ବାଇକ୍‌ ଷ୍ଟାର୍ଟ କରିବାବେଳେ ହେଉଛି କି ଖଡ୍‌ଖଡ୍‌ ଶଦ୍ଦ, ଚୁଟ୍‌କିରେ କରନ୍ତୁ ସମାଧାନ

ବାଇକ୍‌ କିମ୍ବା ସ୍କୁଟି ଚଳାଉଥିବା ସମୟରେ ଲୋକମାନେ ଗାଡିରୁ ଆସୁଥିବା ଖଟ୍‌ଖଟ୍‌ ଶବ୍ଦ ଦ୍ୱାରା ଚିଡି ଯାଆନ୍ତି। ଅନେକେ ଅଭିଯୋଗ କରନ୍ତି ଯେ, ସେମାନେ ବାଇକ ଚଳାଇବା ଆରମ୍ଭ କରିବା ମାତ୍ରେ ଏକ ଖଡ୍‌ଖଡ୍‌ ଶବ୍ଦ ଶୁଣିବାକୁ ମିଳିଥାଏ। ଆଉ ବାଇକ୍‌ ଚଳାଇବା ବନ୍ଦ କରିଦେଲେ ଶଦ୍ଦ ଆସିବା ବନ୍ଦ ହୋଇଯାଏ। ସମାନ୍ତରାଳ ରାସ୍ତା ବ୍ୟତୀତ ଯଦି ବାଇକ୍‌ ଖାଲଖମା ରାସ୍ତାରେ ଚାଲିଲା ତା’ହେଲେ ତ କଥା ସରିଲା। ଗ୍ୟାରେଜ୍‌ ନେଇ ସଜାଡିଲେ ମଧ୍ୟ କିଛିଦିନ ପରେ […] The post ବାଇକ୍‌ ଷ୍ଟାର୍ଟ କରିବାବେଳେ ହେଉଛି କି ଖଡ୍‌ଖଡ୍‌ ଶଦ୍ଦ, ଚୁଟ୍‌କିରେ କରନ୍ତୁ ସମାଧାନ appeared first on Dharitri Odia News.

ବାଇକ୍‌ ଷ୍ଟାର୍ଟ କରିବାବେଳେ ହେଉଛି କି ଖଡ୍‌ଖଡ୍‌ ଶଦ୍ଦ, ଚୁଟ୍‌କିରେ କରନ୍ତୁ ସମାଧାନ

ବାଇକ୍‌ କିମ୍ବା ସ୍କୁଟି ଚଳାଉଥିବା ସମୟରେ ଲୋକମାନେ ଗାଡିରୁ ଆସୁଥିବା ଖଟ୍‌ଖଟ୍‌ ଶବ୍ଦ ଦ୍ୱାରା ଚିଡି ଯାଆନ୍ତି। ଅନେକେ ଅଭିଯୋଗ କରନ୍ତି ଯେ, ସେମାନେ ବାଇକ ଚଳାଇବା ଆରମ୍ଭ କରିବା ମାତ୍ରେ ଏକ ଖଡ୍‌ଖଡ୍‌ ଶବ୍ଦ ଶୁଣିବାକୁ ମିଳିଥାଏ। ଆଉ ବାଇକ୍‌ ଚଳାଇବା ବନ୍ଦ କରିଦେଲେ ଶଦ୍ଦ ଆସିବା ବନ୍ଦ ହୋଇଯାଏ। ସମାନ୍ତରାଳ ରାସ୍ତା ବ୍ୟତୀତ ଯଦି ବାଇକ୍‌ ଖାଲଖମା ରାସ୍ତାରେ ଚାଲିଲା ତା’ହେଲେ ତ କଥା ସରିଲା। ଗ୍ୟାରେଜ୍‌ ନେଇ ସଜାଡିଲେ ମଧ୍ୟ କିଛିଦିନ ପରେ ବାଇକ୍‌ ତା’ର ପୂର୍ବବସ୍ଥା ଭଳି ଖଡ୍‌ଖଡ୍‌ ଶଦ୍ଦ କରେ। ବାଇକ୍‌ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ପ୍ରତିଦିନର ମୁଣ୍ଡବିନ୍ଧାର କାରଣ ସାଜେ। ତେବେ ଜାଣନ୍ତୁ ଏହାର କାରଣ ଓ ଏହି ସମସ୍ୟାକୁ ଚୁଟ୍‌କିରେ କରନ୍ତୁ ସମାଧାନ।

