ୍ଦ କରିବାକୁ ନିୟମ ରହିଛି। କିନ୍ତୁ ସେମାନେ ଅବକାରୀ ନିୟମକୁ ଖିଲାପ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋକାନ ଖୋଲା ରଖୁଛନ୍ତି। ତେଣୁ ଏହା ଉପରେ ରୋକ୍‌‌ ଲଗାଇବା ପାଇଁ ମଧ୍ୟ ଏହି ଦୁଇଟି ଥାନା ସହାୟକ ହେବ।