ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ପରିଚୟ ପ୍ରକାଶ କରି କଲେଜ ଛାତ୍ରୀ ଗିରଫ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ କରିବା ସହ କୋଲକାତା ଡାକ୍ତରଖାନାରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ପରିଚୟ ପ୍ରକାଶ କରିଥିବା ଅଭିଯୋଗରେ ଜଣେ କଲେଜ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଗିରଫ ଛାତ୍ରୀ ଜଣକ ହେଲେ ୨୩ ବର୍ଷୀୟ କୀର୍ତ୍ତି ଶର୍ମା। କୋଲକାତା ପୁଲିସ କିର୍ତ୍ତୀଙ୍କୁ ତାଙ୍କ ଘରୁ ଗିରଫ କରିଛି। ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ […]

ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ପରିଚୟ ପ୍ରକାଶ କରି କଲେଜ ଛାତ୍ରୀ ଗିରଫ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ କରିବା ସହ କୋଲକାତା ଡାକ୍ତରଖାନାରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ପରିଚୟ ପ୍ରକାଶ କରିଥିବା ଅଭିଯୋଗରେ ଜଣେ କଲେଜ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଗିରଫ ଛାତ୍ରୀ ଜଣକ ହେଲେ ୨୩ ବର୍ଷୀୟ କୀର୍ତ୍ତି ଶର୍ମା। କୋଲକାତା ପୁଲିସ କିର୍ତ୍ତୀଙ୍କୁ ତାଙ୍କ ଘରୁ ଗିରଫ କରିଛି। ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ ବର୍ଷ ବୟସ୍କା ମହିଳା ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ସହ ଜଡ଼ିତ ସେ ତିନୋଟି ଇନଷ୍ଟାଗ୍ରାମ ଷ୍ଟୋରି ସେୟାର କରିଥିଲେ। ପୁଲିସ ସୂଚନାନୁସାରେ, ତାଙ୍କ ପୋଷ୍ଟରେ ଦୁଷ୍କର୍ମ ପୀଡିତାଙ୍କ ଚିତ୍ର ଏବଂ ପରିଚୟ ପ୍ରକାଶ ପାଇଛି; ଯାହା ଏକ ଦଣ୍ଡନୀୟ ଅପରାଧ। ଏଥିସହ ଶର୍ମା ଦୁଇଟି ଆପତ୍ତିଜନକ ମନ୍ତବ୍ୟ ବି ଦେଇଛନ୍ତି। ଏହି ପୋଷ୍ଟଗୁଡିକ ଉତ୍ତେଜକ, ସାମାଜିକ ଅଶାନ୍ତି ସୃଷ୍ଟି କରିବା ଏବଂ ସମ୍ପ୍ରଦାୟ ମଧ୍ୟରେ ଘୃଣାଭାବ ସୃଷ୍ଟି କରିବା ପରି ପୋଷ୍ଟ୍‌ ଥିଲା। ପୂର୍ବରୁ ଗୁଜବ ପ୍ରଚାର କରିବା ଏବଂ ମହିଳା ଡାକ୍ତରଙ୍କ ପରିଚୟ ପ୍ରକାଶ କରିବା ଅଭିଯୋଗରେ କୋଲକାତା ପୁଲିସ ପୂର୍ବତନ ବିଜେପି ସାଂସଦ ଲକେଟ ଚାଟାର୍ଜୀ ଏବଂ ଦୁଇ ବରିଷ୍ଠ ଡାକ୍ତରଙ୍କୁ ଡକାଇଥିଲେ। ଏହି ତିନିଜଣଙ୍କ ବ୍ୟତୀତ ପୋଲିସ ଅନ୍ୟ ୫୭ ଜଣଙ୍କୁ ଡକାଇ ଏହି ଘଟଣାରେ ଭୁଲ ତଥ୍ୟ ବିସ୍ତାର କରିଥିବାରୁ ସେମାନଙ୍କୁ ଅଟକ ରଖାଯାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।