ତାଇୱାନ୍ ଓପନରେ ଜାଭଲିନ୍ ସ୍ବର୍ଣ୍ଣ ଜିତିଲେ ଡିପି ମନୁ
ନୂଆଦିଲ୍ଲୀ: ଭାରତର ଜାଭଲିନ୍ ଫିଙ୍ଗାଳି ଡିପି ମନୁ ତାଇୱାନ୍ ଓପନ୍ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ସେ ୮୧.୫୮ ମିଟର ଜାଭଲିନ୍ ଫିଙ୍ଗିଥିଲେ। ଫେଡେରେସନ୍ କପ୍ରେ ରୌପ୍ୟ ଜିତିଥିବା ମନୁ ୭୮.୩୨ ମିଟର୍ରୁ ଆରମ୍ଭ କରିଥିଲେ। ଏହି ଗୋଟିଏ ଥ୍ରୋ ତାଙ୍କୁ ଶୀର୍ଷରେ ରଖିଥିଲା। କିନ୍ତୁ ପର୍ଯ୍ୟାୟକ୍ରମେ ସେ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ସହିତ ତୃତୀୟ, ପଞ୍ଚମ ଓ ଷଷ୍ଠ ଥ୍ରୋରେ ଆଗରେ ରହି ସ୍ବର୍ଣ୍ଣ ପଦକ ଜିତିଥିଲେ। ବିଶ୍ବ ଦୌଡ଼କୁଦ ମାନଚିତ୍ରରେ ତାଇୱାନ୍ […]

ନୂଆଦିଲ୍ଲୀ: ଭାରତର ଜାଭଲିନ୍ ଫିଙ୍ଗାଳି ଡିପି ମନୁ ତାଇୱାନ୍ ଓପନ୍ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ସେ ୮୧.୫୮ ମିଟର ଜାଭଲିନ୍ ଫିଙ୍ଗିଥିଲେ। ଫେଡେରେସନ୍ କପ୍ରେ ରୌପ୍ୟ ଜିତିଥିବା ମନୁ ୭୮.୩୨ ମିଟର୍ରୁ ଆରମ୍ଭ କରିଥିଲେ। ଏହି ଗୋଟିଏ ଥ୍ରୋ ତାଙ୍କୁ ଶୀର୍ଷରେ ରଖିଥିଲା। କିନ୍ତୁ ପର୍ଯ୍ୟାୟକ୍ରମେ ସେ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ସହିତ ତୃତୀୟ, ପଞ୍ଚମ ଓ ଷଷ୍ଠ ଥ୍ରୋରେ ଆଗରେ ରହି ସ୍ବର୍ଣ୍ଣ ପଦକ ଜିତିଥିଲେ। ବିଶ୍ବ ଦୌଡ଼କୁଦ ମାନଚିତ୍ରରେ ତାଇୱାନ୍ ଓପନ୍କୁ କାଂସ୍ୟ ସ୍ତରୀୟ ମାନ୍ୟତା ଦିଆଯାଇଛି। ମନୁ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରପାରି ନାହାନ୍ତି। ଅଲିମ୍ପିକ୍ସ ପାଇଁ ୮୫.୫୦ମିଟର ମାନଦଣ୍ଡ ଥିଲେ ମଧ୍ୟ ମନୁ ବିଫଳ ହୋଇଛନ୍ତି। କେବଳ ନୀରଜ ଚୋପ୍ରା ଓ ଓଡ଼ିଆ ପୁଅ କିଶୋର କୁମାର ଜେନା ଅଲିମ୍ପିକ୍ସରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ମନୋନୀତ ହୋଇଛନ୍ତି। ନିକଟରେ ଭୁବନେଶ୍ବରରେ ଶେଷ ହୋଇଥିବା ଫେଡେରେସନ୍ କପ୍ରେ ନୀରଜଙ୍କଠୁ ପଛରେ ରହି ସେ ରୌପ୍ୟ ପଦକ ଜିତିଥିଲେ।