ଜଙ୍ଗଲ ସଫାରିର ମଜା ନେଲେ ପ୍ରଧାନମନ୍ତ୍ରୀ ମୋଦି: ସିଂହ ସହ ଉଠାଇଲେ ଫଟୋ

ନୂଆଦିଲ୍ଲୀ,୩।୩: ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଜୁନାଗଡ଼ ଜିଲାର ର୍ଗି ବନ୍ୟପ୍ରାଣୀ ଅଭୟାରଣ୍ୟରେ ଜଙ୍ଗଲ ସଫାରିର ମଜା ନେଇଥିଲେ। ସୋମନାଥରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ସାସନର ବନ ଅତିଥି ଭବନ ‘ସିଂହ ସଦନ’ରେ ରାତି ବିତାଇଥିଲେ। ସେ ରବିବାର ସନ୍ଧ୍ୟାରେ ସୋମନାଥ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜା କରିଥିଲେ। ଏହା ୧୨ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ପ୍ରଥମ ଜ୍ୟୋର୍ତିଲିଙ୍ଗ। ‘ସିଂହ ସଦନ’ରୁ ପ୍ରଧାନମନ୍ତ୍ରୀ ଜଙ୍ଗଲ ସଫାରିରେ ଯାଇଥିଲେ; ତାଙ୍କ […] The post ଜଙ୍ଗଲ ସଫାରିର ମଜା ନେଲେ ପ୍ରଧାନମନ୍ତ୍ରୀ ମୋଦି: ସିଂହ ସହ ଉଠାଇଲେ ଫଟୋ appeared first on Dharitri Odia News.

ଜଙ୍ଗଲ ସଫାରିର ମଜା ନେଲେ ପ୍ରଧାନମନ୍ତ୍ରୀ ମୋଦି: ସିଂହ ସହ ଉଠାଇଲେ ଫଟୋ

ନୂଆଦିଲ୍ଲୀ,୩।୩: ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଜୁନାଗଡ଼ ଜିଲାର ର୍ଗି ବନ୍ୟପ୍ରାଣୀ ଅଭୟାରଣ୍ୟରେ ଜଙ୍ଗଲ ସଫାରିର ମଜା ନେଇଥିଲେ।
ସୋମନାଥରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ମୋଦି ସାସନର ବନ ଅତିଥି ଭବନ ‘ସିଂହ ସଦନ’ରେ ରାତି ବିତାଇଥିଲେ। ସେ ରବିବାର ସନ୍ଧ୍ୟାରେ ସୋମନାଥ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜା କରିଥିଲେ। ଏହା ୧୨ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ପ୍ରଥମ ଜ୍ୟୋର୍ତିଲିଙ୍ଗ।
‘ସିଂହ ସଦନ’ରୁ ପ୍ରଧାନମନ୍ତ୍ରୀ ଜଙ୍ଗଲ ସଫାରିରେ ଯାଇଥିଲେ; ତାଙ୍କ ସହିତ କିଛି ମନ୍ତ୍ରୀ ଏବଂ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଗିର୍‌ ବନ୍ୟପ୍ରାଣୀ ଅଭୟାରଣ୍ୟର ମୁଖ୍ୟାଳୟ ସାସନ ଗିର୍‌ ଠାରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡ (NBWL)ର ସପ୍ତମ ବୈଠକର ଅଧ୍ୟକ୍ଷତା ମଧ୍ୟ କରିବେ।
NBWLରେ ୪୭ ଜଣ ସଦସ୍ୟ ଅଛନ୍ତି, ଯେଉଁଥିରେ ସେନା ମୁଖ୍ୟ, ବିଭିନ୍ନ ରାଜ୍ୟର ସଦସ୍ୟ, କ୍ଷେତ୍ରରେ କାର୍ଯ୍ୟ କରୁଥିବା NGOର ପ୍ରତିନିଧି, ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ଏବଂ ବିଭିନ୍ନ ରାଜ୍ୟର ସଚିବ ସାମିଲ ଅଛନ୍ତି। ବୈଠକ ପରେ, ମୋଦି ସାସନର କିଛି ମହିଳା ବନ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିବେ।
ପ୍ରଧାନମନ୍ତ୍ରୀ ମୋଦୀ ଗିର୍‌ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅନେକ ଫଟୋ ମଧ୍ୟ ଉଠାଇଥିଲେ। ଏଥିରେ ସେ ସିଂହମାନଙ୍କର ଫଟୋ ମଧ୍ୟ ଉଠାଇଥିଲେ, ଯାହାକୁ ଶେୟାର କରାଯାଇଛି।
କେନ୍ଦ୍ର ସରକାର ଏସିଆଟିକ ସିଂହଙ୍କ ସଂରକ୍ଷଣ ପାଇଁ ‘ପ୍ରୋଜେକ୍ଟ ଲାୟନ’ ଅଧୀନରେ ୨,୯୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି। ଏହି ସିଂହମାନଙ୍କର ଏକମାତ୍ର ବାସସ୍ଥାନ ହେଉଛି ଗୁଜରାଟ।
ସଂରକ୍ଷଣ ପ୍ରୟାସକୁ ସୁଦୃଢ଼ କରିବା ପାଇଁ, ସାସନରେ ବନ୍ୟପ୍ରାଣୀ ତଦାରଖ ପାଇଁ ଏକ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ମନିଟରିଂ କେନ୍ଦ୍ର ଏବଂ ଏକ ଅତ୍ୟାଧୁନିକ ହସ୍ପିଟାଲ ମଧ୍ୟ ପ୍ରତିଷ୍ଠିତ ହୋଇଛି, ବିଜ୍ଞପ୍ତିରେ କୁହାଯାଇଛି।

The post ଜଙ୍ଗଲ ସଫାରିର ମଜା ନେଲେ ପ୍ରଧାନମନ୍ତ୍ରୀ ମୋଦି: ସିଂହ ସହ ଉଠାଇଲେ ଫଟୋ appeared first on Dharitri Odia News.