ବାଇକ୍‌ ଖଡ୍‌ଖଡ୍‌ ଶଦ୍ଦ କରିବା ଆରମ୍ଭ କଲେ ଏହା କୌଣସି ବଡ ଅସୁବିଧା ନୁହେଁ। ଯଦି ବାଇକ୍‌ର ଚେନ ଢିଲା ହୋଇଯାଇଥାଏ ତେବେ ଏହା ଖଡ୍‌ଖଡ୍‌ ଶବ୍ଦ ଆରମ୍ଭ କରିଥାଏ। ଢିଲା ହୋଇଯାଇଥିବା ଚେନ ବାଇକ୍‌ର ଚେନ କଭରରେ ଘଷି ହୋଇ ଏପରି ଶଦ୍ଦ କରିଥାଏ। ଯଦି ଚେନ୍‌ କଭର୍‌ରୁ ଏପରି ଶଦ୍ଦ ଆସୁଛି ତେବେ ଆପଣଙ୍କ ଚେନ୍‌ ଢିଲା ହୋଇଯାଇଛି। ଏହାକୁ ଟାଇଟ୍‌ କରନ୍ତୁ। ମନେରଖନ୍ତୁ, ଯଦି ଚେନ୍‌ ଢିଲା ଥାଇ ବାଇକ୍‌ ଚଳାଉଛନ୍ତି ତେବେ ଏହା ଚେନ୍‌ ସ୍ପ୍ରୋକେଟରୁ ବାହାରିଯାଏ। ଏହାଯୋଗୁ ଆପଣ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି।

ଯଦି ଆପଣଙ୍କର ବାଇକ୍‌ ୧୦-୧୫ହଜାର କିଲୋମିଟରରୁ ଯାତ୍ରା କରି ସାରିଛି ତେବେ ଆଗ ଓ ପଛର ଚେନ ସ୍ପ୍ରୋକେଟକୁ ବଦଳାଇ ଦିଅନ୍ତୁ। ବାଇକ୍‌ ବେଶୀବାଟ ଗଡିବାରୁ ସ୍ପ୍ରୋକେଟ ଘଷି ହୋଇ ଖଡ୍‌ଖଡ୍‌ ଶଦ୍ଦ କରିଥାଏ। ଏପରି ହେବାଦ୍ୱାରା, ବାଇକ ପିକଅପ ନେବାକୁ ବିଳମ୍ବ କରିବା ସହ ମାଇଲେଜ ମଧ୍ୟ ହ୍ରାସ ପାଇଥାଏ। ତେବେ ଏହାକୁ ମେକାନିକ ପାଖକୁ ଯାଇ ତୁରନ୍ତ ମରାମତି କରି ଦିଅନ୍ତୁ।

ଯଦି ବାଇକର ଦୁଇଚକା ସାମାନ୍ୟ ବଙ୍କା ହୋଇଯାଇଥାଏ, ତେବେ ଏହାର ଆଲାଇନମେଣ୍ଟ ନଷ୍ଟ ହୋଇଯାଏ। ଖରାପ ରାସ୍ତାରେ ବେଶୀ ଗଡୁଥିବା ବାଇକ ଚକାର ଆଲାଇନମେଣ୍ଟ ଶୀଘ୍ର ଖରାପ ହୋଇଥାଏ। ଚକାର ଆଲାଇନମେଣ୍ଟ ଖରାପ ହେବାକୁ ଆରମ୍ଭ କଲେ ବାଇକ ବେଶୀ ଜୋର୍‌ରେ ଶଦ୍ଦ କରିବା ଆରମ୍ଭ କରେ। ତେଣୁ ମେକାନିକ ପାଖରେ ଶୀଘ୍ର ଏହାକୁ ଯାଞ୍ଚ କରନ୍ତୁ।

ବାଇକ ଚଲାଇବା ସମୟରେ ଯଦି ହ୍ୟାଣ୍ଡେଲରୁ ଖଡ୍‌ଖଡ୍‌ ଶବ୍ଦ ଆସେ, ତେବେ ହ୍ୟାଣ୍ଡେଲର ନଟ୍‌ ଢିଲା ହୋଇଯାଇଛି। ନଟ୍‌ ଢିଲା ହୋଇଗଲେ ଖରାପ ରାସ୍ତାରେ ଗାଡି ଚଳାଇବାବେଳେ ଏହା ବେଶୀ ଶବ୍ଦ କରିବ। ତେଣୁ ମେକାନିକ୍‌ ପାଖରେ ଯାଇ ଶୀଘ୍ର ଏହାକୁ ମରାମତି କରନ୍ତୁ।

 

The post ବାଇକ୍‌ ଷ୍ଟାର୍ଟ କରିବାବେଳେ ହେଉଛି କି ଖଡ୍‌ଖଡ୍‌ ଶଦ୍ଦ, ଚୁଟ୍‌କିରେ କରନ୍ତୁ ସମାଧାନ appeared first on Dharitri Odia News.