ନିଷିଦ୍ଧ ପିଏଫଆଇର ୩ ସଦସ୍ୟଙ୍କୁ ଗିରଫ କଲା ଇଡି
ନୂଆଦିଲ୍ଲୀ : ନିଷିଦ୍ଧ ପିଏଫଆଇ (ପପୁଲାର ଫ୍ରଣ୍ଟ୍ ଅଫ ଇଣ୍ଡିଆ)ର ୩ ସଦସ୍ୟଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଅବଦୁଲ ଖଦେର ପୁଟ୍ଟୁର, ଅନଶଦ ବଦରୁଦିନ ଏବଂ ଫିରୋଜ କେଙ୍କୁ ଇଡି ମନି ଲଣ୍ଡରିଂ ଅଭିଯୋଗରେ ଗିରଫ କରିଛି। ଏମାନେ ପିଏଫଆଇ ପାଇଁ ଫିଜିକାଲ ଟ୍ରେନର ଭାବେ କାମ କରୁଥିଲେ। ପିଏମଏଲଏ (ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ) ଅଧୀନରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। […]

ନୂଆଦିଲ୍ଲୀ : ନିଷିଦ୍ଧ ପିଏଫଆଇ (ପପୁଲାର ଫ୍ରଣ୍ଟ୍ ଅଫ ଇଣ୍ଡିଆ)ର ୩ ସଦସ୍ୟଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଅବଦୁଲ ଖଦେର ପୁଟ୍ଟୁର, ଅନଶଦ ବଦରୁଦିନ ଏବଂ ଫିରୋଜ କେଙ୍କୁ ଇଡି ମନି ଲଣ୍ଡରିଂ ଅଭିଯୋଗରେ ଗିରଫ କରିଛି। ଏମାନେ ପିଏଫଆଇ ପାଇଁ ଫିଜିକାଲ ଟ୍ରେନର ଭାବେ କାମ କରୁଥିଲେ। ପିଏମଏଲଏ (ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ) ଅଧୀନରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଇଡି ଅଭିଯୋଗ ଅନୁଯାୟୀ ଗିରଫ ହୋଇଥିବା ୩ ଅଭିଯୁକ୍ତ ପିଏଫଆଇ କାଡରକୁ ଅସ୍ତ୍ର ତାଲିମ ଦେଊଥିଲେ ଏବଂ ପିଏଫଆଇ ପାଇଁ ପାଣ୍ଠି ଯୋଗାଡ଼ କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୨୨ ସେପ୍ଟେମ୍ବରରେ ପିଏଫଆଇକୁ ୟୁଏପିଏର ବ୍ୟବସ୍ଥା ଅନୁଯାୟୀ ନିଷିଦ୍ଧ କରାଗଲା। ୨୦୦୬ରେ ପିଏଫଆଇ ଗଠନ ହୋଇଥିଲା। ଦିଲ୍ଲୀରେ ଏହାର ମୁଖ୍ୟାଳୟ ରହିଛି।