ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଗଲେ କେଦାର, ଦୀର୍ଘ ୧୮ବର୍ଷ ପରେ ଫେରିଲେ ଫେରିଲେ ଗାଁକୁ
ଖଲ୍ଲିକୋଟ ୧୯।୩: ଦାଦନ ଖଟିବାକୁ ଯାଇ ଗାଁକୁ ଫେରୁଥିଲେ, ହେଲେ ବାଟରେ ନିଖୋଜ ହୋଇଗଲେ । ୧୮ ବର୍ଷ ପରେ ଫେରିଲେ ଗାଁକୁ । ଏହା କୌଣସି ସିନେମାର କାହାଣୀ ନୁହେଁ । ଏ ହେଉଛି ଜଣେ ଦାଦନ ଶ୍ରମିକଙ୍କ ବାସ୍ତବ କଥା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ବାରସର ଗାଁରେ ।ଗାଁର ଅର୍ଜୁନ ସେଠୀଙ୍କ ପୁଅ କେଦାର ସେଠୀ ଆର୍ଥିକ ଅନାଟନ କାରଣରୁ ବିବାହର ୫ ବର୍ଷ ପରେ ନିଜ ପରିବାରକୁ ଛାଡ଼ି ରୋଜଗାର କରିବା ଉଦ୍ଦେଶ୍ୟରେ ଦାଦନ ଖଟିବାକୁ ଯାଇଥିଲେ । ମହାରାଷ୍ଟ୍ରର ପନଭେଲ ଠାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କିଛି ମାସ କାମ କରିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଗାଁକୁ ଚାଲିଯିବା ପାଇଁ କେଦାରଙ୍କୁ କହିଥିଲେ । କେଦାର ଟ୍ରେନ ଯୋଗେ ଗାଁକୁ ଫେରୁଥିବା ବେଳେ ଅଧା ରାସ୍ତାରେ କେଉଁଠାରେ ଓହ୍ଲାଇ ପଡିଥିଲେ । ସେହିଦିନ ଠାରୁ କେଦାର ନିଖୋଜ ହୋଇ ଯାଇଥିଲେ । ଦୀର୍ଘ ୧୮ ବର୍ଷ ପରେ ଏବେ କେଦାର ଘରକୁ ଫେରିଛନ୍ତି । ଭଲ କି କହି ପାରୁନଥିଲେ କି କିଛି ଜାଣି ପାରୁନଥିଲେ । ମାନସିକ ଶକ୍ତି ହରାଇ ଥିବାରୁ ଏଭଳି ସ୍ଥିତି ଉପୁଜିଥିଲା ବୋଲି ପରିବାରବର୍ଗ କହିଛନ୍ତି । କେଦାରଙ୍କୁ ପାଇ ପରିବାର ଲୋକ ବେଶ୍ ଖୁସି ଅଛନ୍ତି ।କେଦାରଙ୍କର ମାନସିକ ସ୍ଥିତି ଠିକ୍ ନଥିଲା । ସେଥିପାଇଁ ସେ ଗାଁକୁ ଆସି ନପାରି ବିଭିନ୍ନ ସ୍ଥାନରେ ବୁଲୁଥିଲେ । ପରିବାର ଲୋକେ ବହୁବାର କେଦାରଙ୍କ ସନ୍ଧାନ କରି ନିରାଶ ହୋଇଥିଲେ । ଏମିତି ବର୍ଷ
ଖଲ୍ଲିକୋଟ ୧୯।୩: ଦାଦନ ଖଟିବାକୁ ଯାଇ ଗାଁକୁ ଫେରୁଥିଲେ, ହେଲେ ବାଟରେ ନିଖୋଜ ହୋଇଗଲେ । ୧୮ ବର୍ଷ ପରେ ଫେରିଲେ ଗାଁକୁ । ଏହା କୌଣସି ସିନେମାର କାହାଣୀ ନୁହେଁ । ଏ ହେଉଛି ଜଣେ ଦାଦନ ଶ୍ରମିକଙ୍କ ବାସ୍ତବ କଥା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ବାରସର ଗାଁରେ ।
