ମହାବଳ ବାଘ ଏବେ ଷଣ୍ଢା ଡ୍ୟାମ୍‌ରେ, ପାଦ ଚିହ୍ନ ଦେଖି ଲୋକେ ଭୟଭୀତ

ବାଲୁଗାଁ: ବର୍ତ୍ତମାନ ପ୍ରାୟ ଏକ ମାସ ହେବ ବାଲୁଗାଁ ଓ ଟାଙ୍ଗୀ ବନାଞ୍ଚଳ ଅଧିନ ବାଣପୁର ବ୍ଲକର ବରବରା ଓ ଶୁଳିଆ ଜଙ୍ଗଲରେ ଏକ ମହାବଳ ବାଘ ଘୂରି ବୁଲୁଥିବା ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନିରୁ ବନ ବିଭାଗ ସ୍ପଷ୍ଟ କରିଛି। ଗତ ୨୧ତାରିଖରେ ବାଘଟି ସଲପଡ଼ିହ ଶୁଳିଆ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମର ଚାଷ ଜମିରେ ଏକ ଷଣ୍ଢକୁ ମାରି ଖାଇ ପକାଇ ଥିଲା। ବାଘକୁ କେହି ଦେଖି ନଥିଲେ ମଧ୍ୟ ମୃତ ଷଣ୍ଢ ନିକଟରେ […]

ମହାବଳ ବାଘ ଏବେ ଷଣ୍ଢା ଡ୍ୟାମ୍‌ରେ, ପାଦ ଚିହ୍ନ ଦେଖି ଲୋକେ ଭୟଭୀତ
Mahabal tiger is now in the dam people are scared after seeing the footprints
ବାଲୁଗାଁ: ବର୍ତ୍ତମାନ ପ୍ରାୟ ଏକ ମାସ ହେବ ବାଲୁଗାଁ ଓ ଟାଙ୍ଗୀ ବନାଞ୍ଚଳ ଅଧିନ ବାଣପୁର ବ୍ଲକର ବରବରା ଓ ଶୁଳିଆ ଜଙ୍ଗଲରେ ଏକ ମହାବଳ ବାଘ ଘୂରି ବୁଲୁଥିବା ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନିରୁ ବନ ବିଭାଗ ସ୍ପଷ୍ଟ କରିଛି। ଗତ ୨୧ତାରିଖରେ ବାଘଟି ସଲପଡ଼ିହ ଶୁଳିଆ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମର ଚାଷ ଜମିରେ ଏକ ଷଣ୍ଢକୁ ମାରି ଖାଇ ପକାଇ ଥିଲା। ବାଘକୁ କେହି ଦେଖି ନଥିଲେ ମଧ୍ୟ ମୃତ ଷଣ୍ଢ ନିକଟରେ ବାଘର ପାଦ ଚିହ୍ନିରୁ ବନବିଭାଗ ମହାବଳ ବାଘର ଉପସ୍ଥିତି ସ୍ପଷ୍ଟ କରିଥିଲା। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଥିବା ବେଳେ ବନବିଭାଗ ପକ୍ଷରୁ ଡ୍ରୋନ କ୍ୟାମେରା ସାହାଯ୍ୟରେ ବାଘର ଗତିବିଧି ନଜର ରଖି କଡ଼ା ପାଟ୍ରୋଲିଂ ଜାରି ରହିଛି।
