ଚାକିରି କାଳରେ ପାଚିକାଙ୍କ ମୃତ୍ୟୁ ହେଲେ, ମିଳିବ…
ଭୁବନେଶ୍ୱର,୭ା୧୨: ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ କାର୍ଯ୍ୟରତ ମଧ୍ୟାହ୍ନଭୋଜନ ପାଚିକାଙ୍କ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଚାକିରି କାଳରେ ପାଚିକାଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ (ପ୍ରଥମରୁ ଅଷ୍ଟମ […] The post ଚାକିରି କାଳରେ ପାଚିକାଙ୍କ ମୃତ୍ୟୁ ହେଲେ, ମିଳିବ… appeared first on Dharitri Odia News.
ଭୁବନେଶ୍ୱର,୭ା୧୨: ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ କାର୍ଯ୍ୟରତ ମଧ୍ୟାହ୍ନଭୋଜନ ପାଚିକାଙ୍କ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଚାକିରି କାଳରେ ପାଚିକାଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ (ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପୋଷଣ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ପାଇଁ ବିଦ୍ୟାଳୟରେ ପାଚିକାଙ୍କୁ ନିୟୋଜିତ କରାଯାଇ ସରକାରଙ୍କ ଦ୍ବାରା ସ୍ଥିରୀକୃତ ହାରରେ ପାରିତୋଷିକ ଦିଆଯାଉଛି। ପାଚିକାଙ୍କ ସାମାଜିକ ସୁରକ୍ଷା ନିମନ୍ତେ ଏକ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଥିଲା। ଏହାକୁ ଦୃଷ୍ଟିରେ ରଖି ମୃତ୍ୟୁକାଳୀନ ସହାୟତା ଆକାରରେ ୧ ଲକ୍ଷ ଟଙ୍କା ପରିବାର ସଦସ୍ୟଙ୍କୁ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏ ବାବଦ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ପାଇଁ ଉଦ୍ଦିଷ୍ଟ ବଜେଟରୁ ବହନ କରାଯିବ।
The post ଚାକିରି କାଳରେ ପାଚିକାଙ୍କ ମୃତ୍ୟୁ ହେଲେ, ମିଳିବ… appeared first on Dharitri Odia News.