ଗଭୀର ଅବପାତର ରୂପ ନେଲା ଅବପାତ : ବଢିଲା ବେଗ, କାଲି ସୁଦ୍ଧା ନେବ ବାତ୍ୟାର ରୂପ

ଭୁବନେଶ୍ବର : ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ। ପୂର୍ବରୁ ୪ କିମି ବେଗରେ ଗତି କରୁଥିବା ଅବପାତ ଏବେ  ୭ କିମି ବେଗରେ ଆଗକୁ ବଢୁଛି।  ଗଭୀର ଅବପାତ ପାରାଦୀପଠୁ ୬୯୦ ଓ ସାଗର ଦ୍ବୀପଠୁ ୭୪୦ କିମି ଦୂରରେ ଅଛି। ଆସନ୍ତାକାଲି ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡକୁ ଅଗ୍ରସର ହେବ। ଆଇଏମଡିର ଟ୍ରାକ୍ ଅନୁସାରେ ବାତ୍ୟା ପାରାଦୀପରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ। ୨୪ ତାରିଖ ରାତି […]

ଗଭୀର ଅବପାତର ରୂପ ନେଲା ଅବପାତ : ବଢିଲା ବେଗ, କାଲି ସୁଦ୍ଧା ନେବ ବାତ୍ୟାର ରୂପ
Depression intensifies into deep depression

ଭୁବନେଶ୍ବର : ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ। ପୂର୍ବରୁ ୪ କିମି ବେଗରେ ଗତି କରୁଥିବା ଅବପାତ ଏବେ  ୭ କିମି ବେଗରେ ଆଗକୁ ବଢୁଛି।  ଗଭୀର ଅବପାତ ପାରାଦୀପଠୁ ୬୯୦ ଓ ସାଗର ଦ୍ବୀପଠୁ ୭୪୦ କିମି ଦୂରରେ ଅଛି। ଆସନ୍ତାକାଲି ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡକୁ ଅଗ୍ରସର ହେବ। ଆଇଏମଡିର ଟ୍ରାକ୍ ଅନୁସାରେ ବାତ୍ୟା ପାରାଦୀପରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଅତି ଭୀଷଣ ରୂପ ନେଇ ବାତ୍ୟା ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ। କିନ୍ତୁ ଅତିବେଶିରେ ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ।

ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ୬୨୪୪ଟି ରିଲିଫ୍ ସେଣ୍ଟର ପ୍ରସ୍ତୁତ କରିବା ସହ ଆସନ୍ତା କାଲିଠାରୁ ଲୋକଙ୍କୁ ସ୍ଥାନାନ୍ତର କରିବେ ବୋଲି ଜଣାପଡିଛି। ୧୦ ଲକ୍ଷ ୨୦୦୦ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଉଛି। ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଉପରେ SRC ଗୁରୁତ୍ବ ଦେଇଛନ୍ତି। ପ୍ରଭାବିତ ହେବାକୁ ଥିବା ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଆଶ୍ରୟସ୍ଥଳୀରେ ପାନୀୟ ଜଳ ଯୋଗାଣ ନିର୍ଦ୍ଦେଶ  ସହ ରିଲିଫ୍ ସେଣ୍ଟର ପାଇଁ ୩ ସ୍ଥାନୀୟ ଅଧିକାରୀଙ୍କୁ ନେଇ ଟିମ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବାରୁ ରାଜ୍ୟ ସରକାର ଜିରୋ କାଜିଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି। ଆଜି ରାତିରେ ଭଟିଣ୍ଡାରୁ ହେଲିକପ୍ଟର ଯୋଗେ ୫ଟି ଏନଡିଆରଏଫ ଟିମ୍ ଓଡ଼ିଶା ଆସୁଛନ୍ତି। ଏବେସୁଦ୍ଧା ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୪ଟି ଜିଲ୍ଲାରେ ୫୧ଟି ଓଡ୍ରାଫ ଟିମ୍‌, ୧୭୮ଟି ଅଗ୍ନିଶମ ବାହିନୀ ଟିମ, ୨୦ଟି ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅନୁଗୁଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ ଓ ମୟୂରଭଞ୍ଜ ଭଳି ୧୪ଟି ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯିବା ସହ ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।