ଶୀତଋତୁରେ ଶୀତ ଉଭାନ, କାଲିଠୁ ପ୍ରବଳ ଖରା ଆରମ୍ଭ

ଭୁବନେଶ୍ୱର:ଶୀତଋତୁରେ ଶୀତ ଉଭାନ। ରାଜ୍ୟରେ ନାହିଁ ସେମିତି ଥଣ୍ଡା। ସରିଗଲା ଶୀତ। ମାଘ ମାସ ଆହୁରି ୧୫ଦିନ ପରେ ‌ସରିବ। କିନ୍ତୁ ମାଘମାସରେ ଶୀତ କି ଜାଡ଼ ନାହିଁ। ଆସନ୍ତାକାଲି ଠାରୁ ଖରା ହେବ। ଏହାସହ ସବୁଠି ପାରଦ ବଢ଼ିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏବେ ସବୁଆଡ଼େ ଗରମର ଅନୁଭୂତି ହେବ। ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଗାମୀ ୪ ରୁ ୫ […]

ଶୀତଋତୁରେ ଶୀତ ଉଭାନ, କାଲିଠୁ ପ୍ରବଳ ଖରା ଆରମ୍ଭ

ଭୁବନେଶ୍ୱର:ଶୀତଋତୁରେ ଶୀତ ଉଭାନ। ରାଜ୍ୟରେ ନାହିଁ ସେମିତି ଥଣ୍ଡା। ସରିଗଲା ଶୀତ। ମାଘ ମାସ ଆହୁରି ୧୫ଦିନ ପରେ ‌ସରିବ। କିନ୍ତୁ ମାଘମାସରେ ଶୀତ କି ଜାଡ଼ ନାହିଁ। ଆସନ୍ତାକାଲି ଠାରୁ ଖରା ହେବ। ଏହାସହ ସବୁଠି ପାରଦ ବଢ଼ିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏବେ ସବୁଆଡ଼େ ଗରମର ଅନୁଭୂତି ହେବ। ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ। ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି। କୋରାପୁଟ, କନ୍ଧମାଳ, ମୟୂରଭଂଜ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ରାଜ୍ୟରେ ବର୍ତ୍ତମାନ ଶୀତ ଉଭାନ ହୋଇଯାଇଛି। ଆସନ୍ତାକାଲି ଠାରୁ ଆଉ ଶୀତ ଅନୁଭୂତ ହେବ ନାହିଁ।