ଗାଁର ଅର୍ଜୁନ ସେଠୀଙ୍କ ପୁଅ କେଦାର ସେଠୀ ଆର୍ଥିକ ଅନାଟନ କାରଣରୁ ବିବାହର ୫ ବର୍ଷ ପରେ ନିଜ ପରିବାରକୁ ଛାଡ଼ି ରୋଜଗାର କରିବା ଉଦ୍ଦେଶ୍ୟରେ ଦାଦନ ଖଟିବାକୁ ଯାଇଥିଲେ । ମହାରାଷ୍ଟ୍ରର ପନଭେଲ ଠାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କିଛି ମାସ କାମ କରିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଗାଁକୁ ଚାଲିଯିବା ପାଇଁ କେଦାରଙ୍କୁ କହିଥିଲେ । କେଦାର ଟ୍ରେନ ଯୋଗେ ଗାଁକୁ ଫେରୁଥିବା ବେଳେ ଅଧା ରାସ୍ତାରେ କେଉଁଠାରେ ଓହ୍ଲାଇ ପଡିଥିଲେ । ସେହିଦିନ ଠାରୁ କେଦାର ନିଖୋଜ ହୋଇ ଯାଇଥିଲେ । ଦୀର୍ଘ ୧୮ ବର୍ଷ ପରେ ଏବେ କେଦାର ଘରକୁ ଫେରିଛନ୍ତି । ଭଲ କି କହି ପାରୁନଥିଲେ କି କିଛି ଜାଣି ପାରୁନଥିଲେ । ମାନସିକ ଶକ୍ତି ହରାଇ ଥିବାରୁ ଏଭଳି ସ୍ଥିତି ଉପୁଜିଥିଲା ବୋଲି ପରିବାରବର୍ଗ କହିଛନ୍ତି । କେଦାରଙ୍କୁ ପାଇ ପରିବାର ଲୋକ ବେଶ୍ ଖୁସି ଅଛନ୍ତି ।
କେଦାରଙ୍କର ମାନସିକ ସ୍ଥିତି ଠିକ୍ ନଥିଲା । ସେଥିପାଇଁ ସେ ଗାଁକୁ ଆସି ନପାରି ବିଭିନ୍ନ ସ୍ଥାନରେ ବୁଲୁଥିଲେ । ପରିବାର ଲୋକେ ବହୁବାର କେଦାରଙ୍କ ସନ୍ଧାନ କରି ନିରାଶ ହୋଇଥିଲେ । ଏମିତି ବର୍ଷ ପରେ ବର୍ଷ ବିତି ଚାଲିଲା । କେଦାରଙ୍କ ଖୋଜ ଖବର ମିଳି ନଥିଲାଲ । ଏହାରି ଭିତରେ କେଦାରଙ୍କ ଝିଅ ଓ ତାଙ୍କ ବାପା ଅର୍ଜୁନ ସେଠୀଙ୍କ ମୃତ୍ୟୁ ହୋଇଥିଲା । ସ୍ତ୍ରୀ କଳ୍ପନା ଦିନ ମଜୁରିଆ ଭାବେ କାମ କରି ପୁଅକୁ ବଡ କରିବା ସହ ପରିବାରର ବୋଝ ସମ୍ଭାଳିଥିଲେ । ପୁଅ ମଧ୍ୟ ଘରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସୁରଟରେ ଯାଇ କାମ କରୁଛି । ଦୀର୍ଘ ୧୮ବର୍ଷ ପରେ ଖବର ଆସିଲା କେଦାର ମଧ୍ୟପ୍ରଦେଶର ଅପନା ଘର ଆଶ୍ରମ ନାମକ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ରହୁଛନ୍ତି । ଏହି ଖବର ଶୁଣି ଖୁସିରେ ଭାବ ବିହ୍ବଳ ହୋଇଗଲେ ପରିବାର ଲୋକେ । ମଧ୍ୟପ୍ରଦେଶର ଜଣେ ଏସ୍ପି ଓଡ଼ିଶା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ନିଖୋଜ କେଦାରର ଠିକଣା । ଶେଷରେ କୋଦଳା ଥାନା ଅଧିକାରୀ ବାରସର ଗ୍ରାମର ପୂର୍ବତନ ସମିତି ସଭ୍ୟ ସୀମାଞ୍ଚଳ ସେଠୀଙ୍କୁ ନିଖୋଜ କେଦାର ବିଷୟରେ ଜଣାଇ ନିଶ୍ଚିତ ହେବା ପରେ ସୀମାଞ୍ଚଳ ବାହାରି ଥିଲେ ଅପନା ଘର ଆଶ୍ରମ ଅଭିମୁଖେ । ଆଉ ସେଠାରୁ କେଦାରକୁ ନେଇ ଆସିଥିଲେ ଜନ୍ମମାଟି ବାରସର ଗାଁକୁ । କେଦାରକୁ ପାଖରେ ଦେଖି ଖୁସିରେ ଭାବ ବିହ୍ବଳ ହୋଇଥିଲେ ସଂପର୍କୀୟ ଓ ଗାଁ ଲୋକେ । କେଦାର ଠିକ୍ସେ କହିପାରୁ ନଥିଲେ ମଧ୍ୟ କିଛି କିଛି ସ୍ମୃତି ବଖାଣିଛନ୍ତି ।
You Can Read: