ମହାଦେବ ବେଟିଂ ଆପ୍ ମାମଲା: ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ FIR ରୁଜୁ
ରାୟପୁର ୧୭।୩: ଲୋକସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସମସ୍ୟାରେ ଘେରିଯାଇଛନ୍ତି। ମହାଦେବ ବେଟିଂ ଆପ ମାମଲାରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ବାଘେଲଙ୍କ ବିରୋଧରେ ପୋଲିସ ଠକେଇ, ଅପରାଧିକ ଷଡ଼ଯନ୍ତ୍ର, ବିଶ୍ୱାସଘାତ ଓ ଜାଲିଆତି ଆଦି ବିଭିନ୍ନ ଧାରା ସମେତ ଦୁର୍ନୀତି ନିବାରଣ ଆଇନର ଧାରା ୭ ଓ ୧୧ରେ ଏତଲା ରୁଜୁ କରିଛି। ଏତଲାରେ ବଘେଲଙ୍କ ବ୍ୟତୀତ ବେଟିଂ ଆପ ପ୍ରମୋଟର ସୌରଭ ଚନ୍ଦ୍ରକାର ଓ ରବି ଉପ୍ପଲଙ୍କ ସମେତ ଅନ୍ୟ ୧୬ ଜଣଙ୍କ ନାମ ରହିଛି। ତେବେ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ବଘେଲ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି ଯେ ଆଶ୍ଚର୍ଯ୍ୟର କଥା ହେଉଛି ଦୀର୍ଘ ମାସ ଧରି ମାମଲାର ଯାଞ୍ଚ କରୁଥିବା ଇଡିକୁ ଏ କଥା ଏପର୍ଯ୍ୟନ୍ତ ଜଣା ନଥିଲା ଓ ଦୁଇ ଦିନ ପୂର୍ବ ପର୍ଯ୍ୟନ୍ତ ଇଡି ତାଙ୍କୁ ମ୍ୟାନେଜର ବୋଲି କହୁଥିଲା। ଛତିଶଗଡ଼ ଜନତା ସବୁ ଜାଣି ଓ ବୁଝି ପାରୁଛନ୍ତି। ସେମାନେ ବିଜେପି ଓ ଏହାର ସହଯୋଗୀ ଇଡିକୁ ନିର୍ବାଚନରେ ଉପଯୁକ୍ତ ଜବାବ ଦେବେ। ମହାଦେବ ବେଟିଂ ଆପ କ’ଣ? ମହାଦେବ ବେଟିଂ ଆପ ଏକ ଅନଲାଇନ ସଟ୍ଟା ଆପ୍। ଏଥିରେ ୟୁଜର ପୋକର, କାର୍ଡ ଗେମ୍ସ ଓ ଚାନ୍ସ ଗେମ ନାମରେ ଲାଇଭ ଗେମ ଖେଳୁଥିଲେ। ଆପ୍ ମାଧ୍ୟମରେ କ୍ରିକେଟ, ବ୍ୟାଡମିଣ୍ଟନ, ଟେନିସ ଓ ଫୁଟବଲ ଭଳି ଖେଳ ଓ ନିର୍ବାଚନରେ ଅବୈଧ ସଟ୍ଟାବାଜୀ ମଧ୍ୟ କରାଯାଉଥିଲା। ଅବୈଧ ସଟ୍ଟା ନେଟୱାର୍କ ମ