ତେବେ ବର୍ତ୍ତମାନ ପୁଣି ଥରେ ଉକ୍ତ ବଘଟି ଶୂଳିଆ ଜଙ୍ଗଲରୁ ଆସି ଗମ୍ଭାରୀମୁଣ୍ଡା ନିକଟସ୍ଥ ଷଣ୍ଢା ଡ୍ୟାମ ଅଞ୍ଚଳରେ ବୁଲୁଥିବାର ପାଦ ଚିହ୍ନରୁ ଜଣାପଡିଛି। ବାଲୁଗାଁ ବନାଞ୍ଚଳ ଅଧିନ ପଦ୍ମପୁର ସେକ୍ସନ ଅନ୍ତର୍ଗତ ଷଣ୍ଢା ଡ୍ୟାମ ନିକଟସ୍ଥ ପ୍ରଦୀପ ସାମନ୍ତସିଂହାରଙ୍କ ଫାର୍ମ ହାଉସ ପୋଖରୀ ରାସ୍ତାରେ ବାଘର ପାଦଚିହ୍ନ ପଡ଼ିଥିବାର ଖବର ପାଇ ବନବିଭାଗ ଅଧିକାରୀ ମାନେ ପହଞ୍ଚି ବାଘର ଉପସ୍ଥିତି ସ୍ପଷ୍ଟ କରିଛନ୍ତି। ତେବେ ଜଙ୍ଗଲରେ ମହାବଳ ବାଘ ବୁଲୁ ଥିବାର ଖବର ପ୍ରଘଟ ହେବାରୁ ଆଖ ପାଖ ଅଞ୍ଚଳର ଲୋକେ ଏବେ ଆତଙ୍କିତ ହୋଇ ଜଙ୍ଗଲ ନିକଟ ଚାଷ ଜମିକୁ ଯିବାକୁ ଚାଷୀ ମନେ ଭୟ କରୁଛନ୍ତି।
ସ୍ଥାନୀୟ ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ସ୍ପଷ୍ଟ ହେବା ପରେ ବନ ବିଭାଗ ପକ୍ଷରୁ ଟ୍ରାକ କ୍ଯାମେରା ଓ ଡ୍ରୋନ୍ କ୍ୟାମେରା ଦ୍ଵାରା ବାଘର ଗତିବିଧ‌ିକୁ ଅନୁଧ୍ୟାନ କରାଯାଉଛି। ଜଙ୍ଗଳ ମଧ୍ୟରେ  ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଜୋରଦାର ପଟ୍ରୋଲିଂ ଜାରି ରଖିଥିଲେ ସୁଦ୍ଧା ଏଯାବତ୍ ବାଘକୁ ଠାବ କରି ପାରିବାରେ ବିଫଳ ହୋଇଛନ୍ତି। ବନ ବିଭାଗ ପକ୍ଷରୁ ଶୁଳିଆ ଓ ବରବରା ଜଙ୍ଗଲ ଅଞ୍ଚଳରେ ଡ୍ରୋନ୍ ଓ ଟ୍ରାକ କ୍ୟାମେରା ଦ୍ବାରା ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ଇତିମଧ୍ୟରେ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ବାଘକୁ ଠାବ କରିବାରେ ବନ ବିଭାଗ ଏକ ପ୍ରକାର ବିଫଳ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ବାଘକୁ ଶୀଘ୍ର ଧରି ନନ୍ଦନକାନନ ନେଇଯିବା ପାଇଁ ସ୍ଥାନୀୟ ବାସିନ୍ଦା ଦବି କରିଛନ୍ତି। ଅନ୍ଯପକ୍ଷରେ ବାଲୁଗାଁ ବନାଞ୍ଚଳର ଧୂଆଁନଳୀ ସେକ୍ସନ, ପଦ୍ମପୁର ସେକ୍ସନ ଓ ବାଲୁଗାଁ ଅଞ୍ଚଳରେ ବନ କର୍ମଚାରୀଙ୍କ ୩ଟି ଟିମ ପଟ୍ରୋଲିଂ କରୁଛନ୍ତି। ଲୋକେ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ। ବାଘ ରଣପୁର ରାଇପଡା କିମ୍ବା ପଦ୍ମପୁର ଜଙ୍ଗଲକୁ ଯାଇ ପାରେ ବୋଲି ବାଘର ଗତିବିଧ‌ିକୁ ଅନୁଧ୍ୟାନ କରି ସୂଚନା ଦେଇଛନ୍ତି ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ କୁମାର ମହାନ୍ତି।