ରାଜଧାନୀର ଡ୍ରେନରେ ଭାସି ଯାଇଥିବା ନାବାଳକର ମୃତ୍ୟୁ: ବେଲୁନ ଆଣିବାକୁ ଯାଇ ମୁକୁଳା ଡ୍ରେନ୍‌ରେ ଭାସି ଯାଇଥିଲା

ଭୁବନେଶ୍ବର : ଡ୍ରେନ୍‌ରେ ଭାସି ଯାଇଥିବା ନାବାଳକର ମୃତ୍ୟୁ। କ୍ୟାପିଟାଲ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର। ୟୁନିଟ୍-୩ ମସଜିଦ କଲୋନୀର ୮ ବର୍ଷିୟ ଏସ୍‌କେ ରାଜେଶ୍‌ ଭାସି ଯାଉଥିବା ଗୋଟିଏ ବେଲୁନ୍‌ ଆଣିବାକୁ ଯାଇ ମୁକୁଳା ଡ୍ରେନ୍‌ରେ ଭାସି ଯାଇଥିଲା। ଅନେକ ସମୟ ଖୋଜାଖୋଜି ପରେ ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟ ନାଳରୁ ଉଦ୍ଧାର କରାଯାଇଥିଲା। ନାବାଳକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ […]

ରାଜଧାନୀର ଡ୍ରେନରେ ଭାସି ଯାଇଥିବା ନାବାଳକର ମୃତ୍ୟୁ: ବେଲୁନ ଆଣିବାକୁ ଯାଇ ମୁକୁଳା ଡ୍ରେନ୍‌ରେ ଭାସି ଯାଇଥିଲା
Minor Boy Drowns In Drain In Bhubaneswar

ଭୁବନେଶ୍ବର : ଡ୍ରେନ୍‌ରେ ଭାସି ଯାଇଥିବା ନାବାଳକର ମୃତ୍ୟୁ। କ୍ୟାପିଟାଲ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର। ୟୁନିଟ୍-୩ ମସଜିଦ କଲୋନୀର ୮ ବର୍ଷିୟ ଏସ୍‌କେ ରାଜେଶ୍‌ ଭାସି ଯାଉଥିବା ଗୋଟିଏ ବେଲୁନ୍‌ ଆଣିବାକୁ ଯାଇ ମୁକୁଳା ଡ୍ରେନ୍‌ରେ ଭାସି ଯାଇଥିଲା। ଅନେକ ସମୟ ଖୋଜାଖୋଜି ପରେ ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟ ନାଳରୁ ଉଦ୍ଧାର କରାଯାଇଥିଲା। ନାବାଳକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା। ସେହି ସମୟରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍‌ କଲୋନୀର ଏସ୍‌କେ ରାଜେଶ୍‌ ଓ ତାଙ୍କ ସାଥୀମାନେ ଡ୍ରେନ୍‌ ପାଖରେ ଖେଳୁଥିଲେ। ପ୍ରାୟ ସାଢ଼େ ୨ଟାରେ ମୁକୁଳା ଡ୍ରେନ୍‌ରେ ବେଲୁନ୍‌ ଭାସି ଭାସି ଯାଉଥିଲା। ସେହି ବେଲ୍‌ନକୁ ଆଣିବା ପାଇଁ ଏସ୍‌କେ ରାଜେଶ୍‌ ଓ ତାଙ୍କର କିଛି ସାଥୀମାନେ ଡ୍ରେନ୍‌ ଭିତରକୁ ଯାଇଥିଲା। ବେଲୁନ୍‌ ଆଣୁଥିବା ବେଳେ ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣିରେ ଭାସି ଯାଇଥିଲେ ଏସ୍‌କେ ରାଜେଶ୍‌। ତାଙ୍କ ସାଥୀମାନେ ବର୍ତ୍ତି ଯାଇଥିଲେ। ସେମାନେ ଚିତ୍କାର କରିବାରୁ ସାହି ଲୋକେ ଉଦ୍ଧାର ପାଇଁ ଡ୍ରେନ୍‌ ଭିତରେ ପଶିଥିଲେ ହେଲେ ପିଲାଟିକୁ ପାଇନଥିଲେ।

ଏହାପରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର ପାଇଁ ଘଟଣାସ୍ଥଳକୁ ଯାଇଥିଲେ। ପ୍ରାୟ ଘଣ୍ଟାଏ ପରେ ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟ ନାଳରୁ ଚେତାଶୂନ୍ୟ ଅବସ୍ଥାରେ ରାଜେଶଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।  ଖବର ପାଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପହଞ୍ଚିଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ ଓ କାଉନ୍‌ସିଲର।