ରାୟପୁର ୧୭।୩: ଲୋକସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସମସ୍ୟାରେ ଘେରିଯାଇଛନ୍ତି। ମହାଦେବ ବେଟିଂ ଆପ ମାମଲାରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ବାଘେଲଙ୍କ ବିରୋଧରେ ପୋଲିସ ଠକେଇ, ଅପରାଧିକ ଷଡ଼ଯନ୍ତ୍ର, ବିଶ୍ୱାସଘାତ ଓ ଜାଲିଆତି ଆଦି ବିଭିନ୍ନ ଧାରା ସମେତ ଦୁର୍ନୀତି ନିବାରଣ ଆଇନର ଧାରା ୭ ଓ ୧୧ରେ ଏତଲା ରୁଜୁ କରିଛି। ଏତଲାରେ ବଘେଲଙ୍କ ବ୍ୟତୀତ ବେଟିଂ ଆପ ପ୍ରମୋଟର ସୌରଭ ଚନ୍ଦ୍ରକାର ଓ ରବି ଉପ୍ପଲଙ୍କ ସମେତ ଅନ୍ୟ ୧୬ ଜଣଙ୍କ ନାମ ରହିଛି।
ତେବେ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ବଘେଲ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି ଯେ ଆଶ୍ଚର୍ଯ୍ୟର କଥା ହେଉଛି ଦୀର୍ଘ ମାସ ଧରି ମାମଲାର ଯାଞ୍ଚ କରୁଥିବା ଇଡିକୁ ଏ କଥା ଏପର୍ଯ୍ୟନ୍ତ ଜଣା ନଥିଲା ଓ ଦୁଇ ଦିନ ପୂର୍ବ ପର୍ଯ୍ୟନ୍ତ ଇଡି ତାଙ୍କୁ ମ୍ୟାନେଜର ବୋଲି କହୁଥିଲା। ଛତିଶଗଡ଼ ଜନତା ସବୁ ଜାଣି ଓ ବୁଝି ପାରୁଛନ୍ତି। ସେମାନେ ବିଜେପି ଓ ଏହାର ସହଯୋଗୀ ଇଡିକୁ ନିର୍ବାଚନରେ ଉପଯୁକ୍ତ ଜବାବ ଦେବେ।
ମହାଦେବ ବେଟିଂ ଆପ କ’ଣ?
ମହାଦେବ ବେଟିଂ ଆପ ଏକ ଅନଲାଇନ ସଟ୍ଟା ଆପ୍। ଏଥିରେ ୟୁଜର ପୋକର, କାର୍ଡ ଗେମ୍ସ ଓ ଚାନ୍ସ ଗେମ ନାମରେ ଲାଇଭ ଗେମ ଖେଳୁଥିଲେ। ଆପ୍ ମାଧ୍ୟମରେ କ୍ରିକେଟ, ବ୍ୟାଡମିଣ୍ଟନ, ଟେନିସ ଓ ଫୁଟବଲ ଭଳି ଖେଳ ଓ ନିର୍ବାଚନରେ ଅବୈଧ ସଟ୍ଟାବାଜୀ ମଧ୍ୟ କରାଯାଉଥିଲା। ଅବୈଧ ସଟ୍ଟା ନେଟୱାର୍କ ମାଧ୍ୟମରେ ଏହି ଆପର ଜାଲ ବ୍ୟାପିବା ସହ ସବୁଠୁ ଅଧିକ ଆକାଉଣ୍ଟ ଛତିଶଗଡରେ ଖୋଲିଥିଲା। ଏହି ଆପରେ ଠକେଇ ନିମନ୍ତେ ଏକ ଯୋଜନା ଥିଲା। ଏହି ବେଟିଂ ଆପ ଅନେକ ବ୍ରାଞ୍ଚରୁ ପରିଚାଳିତ ହେଉଥିଲା। ଏହାର ପ୍ରତ୍ୟେକ ବ୍ରାଞ୍ଚକୁ ସୌରଭ ଚନ୍ଦ୍ରକାର ଓ ରବି ଉପ୍ପଲ ଫ୍ରାଞ୍ଚାଇଜି ରୂପେ ବିକ୍ରି କରୁଥିଲେ। ୟୁଜରଙ୍କୁ ଆରମ୍ଭରେ ଲାଭ ଓ ପରେ କ୍ଷତିର ସମ୍ମୁଖୀନ ହେବାକୁ ପଡୁଥିଲା। ଲାଭର ୮୦ ପ୍ରତିଶତ ସୌରଭ ଓ ରବି ନେଇ ଯାଉଥିଲେ।